Posts

ଏବେ ବି ବଞ୍ଚି ରହିଛି ପୂରାତନ ପରମ୍ପରା, ଖଟ ରେ ଶୋଉ ନ ଥିବା ଗାଁ '' କୋଟଗାଁ'' I

Image
  ବଲାଙ୍ଗୀର (ବ୍ୟୁରୋ ରିପୋର୍ଟ) :-ନିଦ ଖୋଜେ ଆରାମ ଶେଜ । ନିଦ ହେଲେ ମଣିଷ ଯେ କୌଣସି ସ୍ଥାନରେ ଧୋଳେଇ ପଡେ । ତଥାପି ଟିକିଏ ଆରାମ ରେ ଶୋଇବାକୁ ମଣିଷ ପସନ୍ଦ କରେ । ଧନୀ ହେଉ କି ଗରିବ ସମସ୍ତେ ନିଶ୍ଚିତ ଖୋଜେ ଖଟ କି ପଲଙ୍କ । ହେଲେ ବର୍ତ୍ତମାନ ସମୟରେ ମଧ୍ୟ ଗୋଟିଏ ଗାଁ ଅଛି ଯେଉଁ ଗାଁରେ କାଳ କାଳ ଧରି ଖଟ କି ପଲଙ୍କ ବ୍ୟବହାର ହେଉନଥିବା ଦେଖି ଆଶ୍ଚର୍ଯ୍ୟ ଲାଗେ । ଏହା ଦେଖିବା କୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ନିରାଟ ସତ୍ୟ । ନୂଆପଡା ଜିଲ୍ଲାର ଏକ ଗାଁ ଅଛି ସେହି ଗାଁର ନାଁ '' କୋଟଗାଁ '' । ନୁଆପଡା ଜିଲ୍ଲା ସଦର ମହକୁମା ଠାରୁ ୧୦୫ କି.ମି. ଦୂର ବଣ ପାହାଡ ଘେରା ପାତାଳ ଗଙ୍ଗା ନିକଟସ୍ଥ ଆଦିମ ଜନଜାତି ବହୁଳ ଏକ ବସ୍ତି ହେଉଛି '' କୋଟଗାଁ'' । ଏହି ଗାଁରେ ମୁଖ୍ୟତ ଗଣ୍ଡ ମାଝୀ, ଭୁଞ୍ଜିଆ, ଚିନ୍ଦା ସମ୍ପ୍ରଦାୟର ର ଲୋକେ ବସବାସ କରନ୍ତି । ଏହି ଅଧିବାସୀ ମାନେ ତାଙ୍କ ଦେବାଦେବୀ ଉପରେ ପ୍ରଗାଢ ବିଶ୍ୱାସ ରଖିଥାନ୍ତି । ଏହି ଦେବାଦେବୀ ଙ୍କୁ ନେଇ ଗାଁରେ ରହିଛି ଏକ ଅଜଣା ପରମ୍ପରା। ଗାଁର ଇଷ୍ଟ ଦେବୀ ଙ୍କୁ ସମ୍ମାନ ଜଣାଇବା କୁ ଯାଇ ଗାଁର ଛୋଟ ଠାରୁ ବୁଢା ସମସ୍ତେ ଯୁଗ ଯୁଗ ଧରି ଖଟ ରେ ଶୋଉ ନଥିବା ବେଳେ ଚୌକି ରେ ବସୁନଥିବା ଦେଖିବାକୁ ମିଳେ । ଏଠିକାର ସମସ୍ତେ ତଳେ ଶୋଉଥିବା ବେଳେ କୌଣସି ଅତିଥି ଆସିଲେ ମଧ୍ୟ ତଳେ ବସିବା କୁ ଦେଉଥିବା ଦେଖିବାକୁ ମିଳେ । ଯେତେବେଳେ ଭୁଲ ବସତ ଖଟ

ଜଳଭଣ୍ଡାର କୁ ମାଛ ଧରି ଯାଇଥିବା ବେଳେ ଡଙ୍ଗା ବୁଡି ଜଣେ ମୃତ I

Image
ଅନୁଗୁଳ:-  ଜିଲ୍ଲା ର ପାଲଲହଡା ଥାନା ଅନ୍ତର୍ଗତ ଚାଷଗୁରୁଜାଙ୍ଗ ପଞ୍ଚାୟତ ସୁସବ ଗ୍ରାମ ନିକଟ ରେ ଥିବା ରେଙ୍ଗାଳି ଡ୍ୟାମ ର ଜଳଭଣ୍ଡାର କୁ ଏକ ହୋଲି ଡ଼ଙ୍ଗା ରେ ମାଛ ଧରିବାକୁ ଯାଇଥିବା ବେଳେ ଡ଼ଙ୍ଗା ଓଲଟି ଜଣେ ବ୍ୟକ୍ତି ଙ୍କ ର ମୃତ୍ୟୁ ହୋଇଛି l  ମୃତକ ହେଲେ ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଠିଆନାଳ ଗ୍ରାମର ଭାଗ୍ୟ ଧୀବାର ବୋଲି ଜଣା ପଡିଛି I ସେ ଗତ କାଲିଠାରୁ ଜଳଭଣ୍ଡାର କୁ ମାଛ ଧରିବାକୁ ଯାଇ ଘରକୁ ଫେରିନଥିଲେ , ପରିବାର ଲୋକ ଏବଂ ସ୍ଥାନୀୟ ଲୋକ ବହୁ ଖୋଜ ଖୋଜି କଲା ପରେ ଆଜି  ତାଙ୍କ ମୃତଦେହ ପାଣିରେ ଭାସୁଥିବା ଦେଖି ପାଳଲହଡା ଅଗ୍ନିଶମ ବିଭାଗ ଏବଂ ପୋଲିସ କୁ ଖବର ଦେଇଥିଲେ l ଖବର ପାଇ ଅଗ୍ନିଶମ ବିଭାଗ ମୃତ ଦେହକୁ ଉଦ୍ଧାର କରିବା ସହ ପୋଲିସ ମୃତ ଦେହ କୁ ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଜାରି ରଖିଛି I

କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚଢ଼ାଉ ବିପୁଳ ପରିମାଣର ନକଲି ମଦ ସରଞ୍ଜାମ ସହ ତିନି ଜଣ ଗିରଫ I

Image
ଯାଜପୁର :- କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ରଗଡି ଛକରେ ଚଢ଼ାଉ ୧୫୦ ଲିଟର ଡୁପ୍ଲିକେଟ ସ୍ପିରିଟ ସମେତ ବିଭିନ୍ନ ମଦ ତିଆରି ସରଞ୍ଜାମ ଜବତ,୩ ଗିରଫ ହେଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା। ସୂଚନା ମୁତାବକ ଆଜି ସଖାଳୁ ପଶ୍ଚିମବଙ୍ଗରୁ ଏକ ବସ ଯୋଗେ ରଗଡି ଛକକୁ ବ୍ୟାପକ ଡୁପ୍ଲିକେଟ ମଦ ତିଆରି ସରଞ୍ଜାମ ଆସୁଥିବା ଅବକାରୀ କମିିସନର ଆଶିଷ କୁମାର ସିଂ ଜାଣିବାକୁ ପାଇଥିଲେ। ଏଥିସହିତ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ଡିଏସପି ପ୍ରବୀର କୁମାର ସମାଲଙ୍କୁ ଚଢ଼ାଉ କରିବାକୁ ନିର୍ଦ୍ଦେଶ ଦେଇଥିଲେ।  ତେବେ ଡିଏସପି ଶ୍ରୀ ସାମଲଙ୍କ ତତ୍ୱବାଧାନରେ ଅବକାରୀ ଅଧିକାରୀ ସନ୍ତୋଷ କୁମାର ଖଟୁଆ ଏକ ୧୫ ଜଣିଆ ଟିମ ଧରି ଘଟଣା ସ୍ଥଳରେ ପହଞ୍ଚି ଚଢ଼ାଉ କରିଥିଲେ। ଏହି ଚଢ଼ାଉରେ ଟମକା ଥାନା ବାଦବିଲି ଅଂଚଳର ମୋତି ରଂଜନ ଚକ୍ର, ବିଜୟ କୁମାର ଚକ୍ର ଓ ପାଣିକୋଇଲି ଥାନା ସୋତି ଗାଁର ରମେଶ କୁମାର ନାୟକଙ୍କୁ ଡୁପ୍ଲିକେଟ ମଦ ତିଆରି ସରଞ୍ଜାମ ସହିତ ଗିରଫ କରିବାରେ ସଫଳ ହେଇଥିଲେ। ଏଥିସହିତ ଏହି ଅଭିଯୁକ୍ତଙ୍କ ନିକଟରୁ ୧୫୦ ଲିଟର ଡୁପ୍ଲିକେଟ ସ୍ପିରିଟ,୧ ହଜାର ଡୁପ୍ଲିକେଟ ଠିପି,୫୦ ବୋତଲ ନକଲି ମଦ ଓ ଏକ ବାଇକ ଜବତ କରିଥିଲେ । ତେବେ ଆଜି ଏହି ତିନିଜଣ ଅଭିଯୁକ୍ତଙ୍କୁ ଅଧିକ ତଦନ୍ତ ପାଇଁ କଟକ କେନ୍ଦ୍ରାଞ୍ଚଳ କମିଶନରଙ୍କ ନିକଟରେ ଉପସ୍ଥିତ କରିବେ ବୋଲି ଜଣାପଡ଼ିଛି।

କୁଖ୍ୟାତ ଅନ୍ତରାଜ୍ୟ ନିଶା ବେପାରୀ ଶେଖ ଆଜ ବାହାର ଗିରଫ l

Image
ରାଜସ୍ଥାନ(ବ୍ୟୁରୋ ରିପୋର୍ଟ ):-ଦୀର୍ଘ ଦିନରୁ ଫେରାର ଥିବା କୁଖ୍ୟାତ ନିଶା ବେପାରୀ ଶେଖ ଆଜବାହାର କୁ ଓଡିଶା ଏସ ଟି ଏଫ ରାଜସ୍ଥାନ ପୋଲିସ ର ସହାୟତାରେ ସ୍ଥାନୀୟ ଯୋଦ୍ଧପୁର ରୁ ଗିରଫ କରିବାରେ ସକ୍ଷମ ହୋଇଛି। ତା ନାମରେ ରାଜ୍ୟର ବିଭିନ୍ନ ଥାନାରେ ବହୁ ମାମଲା ରହିଥିବା ଜଣାପଡିଛି।ସେ ବିଭିନ୍ନ ସମୟରେ ସ୍ତନ ବଦଳାଇ ପୋଲିସ ଆଖିରେ ଧୂଳିଦେଇ ଲୁଚି ରହୁଥିଲା । ତାର ଘର ବାଲେଶ୍ୱର ଜିଲ୍ଲା ଜଳେଶ୍ବର ର ରାଜପୁର ରେ ବୋଲି ସୂଚନା ମିଳିଛି।ଏଠାରେ ସୂଚନାଯୋଗ୍ୟ ଯେ ଗତ ଅଗଷ୍ଟ ମାସରେ ତା ଠାରୁ ପୋଲିସ ଆନୁମାନିକ ୨କିଲୋ ୪୦୨ଗ୍ରାମ ବ୍ରାଉନ ସୁଗର ଜବତ କରିଥିଲା।ସେ ବିଶେଷତ୍ୱ ବାଲେଶ୍ୱର,ଜଳେଶ୍ବର,ଓ ପଶ୍ଚିମ ବଙ୍ଗ ରେ ତାର ବେଆଇନ ନିଶା କାରବାର ଚଳାଇ ଆସୁଥିଲା।

ବିବାହିତା ମହିଳା ଙ୍କ ମୃତ ଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ମୃତା ଙ୍କ ଭାଇ ।

Image
ବଲାଙ୍ଗୀର: - ପାଟଣାଗଡପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ଖପ୍ରାଖୋଲ ଥାନା କନ୍ଧେନଝୁଲା ଗ୍ରାମ ରେ ଜଣେ ବିବାହିତା ମହିଳାଙ୍କ ମୃତ ଦେହ ଘରୁ ଉଦ୍ଧାର କରାଯାଇଛି । ସୁଚନା ଅନୁସାରେ ଖପ୍ରାଖୋଲ ଥାନା କନ୍ଧେନଝୁଲା ଗ୍ରାମ ର ଅଜୁର୍ନ ରାୟ ଙ୍କ ସ୍ତ୍ରୀ ଚନ୍ଦ୍ରକାନ୍ତି (୩୦) ଙ୍କ ଗତ ତା ୨ .୧୨.୨୦୨୧ ଗୁରୁବାର ରାତିରେ ମୃତ ଘଟିଛି ଥିବା ସୁଚନା ମିଳିଛି । ମୃତ୍ୟ ଦେହ ଆଜି ଶୁକ୍ରବାର ଖପ୍ରାଖୋଲ ପୋଲିସ ,ବେଲପଡା ତହସିଲଦାର ପ୍ରଭାତୀ ପ୍ରଧାନ ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଂଚି ମୃତ ଦେହ ଉଦ୍ଧାର କରିଥିବା ବେଳେ ମୃତା ଚନ୍ଦ୍ରକାନ୍ତି ଙ୍କ ଭାଇ କେଶବ ବାରିକ ମୋର ଭଉଣୀ ଙ୍କୁ ହତ୍ୟା କରାଯାଇଛି ବୋଲି ଖପ୍ରାଖୋଲ ଥାନା ରେ ଅଜୁର୍ନ ରାୟ ଙ୍କ ପରିବାର ଲୋକେ ମିଶି ତଣ୍ଟିଚିପି ମାରିଦେଇ ଖଟ ରେ ଶୁଆଇ ଆତ୍ମହତ୍ୟା କରିଥିବା ରୁପ ଦେଉଛନ୍ତି ବୋଲି ମୃତା ଙ୍କ ଭାଇ କେଶବ , ଅଜୁର୍ନ ରାୟ , ପ୍ରେମାନନ୍ଦ ରାୟ ,ଗୋପରାୟ , ଶ୍ରୀମତୀ ରାୟ ଙ୍କ ନାମରେ ଲିଖିତ ଏତଲା ଦେଇଛନ୍ତି । ଅର୍ଜୁନ ଙ୍କ ସମେତ ତାଙ୍କ ପରିବାରର ଲୋକେ ମୋର ଭଉଣୀ ଚନ୍ଦ୍ରକାନ୍ତି ଙ୍କୁ ନିର୍ଯ୍ୟାତନା ଦେଇ ଆସୁଥିଲେ ଏବଂ ଘରୋଇ ଭାବରେ ଆଲୋଚନା କରି ସମାଧାନ କରି ଥିଲେ ମଧ୍ୟ ନିର୍ଯ୍ୟାତନା ବାରମ୍ବାର ଦେଉଥିଲେ ଓ ମାରିଦେବୁ ବୋଲି କହୁଥିଲେ ବୋଲି କେଶବ ଲିଖିତ ଏତଲା ରେ ଦର୍ଶାଇଛନ୍ତି । ମୃତା ଙ୍କ ପରିବାର ଲୋକେ ନ୍ୟାୟ ଦାବି ରେ ଶବ କୁ ର

ବୁଲା ଷଣ୍ଢ ଆକ୍ରମଣରେ ବ୍ୟକ୍ତି ଗୁରୁତର ।

Image
ଢେଙ୍କାନାଳ :-ଚଳିତ ମାସ ଦୁଇ ତାରିଖରେ ଜିଲ୍ଲା ର ଭୁବନ ବ୍ଲକ ଅନ୍ତର୍ଗତ ଏକତାଳି ପଂଚାୟତ ସାରଙ୍ଗ ପୁର ଗ୍ରାମର ହଳଧର ସାହୁ ବୁଲା ଷଣ୍ଢ ଆକ୍ରମଣରେ ଗୁରୁତର ହୋଇପଡିଛନ୍ତି । ସୂଚନା ଥାଉ କି ଉକ୍ତ ଗ୍ରାମର ହଳଧର ସାହୁ (୬୦) ନୀତିଦିନ ରାତିରେ ଧାନ ବିଲ ଜଗିବାକୁ ଯାଆନ୍ତି । କିନ୍ତୁ ଦୁର୍ଭାଗ୍ୟ ବଶତଃ ଗତ କାଲି ମଧ୍ୟ ରାତ୍ରିରେ ତାଙ୍କୁ ଏକ ବୁଲା ଷଣ୍ଢ ଧାନ ଜଗିବା ସମୟରେ ଆକ୍ରମଣ କରିଥିଲା । ଫଳରେ ସେ ଗୁରୁତର ହୋଇପଡିଥିଲେ ।ଖବର ପାଇ ସଂଗେ ସଂଗେ ଗ୍ରାମବାସୀ ୧୦୮ ଆମ୍ବୁଲାନ୍ସ ଦ୍ୱାରା ଶ୍ରୀରାମ ଚନ୍ଦ୍ର ପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇଥିଲେ । ସେଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ପରେ ଅବସ୍ଥା ସଂକତାପର୍ଣ୍ଣ ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।

ଦାନଗଦି ବ୍ଲକ ରେ ମାଗଣା ଚକ୍ଷୁ ପରୀକ୍ଷା ଓ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଶିବିର l

Image
ଯାଜପୁର :- ଚଳିତ ମାସ ଦୁଇ ତାରିଖ ବୁଧବାର, ରଣାଗୁଣ୍ଡି ପଂଚାୟତର ବାରଖାଇ ଗ୍ରାମର ପରମେଶ୍ୱର ମହାଦେବ ମନ୍ଦିର ପରିଚାଳନା କମିଟି ଓ ଭୂମିକା ହସ୍ପିଟାଲ ଯାଜପୁର ରୋଡ ଅନୁକୁଲ୍ୟରେ ଏକ ମାଗଣା ଚକ୍ଷୁ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ସିବିରରେ କୋଳିପାଳ,ନୀଳକଣ୍ଠ ପୁର, ମଣ୍ଡପଡା ,ବାଘୁଆ ପାଳ, ରଗଡା,ରାମ୍ପିଲୋ,ଗଡ଼ିଗଠ,ଶୂଳିଆ, ନଣ୍ଡା ବର, ଏହିସବୁ ଗ୍ରାମରୁ ଅନେକ ଲୋକ ନିଜ ନିଜର ଆଖି ମାଗଣାରେ ପରୀକ୍ଷା କରାଇଥିଲେ l ହସ୍ପିଟାଲ ତରଫରୁ ରୋଗୀ ମାନଙ୍କ ପାଇଁ ରହିବା ଖାଇବା, ଯିବା ଆସିବ,ଔଷଧ ଚଷମା,ଅପରେସନ,ସମସ୍ତ ପ୍ରକାର ସୁବିଧା ମାଗଣାରେ ଯୋଗାଇ ଦିଆଯାଥିଲା l ଏହି ଶିବିରରେ ମେଡିକାଲର. ଦେବେନ୍ଦ୍ର ସେଠି CHM ଜାରକା, ଅରୁଣ ମହାରଣା CHM ଯାଜପୁର ରୋଡ. ଅଭିଲିପ୍ସା ମହାରଣା,ଲକ୍ଷ୍ମୀ ପଣ୍ଡିତ,ବସନ୍ତ କୁମାର ପାତ୍ର ଓ ବlରଖାଇ ପରମେଶ୍ୱର ମହାଦେବ କମିଟିର ଦୀନବନ୍ଧୁ ପେରେଇ,ରବୀନ୍ଦ୍ର କୁମାର ସାହୁ, କାରମଚାନ୍ଦ ଉତର କବାଟ,ଅଶୋକ ଜେନା ,ଲୋକନାଥ ମୁଦୁଲି ପ୍ରମୁଖ ଏହି ଶିବିର ରେ ସହଯୋଗ କରିଥିଲେ l