Posts

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭଙ୍ଗା ଟେଣ୍ଡ ତଳେ ସୁରକ୍ଷା କର୍ମୀ l

Image
ଢେଙ୍କାନାଳ :- ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥାରେ ଚାଲିଛି କରୋନା ଟିକାକରଣ।ରାଜ୍ୟରେ କରୋନା ମହାମାରୀ ଚତୁର୍ଥ ଲହରୀ ଆସିଯାଇଥିଲା  ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରୋନା ଟିକାକରଣ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଚାଲିଥିବା ଦେଖିବାକୁ ମିଳିଛି। ଟିକା ନେବା ପାଇଁ ଆସୁଥିବା ଲୋକ ଓ ନିୟୋଜିତ ସୁରକ୍ଷା କର୍ମଚାରୀମାନେ ଭଙ୍ଗା ଟେଣ୍ଟ ତଳେ ରହି ବର୍ଷାରେ ଭିଜୁଛନ୍ତି। ଏପରି ଅବ୍ୟବସ୍ଥା ଯୋଗୁଁ ଟିକା ନେବା ପାଇଁ ଆସୁଥିବା ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏଥିପ୍ରତି ଜିଲ୍ଳା ସ୍ୱାସ୍ଥ୍ୟ ଅଧିକାରୀ ଓ ପ୍ରଶାସନ ପକ୍ଷରୁ ଦୃଷ୍ଟି ହେବାକୁ ସାଧାରଣରେ ଦାବି ହେଉଛି l (ତାପସ ଦାସ ଙ୍କ ରିପୋର୍ଟ) 

କପିଳାଶ ହାତୀ ଉଦ୍ଧାର କେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ୬ବର୍ଷୀୟ ହାତୀ ଛୁଆ ମୃତ୍ୟୁ l

Image
ଢେଙ୍କାନାଳ: - ଜିଲ୍ଲାର ସାତକୋଶିଆ ଅଭୟରଣ୍ୟ ରୁ କପିଳାଶ ହାତୀ ଉଦ୍ଧାର କେନ୍ଦ୍ରକୁ ଅଣାଯାଇଥିବା ଏକ ହାତୀ ଛୁଆର ମୃତ୍ୟୁ ହୋଇଛି l ଘଟଣାରୁ ପ୍ରକାଶ ଏହି ହାତୀ ଛୁଆର ବୟସ ୬ବର୍ଷ ଓ ଏହା ଏକ ଅଣ୍ଡିରା ହାତୀ ଛୁଆ ବୋଲି ଜଣାପଡିଛି I ହାତୀ ଛୁଆ ର ପାଟିରେ ସଂକ୍ରମଣ ଜନିତ କ୍ଷତ ଯୋଗୁଁ ପୀଡିତ ଅବସ୍ଥାରେ ଗତ ୨ତାରିଖ ରେ ଚିକିତ୍ସା ପାଇଁ କପିଳାଶ ର ହାତୀ ଉଦ୍ଧାର କେନ୍ଦ୍ର କୁ ପଠାଯାଇଥିଲା l ତେବେ କପିଳାଶ ରେ ହାତୀ ଛୁଆ ର ଚିକିତ୍ସା ଚାଲିଥିବା ବେଳେ ସେ କିଛି ଖାଉ ନଥିଲା, ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ଜଟିଳ ଥିଲା ବୋଲି ଢେଙ୍କାନାଳ ବନଖଣ୍ଡ ଅଧିକାରୀ କହିଛନ୍ତି I  (ଢେଙ୍କାନାଳ ଗଁଦିଆ ରୁ ତାପସଦାସ ଙ୍କ ରିପୋର୍ଟ,) 

ଟାଟା ହାତରେ ନୀଳାଚଳ ଇସ୍ପାତ କାରଖାନା l

Image
  ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ଯାଜପୁର ଜିଲ୍ଲା କଳିଙ୍ଗନଗର ପ୍ରକଳ୍ପ ରେ ଗଢ଼ି ଉଠିଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମ ଲିମିଟେଡରୁ ରଣନୀତିକ ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହେଲା । ଆଗରୁ ଏହି ଯୌଥ କମ୍ପାନୀରୁ କେନ୍ଦ୍ର ସରକାରଙ୍କର ଚାରିଟି ଓ ଓଡିଶା ସରକାରଙ୍କ ଦୁଇଟି ସରକାରୀ ଉଦ୍ୟୋଗ ଆଜି ସେମାନଙ୍କର ୯୩.୭୧% ଅଂଶଧନକୁ କ୍ରେତା ଟାଟା ଷ୍ଟିଲ ଲଂଗ୍ ପ୍ରଡକ୍ଟସ ଲିମିଟେଡକୁ ହସ୍ତାନ୍ତର କରିଥିବା ଜଣାପଡିଛି । ଆଜି ଭୁବନେଶ୍ୱରରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଅନ୍ତର୍ଗତ ଡିଆଇପିଏମ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ତଥ୍ୟ ପ୍ରଦାନ କରାଗଲା । ଏବେ ଟାଟା ତାର ନିଜସ୍ବ ପୁଞ୍ଜିନିବେଶ କରିବାକୁ ଯାଉଛି l 

ରାଜ୍ୟରେ ୨୦୨୨-୨୩ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍.. କଣ ରହିଛି..

Image
ବ୍ୟୁରୋ ରିପୋର୍ଟ :- ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ I ୨୦୨୨-୨୩ରେ ୨ ଲକ୍ଷ କୋଟି ଟଙ୍କା ବ୍ୟୟ ଅଟକଳ ଧାର୍ଯ୍ୟ କରାଯାଇଛି l  =========================== 👉କାଳିଆ ଯୋଜନା ପାଇଁ ୧୮୭୪ କୋଟି ଟଙ୍କା ବ୍ୟୟବରାଦ 👉କୃଷି ଗବେଷଣା ଓ ଶିକ୍ଷା ପାଇଁ ୧୬୧ କୋଟି ବ୍ୟୟବରାଦ  👉 ଉଦ୍ୟାନ କୃଷି ବିକାଶ ପାଇଁ ୩୧୨ କୋଟି ବ୍ୟୟବରାଦ 👉କୃଷକ ପରିବାରକୁ ଆୟ ସହାୟତା ପାଇଁ ୧୧୨ କୋଟି ବ୍ୟବସ୍ଥା 👉୧୨, ୫୦୦ ନଳକୂପ ଖନନ ହେବ; ବ୍ୟୟବରାଦ ୪୦୦ କୋଟି 👉 ବନ୍ୟା ନିୟନ୍ତ୍ରଣ ପାଇଁ ୯୬୮ କୋଟି ଟଙ୍କା ବ୍ୟୟ ବରାଦ 👉ପାର୍ବତୀ ଗିରି ଯୋଜନା ପାଇଁ ୫ ବର୍ଷରେ ଖର୍ଚ୍ଚ ହେବ ୧୦, ୭୫୯ କୋଟି 👉ଚାଷୀମାନଙ୍କୁ କୃଷି ଋଣ ସୁଧ ସହାୟତା ପାଇଁ ୮୯୩ କୋଟି ବରାଦ 👉ମତ୍ସ୍ୟଚାଷ ଓ ପଶୁପାଳନ ପାଇଁ ୧୬୫୮ କୋଟି ବ୍ୟୟ ଅଟକଳ 👉ମାଛ ଚାଷ ପାଇଁ ନୂଆ ପୋଖରୀ ଯୋଜନାରେ ୯୮ କୋଟି ବରାଦ 👉ପଞ୍ଚାୟତ ପୋଖରୀରେ ମାଛ ଚାଷ ପାଇଁ SHGଙ୍କୁ ମିଳିବ ୩୮ କୋଟି 👉ଜନସ୍ୱାସ୍ଥ୍ୟ ପାଇଁ ୧୨, ୬୨୪ କୋଟି ଟଙ୍କା ବ୍ୟୟବରାଦ 👉ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୨୬୬୪ କୋଟି ଟଙ୍କା ବ୍ୟୟବରାଦ 👉 ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୨୭, ୩୨୪ କୋଟି ବ୍ୟୟବରାଦ 👉ମୋ ସ୍କୁଲ ପାଇଁ ୬୪୬ କୋଟି, ସ୍କୁଲ ରୂପାନ୍ତରୀକରଣ ପାଇଁ ୧୦୦ କୋଟି 👉 ମଧ୍ୟାହ୍ନ ଭୋଜନ ପାଇଁ ୮୫୧ କୋଟି; ବ୍ୟାଗ୍ ଓ ୟୁନିଫର୍ମ ପାଇଁ ୧୯୩ କୋଟି 👉 ଧାର୍ମିକ

ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଶୁଭେଚ୍ଛା ଓ ଅଭିନନ୍ଦନ 💐 ଜୟ ଜଗନ୍ନାଥ 🙏

Image
ଆମ ଚ୍ୟାନେଲ ର ଅଗଣିତ ପାଠକ ପାଠିକା ମାନଙ୍କୁ ପବିତ୍ର ଗୁଣ୍ଡିଚା ଯାତ୍ରା ଉପଲକ୍ଷେ ଶୁଭେଚ୍ଛା ଓ ଅଭିନନ୍ଦନ 💐 ଆପଣମାନଙ୍କ ଆଶୀର୍ବାଦ ଦରକାର, ଏମିତି ଆମକୁ ଶ୍ରଦ୍ଧା ଦେଇ ଚାଲନ୍ତୁ, ଜୟ ଜଗନ୍ନାଥ ଙ୍କ କୃପାରୁ ସମସ୍ତ କୁଶଳ ରୁହନ୍ତୁ l ଜୟ ଜଗନ୍ନାଥ 🙏 

ନିମ୍ନ ମାନର ରାସ୍ତା କାମକୁ ନେଇ ଗ୍ରାମବାସୀ ଙ୍କ ଅସନ୍ତୋଷ।

Image
(ଯାଜପୁର କାଳିଆପାଣି) :-ଜିଲ୍ଲା ର ଚିଙ୍ଗୁଡ଼ିପାଳ ଗ୍ରାମ ପଞ୍ଚାୟତ ର ଧବାହାଳି ଗ୍ରାମ ର କଂକ୍ରିଟ ରାସ୍ତା କାମକୁ ନେଇ ଗ୍ରାମବାସୀ ମାନେ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି। ଗ୍ରାମବାସୀ ମାନେ ଆଶଙ୍କା ପ୍ରକାଶ କରିଛନ୍ତି, ରାସ୍ତା କାମ ସେଶ ହେବର ମାତ୍ର କିଛି ଦିନ ମଧ୍ୟରେ ରାସ୍ତାର ଅବସ୍ଥା ଏକଦମ୍ ଖରାପ ହୋଇଯିବ। କଂକ୍ରିଟ ରାସ୍ତା ରେ ବ୍ୟବହୃତ ବାଲି,ସିମେଣ୍ଟ ଆଉ ଚିପ୍ସ ଆଦିର ର ଅନୁପାତ ସଠିକ୍ ଭାବେ ଦିଆଯାଉନାହିଁ। କଂକ୍ରିଟ ରାସ୍ତା ର ଉପର ଭାଗ ଚିକ୍କଣ କରି ତଳ ପଟେ ଖାଲି ବାଲି ଚିପ୍ସ। ଯାହାକି କାମ ସରିବାର ମାତ୍ର କିଛି ଘଣ୍ଟା ମଧ୍ୟରେ ହାତ ବୁଲେଇ ଦେଲେ ଚିପ୍ସ ଗୁଡ଼ିକ ପଦାକୁ ବାହାରି ଆସୁଛି।ତେଣୁ ଗ୍ରାମବାସୀ ମାନେ ଏଥିପାଇଁ ଘୋର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ଏହି କଂକ୍ରିଟ ରାସ୍ତା କାମ ଟି ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପଞ୍ଚାୟତ ସମିତି ସୁକିନ୍ଦା ବିଭାଗ ତରଫରୁ ଧବାହାଳି ଗ୍ରାମର ଅନାମ ମହାନ୍ତ ଙ୍କ ଘର ଠାରୁ ଶ୍ୟାମସୁନ୍ଦର ଙ୍କ ଘର ପର୍ଯ୍ୟନ୍ତ କରାଯିବାକୁ ଫଳକରେ ଲେଖାଯାଇଛି। ଏବଂ ଏହାର ଅଟକଳ ପରିମାଣ ୫,୦୦,୦୦୦/ବୋଲି ଲେଖା ଯାଇଛି।କିନ୍ତୁ ଆଶ୍ଚର୍ୟ୍ଯ ବିଷୟ ଉପର ଲିଖିତ ଦୁଇଜଣ ଙ୍କ ଘରର ଦୁରତ୍ଵ ଅତିବେଶୀରେ ମାତ୍ର ୫୦ଫୁଟ। ତେବେ ଫଳକ ରେ ଆଉ କୌଣସି ସୂଚନା ନାହିଁ। ଯଦି ଏହାକୁ ଠିକ୍ ବୋଲି ଭାବିବା ତେବେ ମାତ୍ର ୫୦ ଫୁଟ ଦୂରତା ରାସ୍ତାକୁ ପାଞ୍ଚଲକ୍ଷ କାହିଁକି ଦିଆଗଲା ଏହା

ଡୁଙ୍ଗୁରିସାହି ଲୋକେ ଦେଖିଲେ ବିଜୁଳି ଆଲୁଅ l

Image
ବ୍ୟୁରୋ ରିପୋର୍ଟ :- ଭାରତର ରାଷ୍ଟ୍ରପତି ପ୍ରାର୍ଥୀ ଦୌପଦୀ ମୁର୍ମୁଙ୍କ ଗାଁ ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ଉପରବେଡ଼ା ଡୁଙ୍ଗୁରିସାହି ରେ ଆଜି ପର୍ଯ୍ୟନ୍ତ ବିଜୁଳି ଆଲୁଅ ଥିଲା ସାତ ସପନ ଥିଲା l ଏବେ ସେଠିକାର ବାସିନ୍ଦା ଦେଖିଲେ ବିଜୁଳି ଆଲୁଅ I ଏହି ସାହିକୁ ବିଦ୍ୟୁତ ସଂଯୋଗ ପରେ ଲୋକଙ୍କ ଘରେ ବିଜୁଳି ଜଳିଛି I ରାଷ୍ଟ୍ରପତି ପ୍ରାର୍ଥୀ ଦୌପଦୀ ମୁର୍ମୁଙ୍କ ଘରେ ଓ ଗାଁରେ ବିଜୁଳି ନ ଥିବା ନେଇ ଖବର ପ୍ରସାରଣ ପରେ ଏହି ଗାଁ ଚର୍ଚ୍ଚାକୁ ଆସିଥିଲା I ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସରକାରଙ୍କ ଦାୟିତ୍ୱହୀନତା ପଦାରେ ପଡ଼ିଥିଲା I ବିଦ୍ୟୁତ ବିଭାଗ ତତ୍ପର ହୋଇ ଏହି ଗାଁକୁ ବିଦ୍ୟୁତ ସଂଯୋଗ କରିଥିଲା I ଶନିବାର ଠାରୁ ଗାଁରେ ବିଦ୍ୟୁତ ଖୁଣ୍ଟ ପୋତା କାର୍ଯ୍ୟ ଆରମ୍ଭ ହୋଇଥିଲା l ଗତକାଲି ଗାଁରେ ମୋଟ ୨୦ ଗୋଟି ଖୁଣ୍ଟ ପୋତା ଯାଇଥିଲା କିନ୍ତୁ ଆଜି ଉପରବେଡ଼ା ଡୁଙ୍ଗୁରିସାହିରେ ମୋଟ ୧୮ଟି ଘରକୁ ବିଦ୍ୟୁତ ସଂଯୋଗ କରାଯାଇ ଲାଇନ ଚାର୍ଜ ହୋଇଥିଲା l ଫଳରେ ଏମାନଙ୍କ ଘରେ ବିଜୁଳି ଆଲୁଅ ଜଳିଛି। ବିଜୁଳି ଆଲୁଅ ଦେଖି ଲୋକେ ଖୁସି I ଏନେଇ ଦୌପଦୀ ମୁର୍ମୁଙ୍କ ଭାଉଜ ଚୁଡ଼ାମଣି ଟୁଡ଼ୁ କହିଛନ୍ତି, "ଆଗରୁ ଲାଇନ ନ ଥିଲା l ତେଣୁ ଅନ୍ଧାରରେ ଦିନ କାଟିବାକୁ ପଡ଼ୁଥିଲା l ଏବେ ତାଙ୍କ ଘରେ ବିଜୁଳି ଆଲୁଅ ଜଳିପାରିଲା I ଦିଦି ରାଷ୍ଟ୍ରପତି ପ୍ରାର୍ଥୀ ହେବା ଯୋଗୁ ଲାଇନ୍ ସଂଯୋଗ ମିଳିପାରିଲା" l ସେହିପରି