Posts

ସମ୍ଭବ ଟ୍ରଷ୍ଟ ପକ୍ଷରୁ ସ୍ବାବଲମ୍ବୀ ନିମନ୍ତେ ଦିବ୍ୟାଙ୍ଗ ପରିବାରକୁ ସହଯୋଗ ।

Image
ଯାଜପୁର (କଳିଙ୍ଗନଗର) : - ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଅନ୍ତର୍ଗତ ପଙ୍କପାଳ ଗାଆଁର କୁନ ମଲ୍ଲିକ ବୟସ ୭୦ ବର୍ଷ। କୁନ ମଲ୍ଲିକ ଜଣେ ରିକ୍ସା ଚାଳକ ତାଙ୍କର ତିନି ଜଣ ପୁଅକୁ ତେଲ ଲୁଣର ସୁଖର ସଂସାର ଚାଲୁଥିଲା ସୁରୁଖୁରୁରେ । ୨୦୧୩ରେ ହଠାତ ଦିନେ କୁନ ମଲ୍ଲିକ ପରିବାରକୁ ଦୁଃଖର ଲହରୀ ମାଡ଼ି ଆସିଲା। ତିନି ପୁଅଙ୍କର ହାତ ଗୋଡ଼ ଆପେ ଆପେ ବଙ୍କା ହୋଇ ଫୁଲୁଯାଏ ଚାଲିବା କଷ୍ଟକର ହୁଏ l ବିଛଣାରେ ପଡ଼ି ରହିଲେ ସକ୍ଷମରୁ ଦିବ୍ୟାଙ୍ଗ ହୋଇଗଲେ । ହାତ ଉଧାରି ଧାରେ କରି ମେଡ଼ିକାଲ ନେଇ ପୁଅ ମାନଙ୍କର ଚିକିତ୍ସା କରାଇଲେ ବଡ଼ ପୁଅ ବଳରାମ ମଲ୍ଲିକଙ୍କର ଟିକିଏ ପରିବର୍ତ୍ତନ ଆସିଲା ସେ ୨୦୨୧ରେ ବିବାହ କରିଛନ୍ତି ଏକ ଗରିବ ଘର ଝିଅକୁ ଆଉ ଦୁଇ ଭାଇଙ୍କ ଜୀବନେ କିଛି ପରିବର୍ତ୍ତନ ଆସିଲା ନାହିଁ l ଏହି ଦୁଃଖ ଖବର ଶୁଣିଲା ପରେ ଛତିଆ ମାହାଙ୍ଗା ସ୍ଥିତ ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପରିବାରର ଉନ୍ନତି ନିମନ୍ତେ ବଳରାମ ମଲ୍ଲିକଙ୍କୁ ଆତ୍ମନିର୍ଭରଶୀଳ କରିବା ନିମନ୍ତେ ଏକ ଛୋଟ ଦୋକାନ ପାଇଁ ରାଶନ ସାମଗ୍ରୀ ଓ ଏକ Commode Toilet ସହଯୋଗ କରା ଯାଇଛି l ସୁଶ୍ରୀ ପ୍ରମିଳା ସିଂହ ସେବା କାର୍ଯ୍ଯରେ ଯୋଗ ଦେଇ କହିଛନ୍ତି "ଏମିତି ସେବା କାର୍ଯ୍ଯ ଆଗକୁ ଜାରି ରହିବ" ଆମ ଦ୍ୱାରା ଯାହା ସେବା ହୋଇ ପାରିବ କୁନ ମଲ୍ଲିକଙ୍କ ପରିବାରକୁ ଆଗାମୀ ଦିନରେ ସେବା ଯୋଗାଇ ଦିଆଯିବ । 

ପୂର୍ବତନ ମନ୍ତ୍ରୀ ଙ୍କୁ ତାତ୍ସଲ୍ୟ କଲା ସୁକିନ୍ଦା ସ୍ୱାଭିମାନ ସୁରକ୍ଷା ସଙ୍ଘ l

Image
(ପୁଅ ମନ୍ତ୍ରୀ, ବାପା କରୁଛନ୍ତି ଦଲାଲି : - ଅମଳେନ୍ଦୁ ) ଯାଜପୁର :- ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଦୁଇ ଗୋଟି ବ୍ଲକ ଏବେ ଦୁର୍ନୀତିର ଗନ୍ତାଘର ସାଜିଥିବା ବେଳେ ଏହି ଦୁର୍ନୀତିକୁ ସମ୍ପୂର୍ଣ ଭାବରେ ଖୋରାକ ଯୋଗାଉଛନ୍ତି ବିଧାୟକ ତଥା ମନ୍ତ୍ରୀ ପ୍ରୀତି ରଂଜନ ଘଡାଇ ଆଉ ତାଙ୍କ ବାପା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ । ନିଜେ ମନ୍ତ୍ରୀ ଥିବା ବେଳେ ଆରମ୍ଭ କରିଥିବା ଏହି କାର୍ଯ୍ୟକୁ ଏବେ ପୁଅ ମନ୍ତ୍ରୀ ହେବା ପରେ ମଧ୍ୟ ଜାରି ରଖିଛନ୍ତି ପ୍ରଫୁଲ୍ଲ ଘଡାଇ l ଏପରିକି ପୂର୍ବତନ ମନ୍ତ୍ରୀ ବୋଲି ଲେଖାଥିବା ଚିଠି ପ୍ୟାଡରେ ଠିକାଦାର ମାନଙ୍କୁ କାମ ଦେବା ପାଇଁ ବିଭିନ୍ନ ବିଭାଗକୁ ଲେଖି ସେଇ ଠିକାଦାର ଆଉ ବିଭାଗୀୟ ଯନ୍ତ୍ରୀ ମାନଙ୍କ ଠାରୁ ମୋଟା ଅଙ୍କରେ ଅର୍ଥ ଆଦାୟ କରୁଛନ୍ତି l ନିଜେ ଏବେ କୌଣସି ସରକାରୀ ବୈଧାନିକ ପଦ ପଦବୀରେ ନଥିଲେ ବି ପୁଅଙ୍କ ମନ୍ତ୍ରୀତ୍ବର ଫାଇଦା ଉଠାଇ ସେ ଏହି କାର୍ଯ୍ୟ ଜାରି ରଖୁଥିବା ଅଭିଯୋଗ କରିଛନ୍ତି ସୁକିନ୍ଦା ସ୍ୱାଭିମାନ ସୁରକ୍ଷା ସଙ୍ଘ ର ସଭାପତି ବେହୁରା । ଏହl ସହ  ଶହ କୋଟି ଟଙ୍କାର ଜିଲ୍ଲା ଖଣିଜ ପାଣ୍ଠିର ଅର୍ଥକୁ ମନଇଚ୍ଛା ବିଭିନ୍ନ କାର୍ଯ୍ୟକ୍ରମ କରାଇ ଏବଂ ବିନା ଟେଣ୍ଡରରେ କାର୍ଯ୍ୟ ପ୍ରଦାନ କରି ଏଭଳି ଭାବରେ ପୁଅ ପ୍ରତି ରଂଜନ ଘଡାଇ ଲୁଟି ଚାଲିଥିବା ବେଳେ ବାପ ପ୍ରଫୁଲ୍ଲ ଘଡାଇ ବି ଦଲାଲି କରି ଲୁଟିବାର କୌଣସି ସୁଯୋଗକୁ ହାତଛଡା କରୁନାହାନ୍ତି ।ଏହାର ଠୋସ୍ ପ୍ର

ଷ୍ଟେରିଙ୍ଗ ଛାଡ ଆନ୍ଦୋଳନକୁ ଓହ୍ଲାଇବ ଡ୍ରାଇଭର ମହାସଂଘ l

Image
ଯାଜପୁର ( ସୁକିନ୍ଦା ): - ରବିବାର ଦିନ କୁହିକା ପଞ୍ଚାୟତରେ ରାଜ୍ୟ ଡ୍ରାଇଭର ମହାସଂଘ ତରଫରୁ ଏକ ବିଶାଳ ରାଲି ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ଦିନ ହେବ ରାଜ୍ୟସରକାରଙ୍କ ନିକଟରେ ଦିଆଯାଇଥିବା ଦାବୀ ପୂରଣ ନହେଲେ ଆସନ୍ତା ୧୫ତାରିଖ ଠାରୁ ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ କରାଯିବ ନେଇ ସଂଘ ପକ୍ଷରୁ ନିଷ୍ପତି ନିଆଯାଇଥିବା ମାଇକ ସାହାଯ୍ୟରେ ଗାଁ ଗାଁ ବୁଲି ଜନସାଧାରଣଙ୍କୁ ଅବଗତ କରାଇଛନ୍ତି।।ଦଶ ଦଫା ଦାବି ସମ୍ବଳିତ ଦାବିପତ୍ର ଧରି ଗାଁ ଗାଁ ବୁଲୁଥିବା ଦେଖିବାକୁ ମିଳିଛି।ଆସନ୍ତା ୧୫ ତାରିଖ ପୂର୍ବରୁ ଜନସାଧାରଣ ନିଜ ନିଜ କାର୍ଯ୍ୟ ସମାପ୍ତ କରିଦେବାକୁ ଡାକରା ଦେଇଛନ୍ତି । ନଚେତ୍ ଗମନା ଗମନ ରେ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । ଡ୍ରାଇଭର ମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦିଆଯାଉ । ଜନସାଧାରଣ ଙ୍କ ଆକ୍ରୋଶର ଶିକାର ହେଉଥିବା ଡ୍ରାଇଭର ସମାନ ପାଇଁ ସ୍ବତନ୍ତ୍ର ନିୟମ ପ୍ରଣୟନ କରାଯାଉ । ୫୫ ବର୍ଷ ରେ ମାସକୁ ପାଞ୍ଚ ହଜାର ଟଙ୍କା ପେନସନ ଦିଆଯାଉ ।ଡ୍ରାଇଭର ଆବାସ ନିମନ୍ତେ ପାଞ୍ଚ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଉ । ଗାଡି ଗୁଡିକ ପାର୍କିଙ୍ଗ୍ , ଡ୍ରାଇଭର ବିଶ୍ରାମ ଗୃହ ଓ ଶୌଚାଳୟ ଯାହାକି ପ୍ରତି ୧୦୦ କି ମି ରେ କରାଯାଉ । ସରକାରଙ୍କ ପକ୍ଷରୁ ଦୁର୍ଘଟଣାଗ୍ରସ୍ତ ଡ୍ରାଇଭର ମାନଙ୍କୁ ନଗଦ ୨୦ ଲକ୍ଷ ଟଙ୍କାର ଅର୍ଥ ରାଶି , ୧୦ ଲକ୍ଷ ଟଙ୍କାର ବିମା ରାଶି ଓ ୫ ଲକ୍ଷ ଟଙ୍କାର ଦୁର୍ଘଟଣାଜନିତ ସ୍ବାସ

ଯାଜପୁରରେ ମୂର୍ତ୍ତି ଚୋରି ନେଇ ସାମ୍ବାଦିକ ସମ୍ମିଳନୀ ରେ ସ୍ପଷ୍ଟିକରଣ ଦେଲେ ଯାଜପୁର ଆରକ୍ଷୀ ଅଧିକ୍ଷକ l

Image
RITA VISION NEWS By Umakanta Mohapatra (ଯାଜପୁରରୁ ଉତ୍ତରପ୍ରଦେଶ ଯାଏ ଲମ୍ବିଛି ଚୋରିର ଚେର: ଏସ୍‌ପି)  ଯାଜପୁର (ପାଣିକୋଇଲି) :- ଯାଜପୁର ଜିଲ୍ଲା ରେ ବାରମ୍ବାର ବିଭିନ୍ନ ଦେବାଳୟ, ମନ୍ଦିରରୁ ମୂଲ୍ୟବାନ ହିନ୍ଦୁ ଦେବାଦେବୀ ଙ୍କ ମୂର୍ତ୍ତୀ ଚୋରୀର ଅଭିଯୋଗ ହୋଇଆସୁଥିଲା l ଏହି ସମ୍ବେଦନଶୀଳ ଘଟଣା ଉପରେ ଜିଲ୍ଲା ପୋଲିସ ତାର ତଦନ୍ତ ଜାରୀ ରଖିଥିଲା l ଏହା ଭିତରେ ଯାଜପୁର ପୋଲିସ କୁ ବହୁ ବଡ ସଫଳତା ମିଳିଛି l ଏହି ମୂଲ୍ୟବାନ ମୂର୍ତ୍ତୀ ଚୋର ଙ୍କ ରାକେଟ ଓଡ଼ଶା ରୁ ଉତ୍ତର ପ୍ରଦେଶ ପର୍ଯ୍ୟନ୍ତ ଚେର ଥିବା ଯାଜପୁର ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l ଯାଜପୁରରେ ଅନ୍ତଃରାଜ୍ୟ ମୂର୍ତ୍ତି ଚୋରି ରାକେଟ୍ ଠାବ କରିଛି ଜିଲ୍ଲା ଇଣ୍ଟିଲିଜେନ୍ସ ପୋଲିସ ଏହା ସହିତ ୪ ମୂର୍ତ୍ତି ଚୋର କୁ ଗିରଫ କରିବା ସହ ୩୧ଟି ଧାତବ ମୂର୍ତ୍ତି ଜବତ କରିଛି l କିଛିମାସ ବ୍ୟବଧାନରେ ଯାଜପୁର, ଜେନାପୁର ଓ ଧର୍ମଶାଳା ଅଞ୍ଚଳରୁ ବିଭିନ୍ନ ମନ୍ଦିର ରୁ ଚୋରି ହୋଇଥିଲା ଏହି ମୂଲ୍ୟବାନ ଧାତବ ମୃତ୍ତୀ l ଏହାଦ୍ୱାରା ଅନେକ ହିନ୍ଦୁ ଧର୍ମର ଲୋକମାନଙ୍କ ଧାର୍ମିକ ଭାବନାକୁ କୁ ବହୁ ଆଘାତ ଦେଇଥିଲା l

ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ l

Image
ଯାଜପୁର (କଳିଙ୍ଗନଗର) :- ଜିଲ୍ଲାର ଦାନଗଦୀ କ୍ଲଥସ୍ତର ଅଧୀନରେ ଅବସ୍ଥିତ ରାଣୀପଡ଼ା ଗ୍ରାମପଂଚାୟତ ର ସରକାରୀ ପକଳ୍ପ ଉ. ପ୍ରା. ବିଦ୍ୟାଳୟ, ନନ୍ଦକିଶୋରପୁର ର ଆଞ୍ଚଳିକ ସାଧନ କେନ୍ଦ୍ର ରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ପ୍ରତିମା ରଥ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି l ଶ୍ରୀମତୀ ରଥ ଖାଲି ଶିକ୍ଷାଦାନ କରନ୍ତି ତା ନୁହେଁ ସେ ଜଣେ ସୁଲେଖିକା ମଧ୍ୟ l ସେ ତାଙ୍କ ଜୀବନକାଳ ମଧ୍ୟରେ ଶତାଧିକ ଛାତ୍ରଛାତ୍ରୀ ଙ୍କୁ ସୁଶିକ୍ଷା ପ୍ରଦାନ କରି ମାନବିକତା ର ପରିଚୟ ସୃଷ୍ଟି କରିଛନ୍ତି l ୧୯୮୬ ମସିହାରେ ସେ ଶିକ୍ଷକତା ଆରମ୍ଭ କରି ୨୦୨୩ ମସିହାରେ ଅବସର ଗ୍ରହଣ କରିଛନ୍ତି l ତାଙ୍କର ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳନ ଅବସରରେ ନନ୍ଦକିଶୋରପୁର ଉ. ପ୍ରା. ବିଦ୍ୟାଳୟ ର ନୂତନ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରତିମା ଜେନା ସଭାପତିତ୍ବରେ ଆୟୋଜିତ ସଭାରେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଯଥା ରମେଶ ଚନ୍ଦ୍ର ସ୍ଵାଇଁ, ରବିନ୍ଦ୍ର ନନ୍ଦ, ସୌମ୍ୟରଞ୍ଜନ ପତି, ସରୋଜିନୀ ସାହୁ, ସୁକାନ୍ତି ପୃଷ୍ଟି, ସୁବାସିନୀ ଜେନା ଉପସ୍ଥିତ ଥିଲେ l ବିଦ୍ୟାଳୟ ର ଛାତ୍ରଛାତ୍ରୀମାନେ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ l ଏହାସହିତ ନନ୍ଦକିଶୋରପୁର ଗ୍ରାମର ପୁରୁଖା ମାନ୍ୟଗଣ୍ୟ ବ୍ୟକ୍ତି ଙ୍କ ସହିତ ବିଦ୍ୟାଳୟର ପରିଚାଳନା କମିଟି ର ସମସ୍ତ ସଭ୍ଯ ସଭ୍ୟା ଉପସ୍ଥିତ ରହି ଶିକ୍ଷୟିତ୍ରୀ ଶ୍ରୀମତୀ ରଥ ଙ୍କ ଗୁଣଗାନ

ଓଡ଼ିଆ ଦୈନିକ ଖବର କାଗଜ 'ମନ୍ଥନ' ର ଚତୁର୍ଦ୍ଦଶ ସ୍ଵନକ୍ଷେତ୍ର ଦିବସ ପାଳନ l

Image
(ସାମ୍ବାଦିକତା ଓ ରାଜନୀତି ପରସ୍ପର ପରିପୂରକ -ସମ୍ପାଦକ ଶରତ ରାଉତ ) ଯାଜପୁର (ବ୍ୟୁରୋ ରିପୋର୍ଟ ):- ଓଡ଼ିଶାର ନିର୍ଭିକ ଓ ନିରପେକ୍ଷ ଦୈନିକ ଖବରକାଗ ଭାବେ 'ମନ୍ଥନ ' ଖୁବ ଜଣାଶୁଣା l ଏହି ଅବସରରେ ଯାଜପୁର ଜିଲ୍ଲା ବ୍ୟାସନଗର ସହରର ଉତ୍ସବ ପ୍ୟାଲେସ ଠାରେ ପାଳନ ହୋଇଯାଇଛି l ଏହି ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଓଡିଶା ପ୍ରଦେଶ ମହିଳା କଂଗ୍ରେସ କମିଟି ଅଧକ୍ଷା ଶ୍ରୀମତୀ ବନ୍ଦିତା ପରିଡା ଯୋଗଦେଇ ଉତ୍ସବ କୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିବା ବେଳେ ମୁଖ୍ୟ ବକ୍ତା ଭବେ ବରିଷ୍ଠ ସାମ୍ବାଦିକ ତଥା ରାଜନୈତିଜ୍ଞ ଓ ସାହିତ୍ୟିକ ଶ୍ରୀଯୁକ୍ତ ମାୟାଧର ନାୟକ ତାଙ୍କ ବକ୍ତବ୍ୟ ରଖିଲେ ଯେ ଆଜିର ଦିନରେ ସାରା ବିଶ୍ୱ ରେ ସାମ୍ବାଦିକ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱ ପୁର୍ଣ୍ଣ l ବର୍ତ୍ତମାନ ବିଶ୍ୱବାସୀ ତୃତୀୟ ବିଶ୍ୱଯୁଦ୍ଧ କୁ ସାମନ୍ନା କରିବାକୁ ଯାଉଥିବା ବେଳେ ଏହାର ସମାଧାନ ର ବାଟ କେବଳ ସାମ୍ବାଦିକ ଙ୍କ କଲମ ମୁନ ହିଁ ଦେଖାଇବ l ମନ୍ଥନ'ର ସମ୍ପାଦକ ଶରତ ରାଉତ ଙ୍କ ଆଦ୍ୟାକ୍ଷତା ରେ ଅନୁଷ୍ଠିତ ଉକ୍ତ ବାର୍ଷିକ ଉତ୍ସବ ରେ ଅନ୍ୟତମ ସମ୍ମାନୀତ ଅତିଥିଭାବେ କରଗିଲ ମହାସମର ର ଯୋଦ୍ଧା କର୍ଣ୍ଣଲ ବିଶ୍ୱେଶ୍ୱର ରାଉତ ଯୋଗଦେଇ ବର୍ତ୍ତମାନ ଖବରକାଗଜ ମାନଙ୍କର ସ୍ଥିତି ଓ ଅବସ୍ଥା ବିଷୟରେ ଆଲୋକପାତ କରିଥିଲେ l ପ୍ରାରମ୍ଭରେ ମନ୍ଥ

ଟାଟା ଷ୍ଟିଲ୍‌ କଳିଙ୍ଗନଗର ପକ୍ଷରୁ ୧୮୪ ତମ ପ୍ରତିଷ୍ଠାତା ଦିବସ ପାଳିତ l

Image
ଯାଜପୁର (କଳିଙ୍ଗନଗର)୩ ମାର୍ଚ୍ଚ ୨୦୨୩ : -ଟାଟା ଷ୍ଟିଲ୍‌ କଳିଙ୍ଗନଗର (ଟିଏସ୍‌) ପକ୍ଷରୁ ଓଡ଼ିଶାର ଯାଜପୁର ଜିଲ୍ଲାର କଳିଙ୍ଗନଗର କାରଖାନାରେ ଜାମସେଜୀ ନସରନଜୀ ଟାଟାଙ୍କ ୧୮୪ତମ ଜୟନ୍ତୀକୁ ପ୍ରତିଷ୍ଠାତା ଦିବସ ଭାବେ ଶୁକ୍ରବାର ପାଳନ କରାଯାଇଛି । ଭେଣ୍ଡର ପାର୍ଟନର କର୍ମଚାରୀମାନଙ୍କ ପାଇଁ ଇଞ୍ଜିନିୟରିଂ ଆଣ୍ଡ୍ ପ୍ରୋଜେକ୍ଟସ୍ ଟିମ୍ ପକ୍ଷରୁ ଏକ ୫ କିମି ଦୌଡ଼ ସହ ଦିନର ଶୁଭାରମ୍ଭ ହୋଇଥିଲା । ଟିଏସ୍‌ର ଗ୍ରିନ୍ ଟ୍ରାନ୍ସପୋର୍ଟ ଲଜିଷ୍ଟିକ୍‌ ପାର୍କ ନିକଟରୁ ଆରମ୍ଭ ହୋଇଥିବା ଏହି ଦୌଡ଼ରେ ବିଭିନ୍ନ ଭେଣ୍ଡର ପାର୍ଟନର ପକ୍ଷରୁ ୩୦୦ରୁ ଅଧିକ କର୍ମଚାରୀ ଅଂଶଗ୍ରହଣ କରିଥିଲେ । ଏହା ପରେ କର୍ମଚାରୀମାନଙ୍କ ଦ୍ବାରା ଏକ ଭ୍ରମଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯାହା ପ୍ରୋଜେକ୍ଟସ୍ ଅଫିସ୍‌ରୁ ଆରମ୍ଭ ହୋଇ ଟିଏସ୍‌ ସଂଟରରେ ଶେଷ ହୋଇଥିଲା ଯେଉଁଠାରେ ଟାଟା ଷ୍ଟିଲ୍‌ କଳିଙ୍ଗ ନଗରର ବରିଷ୍ଠ ଅଧିକାରୀଙ୍କ ସମେତ ଅନ୍ୟ କର୍ମଚାରୀମାନେ ଜେ ଏନ୍ ଟାଟାଙ୍କୁ ପୁଷ୍ପ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହା ପରେ ଗୋବରଘାଟି ଫେଜ୍-୨ ପଡ଼ିଆରେ ଟାଟା ପରିବାର ପକ୍ଷରୁ ଆନ୍ତଃ କଲୋନି ଫୁଟ୍ବଲ୍ ଟୁର୍ଣ୍ଣାମେଟ୍‌ର ଫାଇନାଲ୍ ମ୍ୟାଚ୍ ଆୟୋଜନ କରାଯାଇଥିଲା । ଏହି ଅବସରରେ ଟାଟା ଷ୍ଟିଲ୍ ଓ ଟାଟା ଷ୍ଟିଲ୍‌ ପରିବାର ମଧ୍ୟରେ ଏକ ବନ୍ଧୁତ୍ବପୂର୍ଣ୍ଣ ଫୁଟବଲ୍‌ ମ୍ୟାଚ୍‌ ଆୟୋଜନ କରାଯାଇଥିଲା । ଏହା ବ୍ୟତୀତ ଗୋରବଘାଟି ଓ କଂପାନିର ହାଉସିଂ କ