ରାଜ୍ୟ ରେ ପୁଣି ନାବାଳିକା କୁ ବଳାତ୍କାର ପରେ ହତ୍ୟା l ଦେଖନ୍ତୁ ପୂରା ରିପୋର୍ଟ...

କୋରାପୁଟ (ବ୍ୟୁରୋ) - ଏତେ ପ୍ରଚାର ଓ ପ୍ରସାର ପରେ ମଧ୍ୟ ରାଜ୍ୟରୁ ହଟୁନି କୁକର୍ମ l ସତେ ଯେମିତି ଏହା ଏକ ସଂକ୍ରାମକ ରୋଗ ନିୟନ୍ତ୍ରଣ ବାହାରେ ଥିବା ପରି ମନେ ହୁଏ l ଏହିପରି ଏକ ଘଟଣା ଘଟିଯାଇଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ କୋଷାଗୁମୁଡା ଗ୍ରାମରେ l କୋଷାଗୁମୁଡ଼ା ର ୧୬ ବର୍ଷ ର ନାବାଳିକା କୁ ଅପହରଣ ପରେ ବଳାତ୍କାର ଓ ହତ୍ୟା କରିଥିବା ଅଭିଯୋଗ ହୋଇଛି l ନାବାଳିକା ଯୁବତୀ ଜଣକ ଗତକାଲି ୧୩ ତାରିଖ ରାତିରେ ପରିସ୍ରା ନିମନ୍ତେ ବାହାରକୁ ଆସିଥିବା ବେଳେ କେହି ଦୁର୍ବୃତ୍ତ ତାକୁ ଘରର କିଛି ଦୂରକୁ ଟେକିନେଲେ ଓ ବଳାତ୍କାର କରି ହତ୍ୟା କରିଥିଲେ l ଘରଲୋକେ ଝିଅକୁ ନ ପାଇ ଖୋଜଖୋଜି କରି ଘରର କିଛିଦୂର ରେ ଯୁବତୀଙ୍କ ମରଶରୀର ପଡିଥିବା ଦେଖି ପୋଲିସ୍ କୁ ଖବର୍ ଦେଇଥିଲେ l ସ୍ଥାନୀୟ ପୋଲିସ ପହଞ୍ଚି ଶବ ଉଦ୍ଧାର କରି ତଦନ୍ତ ଜାରି ରଖିଛି l ପାରିପାର୍ଶିକ ଅବସ୍ଥା ରୁ ବଳାତ୍କାର ପରେ ହତ୍ୟାକାଣ୍ଡ ଘଟିଥିବା ପୁଲିସ ଅନୁମାନ କରୁଛି l RITA vision News