ଆଜି ଓଡ଼ିଶା ପାଇଁ ଏକ ଏୈତିହାସିକ ଦିନ, ପଢନ୍ତୁ ସମ୍ପୂର୍ଣ୍ଣ ଖବର ରେ... l

ବ୍ୟୁରୋ ରିପୋର୍ଟ :- ଓଡିଶା ପାଇଁ ଐତିହାସିକ ଦିନ... ‘ବନ୍ଦେ ଉତ୍କଳ ଜନନୀ’କୁ ମିଳିଲା ରାଜ୍ୟ ସଙ୍ଗୀତ ମାନ୍ୟତା । ରାଜ୍ୟ କ୍ୟାବିନେଟ ମାରିଲା ମୋହର । କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ବାରା ରଚିତ ବନ୍ଦେ ଉତ୍କଳ ଜନନୀ । 1912 ମସିହାରେ ବାଲେଶ୍ଵର ଉତ୍କଳ ସମ୍ମିଳନୀରେ ପ୍ରଥମ ଥର ପାଇଁ ଗାନ କରାଯାଇଥିଲା ‘ବନ୍ଦେ ଉତ୍କଳ ଜନନୀ’ ।ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ତାଳପଦା ମାଟିରେ ଜନ୍ମିତ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ଅତୁଳନୀୟ ଅବଦାନ ବନ୍ଦେ ଉତ୍କଳ ଜନନୀ ଏବେ ସର୍ବ ବିଦିତ । କାନ୍ତକବି ଶ୍ରୀ ଲକ୍ଷ୍ମୀକାନ୍ତ ମହାପାତ୍ର । ୧୮୮୮ ମସିହା ଡିସେମ୍ବର ମାସ ୯ ତାରିଖରେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ତାଳପଦା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ମାଣବସା ଗୁରୁବାର , ଲକ୍ଷ୍ମୀ ପୂଜା ଦିନ ଜନ୍ମଗ୍ରହଣ କରିଥିବାରୁ ଲକ୍ଷ୍ମୀ ମାଆଙ୍କ ନାମାନୁସାରେ ତାଙ୍କ ନାମ ଲକ୍ଷ୍ମୀକାନ୍ତ ବୋଲି ରଖାଗଲା । ତାଙ୍କ ପିତାଙ୍କ ନାମ ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର ଓ ମାତା ରାଧାମଣୀ । ପିତା ତିହିଡି ତାଳପଦାର ଜମିଦାର ଥିଲେ । ମାଆ କଣ୍ଟାପାରି ଜମିଦାରଙ୍କ କନ୍ୟା ଥିଲେ । ଲକ୍ଷ୍ମୀକାନ୍ତ ହାଇସ୍କୁଲ ଶିକ୍ଷା ଛାଡ଼ି ସେତେବେଳେ ଇଂରେଜମାନଙ୍କ ବିରୋଧରେ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇଥିଲେ ଏବଂ ଇଂରେଜ ସୈନ୍ୟମାନଙ୍କଦ୍ୱାରା ବନ୍ଦି ହୋଇ ଜେଲ ମଧ୍ୟ ଯାଇଥିଲେ । ପରେ ପରେ ଲକ୍ଷ୍...