ଗାୟକ ମହାରଥୀ ତଥା ବିଶିଷ୍ଟ ଶିକ୍ଷାବିତ୍ ହରି ବଲ୍ଳଭ ଦାଶ ଙ୍କ ପ୍ରର୍ଥମ ବାର୍ଷିକ ଉତ୍ସବ ପାଳିତ l

ଯାଜପୁର :- ଜିଲ୍ଲା ର କୋରେଇ ବ୍ଲକ ଅନ୍ତର୍ଗତ ଇଚ୍ଛା ପୁର ଓ ରାମକୃଷ୍ଣ ପୁର ଠାରେ ପୃଥକ ପୂଥକ ଭାବେ ଗାୟକ ମହାରଥୀ ତଥା ବିଶିଷ୍ଟ ଶିକ୍ଷାବିତ୍ କବି ଲେଖକ ସ୍ୱର୍ଗତ ହରି ବଲ୍ଳଭ ଦାଶ ଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଉତ୍ସବ ପାଳନ ହୋଇଯାଇଛି l ସ୍ଵର୍ଗତ ଦାଶ ଜଣେ ବିଶିଷ୍ଟ ଶିକ୍ଷାବୀତ୍ ଥିଲେ l ଶିକ୍ଷକତା ସହିତ ଓଡ଼ିଶା ର କଳା ସାହିତ୍ୟ କୁ ନୁତନ ଦିଗ୍ ଦର୍ଶନ ଦେବାରେ ତାଙ୍କର ଭୂମିକା ଅନନ୍ୟ l ପାଲାକୁ ନିଶା ଭାବେ ଗ୍ରହଣ କରି ତଥା ଓଡିଶା ର ବିଶିଷ୍ଟ ପାଲା ଗାୟକ ଭାବେ ପ୍ରତିଷ୍ଠା ଲାଭ କରିଥିଲେ ସ୍ଵର୍ଗତ ଦାଶ l ଗଜପତି ମହାରାଜା ତାଙ୍କୁ ଗାୟକ ମହାରଥି ଉପାଧି ରେ ସମ୍ମାନିତ କରିଥିଲେ l ବହୁ କାବ୍ୟ କବିତା ରଚନା କରି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇଛନ୍ତି l ସ୍ଵର୍ଗତ ଦାଶ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଭାବ ବିଭିନ୍ନ ହାଇସ୍କୁଲ ରେ ଅବସ୍ଥାପିତ ହୋଇ ଉନ୍ନତି କରି ସୁନାମ ଅର୍ଜନ କରିଥିଲେ l ଶିକ୍ଷା ଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ଉତ୍ତମ ଶିକ୍ଷକ ଭାବ ରେ ବେଶ ପରିଚିତ ଥିଲେ l ଭାଗବାନ ଙ୍କ ଅପୂର୍ବ ଲୀଳା, ଗଣେଶଙ୍କ ଭଜନ ଲେଖୁ ଥିଲେ, ଗଣେଶ ପୂଜା ଦିନ I ଈହଧାମ ତ୍ୟାଗ କରି ଥିଲେ ସ୍ଵର୍ଗତ ଦାଶ l ତାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକ ଇଚ୍ଛାପୁର ରେ ପାଳିତ ହୋଇଯାଇଛି l ଗ୍ରାମବାସୀଙ୍କ ତରଫରୁ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଭଜନ ସମାରୋ...