ମଠ ମନ୍ଦିର ଜମି ଏବେ ଜମି ମାଫିଆଙ୍କ ହାତରେ I

ଯାଜପୁର (ବ୍ୟୁରୋ ରିପୋର୍ଟ) :- ସାରାରାଜ୍ଯରେ ଜମି ମାଫିଆଙ୍କ କଳାକାରନାମା ବଢ଼ି ଚାଲିଛି l ଏହା ଭିତରେ ଯାଜପୁର ଜିଲ୍ଲାର ବ୍ୟାସନଗର ଠାରେ ମାତିଛନ୍ତି ଜମି ମାଫିଆ l ବହୁ ପୁରୁଣା କାଳର ଦେବତ୍ତୋର ସମ୍ପତ୍ତି କୁ ଶାଗ ମାଛ ଦରରେ ବିକ୍ରି କରି ଚାଲିଛନ୍ତି l ବ୍ୟାସନଗର ତହସିଲ୍ ଅଧୀନରେ ଥିବା କୋପଣ୍ଡ ମୌଜା ର ମୁଣ୍ଡମାଳ ନିକଟସ୍ଥ ମଠ ନାମରେ ଥିବା ୧୫ ଏକର ରୁ ଅଧିକ ଜମିର ମାଲିକାନା ସ୍ଵର୍ଗତ ନାଲୁ ଦାସ, ଗୁରୁ ରାମ ସ୍ଵରୁପ ଦାସ ଙ୍କ ନାମରେ ରେକର୍ଡ ଭୁକ୍ତ l ତାଙ୍କର ଦେହାନ୍ତ ପରେ କିଛି ପ୍ରଭାବଶାଳୀ ବ୍ୟକ୍ତି ଓ ଜମି ମାଫିଆ ସେ ଜମିକୁ ବିନା କୌଣସି କାଗଜପତ୍ର ରେ ବିକି ଚାଲିଛନ୍ତି l ଯାହା ଏବେ ସ୍ଥାନୀୟ ବୁଦ୍ଧିଜୀବୀ ଓ ସଚେତନ ନାଗରିକ ମାନେ ବିରୋଧ କରିବା ସହିତ ଲିଖିତ ଆକାରରେ ସ୍ଥାନୀୟ ତହସିଲଦାର ଓ ଜିଲ୍ଲାପାଳ ଙ୍କୁ ଅବଗତ କରାଇଛନ୍ତି l ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ I ଯେହେତୁ ମଠ ସମ୍ପତ୍ତି ର ମାଲିକାନା ମହନ୍ତ ଙ୍କ ଦେହାନ୍ତ ହୋଇଛି ତେଣୁ ତାହା ସରକାରଙ୍କ ମାଲିକାନା କୁ ଯିବା କଥା ଏହା ସମ୍ପୁର୍ଣ୍ଣ ସରକାରୀ ଜମି କିନ୍ତୁ ସରକାରଙ୍କ ଦୃଷ୍ଟିକୁ ଆସିଛି, ପଦକ୍ଷେପ ଶୂନ୍ l ଏବେ ସେହି ଜମିରେ ଅଟ୍ଟାଳିକା ନିର୍ମାଣ ହୋଇଛି, ହେଉଛି ମଧ୍ୟ I କୋପଣ୍ଡ ମୌଜା ର ଖାତା ନମ୍ବର ୨୪୪ ରେ ଏହି ମଠ ଜମି I ସ୍ଥାନୀୟ ତହସିଲ ଓ ଜିଲ୍ଲା ପ୍ର...