Posts

Showing posts from October 11, 2021

ଯାଜପୁର ଜିଲ୍ଲା ସମ୍ବାଦିକ ସଙ୍ଘ ପକ୍ଷରୁ ଜିଲ୍ଳା ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ l

Image
ଯାଜପୁର - ଜିଲ୍ଲାର ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଯାଜପୁର ଜିଲ୍ଲା ସମ୍ବାଦିକ ସଙ୍ଘ ର ଏକ ଜିଲ୍ଲା ସ୍ତରୀୟ ଆଲୋଚନା ଚକ୍ର ଓ ବନ୍ଧୁମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟଅତିଥି ଭାବେ ରାଜ୍ଯ ସ୍ୱାଧୀନତା ସଂଗ୍ରାମ ସମିତି ର ସଭାପତି ତଥା ବର୍ଷିୟାନ୍ ସ୍ଵାଧୀନତା ସଂଗ୍ରାମୀ ନୀଳମଣି ସାମଲ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l  ସାମ୍ବାଦିକମାନେ ଦେଶର ଜାଗ୍ରତ ପ୍ରହରୀ ତେଣୁ ସେମାନଙ୍କୁ ସରକାର ସ୍ଵାଭାବିକ ଭାବେ ପରିଚିତ କରାଇ ସେମାନଙ୍କ ସୁରକ୍ଷା ପାଇଁ ଆଇନ୍ ତିଆରି କରିବା ନିତ୍ୟାନ୍ତ ଆବଶ୍ୟକ ବୋଲି ସଭାରେ ଉପସ୍ଥିତ ବକ୍ତାମାନେ ମତ ପ୍ରକାଶ କରିଛନ୍ତି l ଅନ୍ତରାଷ୍ଟ୍ରୀୟ ସ୍ତରରେ ସାମ୍ବାଦିକ ନୋବେଲ୍ ପୁରସ୍କାର ବିଜେତା ହେଉଥିବା ବେଳେ ଆମ ଦେଶରେ ବିଶେଷ କରି ରାଜ୍ୟରେ ସାମ୍ବାଦିକମାନଙ୍କୁ ବିଭିନ୍ନ ସମୟରେ ଆକ୍ରୋଶର ଶିକାର ହେବାକୁ ପଡ଼ୁଛି l  ତେଣୁ ଜନସାଧାରଣ ଙ୍କ ସୁବିଧା ଅସୁବିଧା ବିଷୟରେ ଅଧିକ ସୂଚନା ଦେବା ପାଇଁ ସାମ୍ବାଦିକଙ୍କ ମନରେ ସେତେଟା ଆଗ୍ରହ ପ୍ରକାଶ ପାଉନାହଁ l ଯାହାଦ୍ଵାରା ସରକାରୀ ସ୍ତରରେ ବିଭିନ୍ନ ପ୍ରକାରର ଅସାଧୁ କର୍ଯ୍ୟ ବୃଦ୍ଧିପାଇବାରେ ଲାଗିଛି, ଜନସାଧାରଣ ସେମାନଙ୍କ ମୌଳିକ ଅଧିକାର ରୁ ବଞ୍ଚିତ ହେଉଛନ୍ତି l ସରକାର ସାମ୍ବାଦିକ ଙ୍କ ସୁରକ୍ଷା ଓ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ...