Posts

Showing posts from December 30, 2021

ସମ୍ବାଦ ଭିତ୍ତିକ ପତ୍ରିକା '' ଉଦୟବଟ '' ପକ୍ଷରୁ ବରିଷ୍ଠ ସାମ୍ବାଦିକ ସମ୍ମାନିତ l

Image
  ଯାଜପୁର (ବ୍ୟୁରୋ ରିପୋର୍ଟ ):- ଯାଜପୁର ଜିଲ୍ଲାର ବର୍ଷୀୟାନ ସାମ୍ବାଦିକ ତଥା ଦୈନିକ ସମ୍ବାଦପତ୍ର '' ମନ୍ଥନ'' ର କଳିଙ୍ଗନଗର ପ୍ରତିନିଧି ଜୟ ନାରାୟଣ ମହାପାତ୍ରଙ୍କୁ ଦୀର୍ଘ ଚାରି ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟଧରି ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ପାରଦର୍ଶିତା ନିମନ୍ତେ ଯାଜପୁର ରୋଡ (ବ୍ୟାସନଗର)ରୁ ପ୍ରକାଶିତ ସମ୍ବାଦ ଭିତ୍ତିକ ପତ୍ରିକା ଉଦୟବଟ ପକ୍ଷରୁ ଉଦୟବଟ ଶ୍ରେଷ୍ଠ ସାମ୍ବାଦିକ ସମ୍ମାନ -୨୦୨୧ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଛି l       ଧଵଳଗିରି ଉଦୟବଟ ପରିସରସ୍ଥ ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପଠାରେ ୨୯ତାରିଖ ସନ୍ଧ୍ୟାରେ ଅନୁଷ୍ଠିତ ପତ୍ରିକାର ୧୮ତମ ବାର୍ଷିକ ଉତ୍ସବରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ଉଦ୍ଘାଟକ ଓ ଯାଜପୁର ଜିଲ୍ଲା କ୍ରୀଡା ସଂସଦ କାର୍ଯ୍ୟକାରୀ ସଭାପତି ରସାନନ୍ଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୁକିନ୍ଦାର ବରିଷ୍ଠ ସାମ୍ବାଦିକ ଶ୍ରୀ ମହାପାତ୍ରଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନକରି ଏହି ସମ୍ମାନରେ ସମ୍ମାନିତ କରିଥିଲେ l ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. କୁଶ ଚନ୍ଦ୍ର ପ୍ରଧାନ, ବ୍ୟାସନଗର ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷା ସବିତା ରାଉତ ଓ ଉଦୟବଟ ସମ୍ପାଦକ ଦୁଷ୍ମନ୍ତ କୁମାର ରାଉତ ଏଥିରେ ଉପସ୍ଥିତ ଥିଲେ l