ସାତକୋଶିଆ ପାଇଁ ଖୁସି ଖବର l

ଅନୁଗୁଳ(ବ୍ୟୁରୋ ରିପୋର୍ଟ) : - ସାତକୋଶିଆ ପାଇଁ ଖୁସି ଖବର। ୩୦ ବର୍ଷ ପରେ ବିରଳ ଘଡିଆଳ କୁମ୍ଭୀର ହେଲା ମାଆ। ମହାନଦୀର ସାତକୋଶିଆ ଗଣ୍ଡର ପ୍ରାକୃତିକ ଆବାସ ସ୍ଥଳୀରେ ପୁଣି ଥରେ ବିରଳ ଘଡ଼ିଆଳ କୁମ୍ଭୀର ଜନ୍ମ ନେଇଛନ୍ତି । ଟିକରପଡା ବନାଞ୍ଚଳ ମହାନଦୀର ବଳଦମରା ପାଖରେ ଏକ ମାଆ ଘଡ଼ିଆଳ ସହ ୨୮ଟିି ନବଜାତକ ଘଡ଼ିଆଳ ଶାବକଙ୍କୁ ବନ ବିଭାଗ ଠାବ କରିଛି । ବନବିଭାଗ କହିବା କଥା ସାତକୋଶିଆ ପାଇଁ ଏହା ନିଶ୍ଚିତ ଶୁଭ ଖବର । ବହୁ ପୂର୍ବରୁ ପ୍ରାକୃତିକ ଭାବେ କେବଳ ସାତକୋଶିଆରେ ଘଡ଼ିଆଳ ପ୍ରଜନନ ହୋଇ ପାରୁଥିଲା । ପରିବେଶ ଅସନ୍ତୁଳନ ଯୋଗୁ ଏଥିରେ ବ୍ୟତିକ୍ରମ ଦେଖାଦେଇଥିଲା । ଏବେ ଏକାଥରେ ୨୮ ଘଡ଼ିଆଳ ଜନ୍ମ ହେବା କେବଳ ଓଡ଼ିଶା ନୁହେଁ, ସାରା ଭାରତ ପାଇଁ ଗୌରବର ବିଷୟ ବୋଲି ପରିବେଶପ୍ରେମୀ ମାନେ କହିଛନ୍ତି। Good news for Satkoshia. Anugul(Beuro Report) : - Good news for Satkoshia. Thirty years later, the rare crocodile became a mother. A rare crocodile has been born again in the natural habitat of the Satkoshia Gander of the river. The forest department has identified 24 newborn baby squirrels, including a mother squirrel, near Baldamara in the Tikarpada forest river. ...