ସରକାରୀ ଯୋଜନା କାହାପାଇଁ? ଅସହାୟ ଦିବ୍ୟାଙ୍ଗ ବିଧବା ମହିଳା ଙ୍କୁ ମିଳୁନି ଘରେ ଖଣ୍ଡେ l

ଯାଜପୁର (ବ୍ୟୁରୋ ରିପୋର୍ଟ) :- କଥାରେ ଅଛି ଅରିକିତ କୁ ଦଇବ ସାହା,ହେଲେ ଏଠି ଅରିକିତ କୁ ନା ଦଇବ ସାହା ହେଇଛନ୍ତି ନା ସରକାର। ଯାଜପୁର ଜିଲ୍ଲା ସୁକିନ୍ଦାଗଡ ଗ୍ରାମରେ ବାସ କରନ୍ତି ସାବିତ୍ରୀ ନାୟକ, ସ୍ୱାମୀ ଆରପାରିରେ,ତାଙ୍କର କେହି ସନ୍ତାନ ସନ୍ତତି ନଥିବାରୁ ସେ ଏବେ ଏକାକୀ ଜୀବନ ଜିଇଁବାକୁ ସଂଗ୍ରାମ କରୁଛନ୍ତି, ଆଶ୍ରା ଦେବା ପାଇଁ କେହି ନାହାନ୍ତି।ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ବି ନାଇଁ, ଯୋଉ ପୁରୁଣା ଘର ଥିଲା ତାର ଛପର ଉଡି ସେଠି ଏବେ ଦିନରେ ଖରା ରାତିରେ ତାର ଦେଖା ଯିବା ଅବସ୍ଥାରେ। ଯାହା ମାଗି ଯାଚି ଆଣି ଖାନ୍ତି ଆଉ ରାତିରେ ଗାଁ ଦାଣ୍ଡରେ ଶୋଇ ପଡନ୍ତି। ବାର୍ଦ୍ଧକ୍ୟ ଯୋଗୁଁ ପଡିଯାଇ ତାଙ୍କ ଗୋଡ ଭାଙ୍ଗି ଯାଇଥିବାରୁ ଏବେ ସେ ଛୋଟେଇ ଛୋଟେଇ ନିଜ ପାଇଁ ଆହାର ସଂଗ୍ରହ କରୁଛନ୍ତି। ବି. ପି. ଏଲ. କାର୍ଡ ରୁ ପାଞ୍ଚ କିଲୋ ଚାଉଳ ଓ ବାର୍ଦ୍ଧକ୍ୟ ଭତା ପାଞ୍ଚ ଶହ ଟଙ୍କା ପାଉଛନ୍ତି ସାବିତ୍ରୀ ନାୟକ, ଯାହାକି ସମୁଦ୍ର କୁ ଶଙ୍ଖେ ପରି। ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ଦବା ପାଇଁ ସରକାର ଙ୍କୁ ଆକୁଳ ନିବେଦନ କରିଛନ୍ତି ସାବିତ୍ରୀ ।ଘର ଖଣ୍ଡେ ପାଇଲେ ସେ ଆଉ ବାରଦୁଆର ରେ ଆଶ୍ରା ନେବେନାହିଁ ବୋଲି ଛଳଛଳ ଆଖିରେ କହିଛନ୍ତି ସାବିତ୍ରୀ । ସୁକିନ୍ଦା ବ୍ଲକ ପ୍ରଶାସନ, ଜିଲ୍ଲା ପ୍ରଶାସନ ସ୍ଥାନୀୟ ଲୋକପ୍ରତିନିଧି ଏହା ପ୍ରତି ଦ୍ରୁଷ୍ଟି ଦେଲେ ଅସହାୟ ମହିଳା ଜଣକ ବାକି ଜୀବନ ସୁଖମୟ ...