ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !

  ପୁରୀ (ବ୍ୟୁରୋ ରିପୋର୍ଟ) :- ଦୀର୍ଘ ୪୬ ବର୍ଷ ପରେ ସେହି ମୁହୂର୍ତ୍ତ ଆସି ପହଞ୍ଚିଛି । ଶେଷ ଥର ପାଇଁ ୧୯୭୮ ମସିହାରେ ଖୋଲିଥିଲା ଭିତର ରତ୍ନଭଣ୍ଡାର । ରାଜ୍ୟ ସରକାରଙ୍କ ପକ୍ଷରୁ ଗଠନ ହୋଇଥିବା ରତ୍ନ ଭଣ୍ଡାର ଯାଞ୍ଚ କମିଟି ପକ୍ଷରୁ ଆଜି ରତ୍ନ ଭଣ୍ଡାରର ଅନୁଧ୍ୟାନ ଚାଲିଛି । ନୀତିକାନ୍ତି ଅନୁସାରେ ଚାଲିଛି ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା । ସମୟ ଅନୁସାରେ ବାହାର ରତ୍ନଭଣ୍ଡାରରେ ପ୍ରବେଶ କଲେ ଟିମ୍ । ଲୋକନାଥଙ୍କୁ ପୂଜା କରି ପ୍ରବେସ କଲେ ଟିମ୍ । ରତ୍ନଭଣ୍ଡାର ଭିତରକୁ ଯାଇଛନ୍ତି ୧୧ ଜଣ ସଦସ୍ୟ । ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ, ସଦସ୍ୟ ଡାକ୍ତର ସିବିକେ ମହାନ୍ତି, ଗଜପତି ମହାରାଜାଙ୍କ ପ୍ରତିନିଧି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ,ଏଏସ୍‌ଆଇ ଅଧୀକ୍ଷକ ଡିବି ଗଡ଼ନାୟକ, ରତ୍ନଭଣ୍ଡାର ସବ୍ କମିଟି ସଦସ୍ୟ, ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ, ତଢ଼ଉ କରଣ ଓ ଦେଉଳ କରଣ ପ୍ରମୁଖ ରତ୍ନଭଣ୍ଡାର ଭିତରକୁ ଯାଇଛନ୍ତି ।ଗୋଟିଏ ପଟେ ରତ୍ନଭଣ୍ଡାର ଖୋଲିବାକୁ ନେଇ ସବୁଠି ଉତ୍ସାହ ଲାଗିରହିଛି । ଆଉ ଏହାରି ଭିତରେ ବିଜେପି ସରକାରର ଏହି ପଦକ୍ଷେପକୁ ପ୍ରଂଶସା କରିଛନ୍ତି ବିଜେଡିର ବରିଷ୍ଠ ନେତା ତଥା ବଡ଼ଚଣାର ପୂର୍ବତନ ବିଧାୟକ ଅମର ଶତପଥୀ । ତାଙ୍କ ପ୍ରତିକ୍ରିୟା ରଖି ସେ କହିଛନ୍ତି ରତ୍ନଭଣ୍ଡାର ଖୋଲିବା ପାଇଁ ସାରା ବିଶ୍ୱର ଜଗନ୍ନାଥ ପ୍ରେମୀ ଚାହିଁ ରହିଥିଲେ । ରତ୍ନଭଣ୍ଡାର ଉପରେ ଯେଉଁ ପ୍ରହେଳିକା ଥିଲା, ତାହା ମଧ୍ୟ ଏଥିର ଦୂର ହେବ । ଏହି ଅବସରରେ ମହାପ୍ରଭୁଙ୍କ ଜଣେ ପ୍ରଧାନୀ ସେବକ କହିଛନ୍ତି ଯେ, ଅମୁହାଁ ଦେଉଳ ଭିତରେ ଭିତରେ ରହିଛି ମଣିଷ କଙ୍କାଳ ଓ ମୁଣ୍ଡ, ଜଗିରହିଛି ସପ୍ତଫେଣିଆ ସର୍ପ l ଚାଳିଶ କେଜର ପାଟ ବସ୍ତ୍ର ସହ ବହୁ ମୂଲ୍ୟବାନ ସୁନା ରୂପା ଓ ମୋତି ମାଣିକ l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l