Posts

Showing posts from April 24, 2024

ଯାଜପୁର ଜିଲ୍ଲା ର ନୂତନ ଜିଲ୍ଲାପାଳଙ୍କ ଦାୟିତ୍ଵ ଗ୍ରହଣ କଲେ ନିଖିଲ ପୱନ କଲ୍ୟାଣ l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) : - ଚଳିତ ମାସ ୫ ତାରିଖ ଶୁକ୍ରବାର ଅପରାହ୍ନରେ ଯାଜପୁର ନୂତନ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଭାବେ ୨୦୧୨ କାଡର ଆଇଏଏସ୍ ଅଧିକାରୀ ନିଖିଲ ପୱନ କଲ୍ୟାଣ ଯୋଗଦାନ କରି ଡା. ଶୁଭଙ୍କର ମହାପାତ୍ର, ଆଇଏଏସ୍ ଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଚ୍ଥନ୍ତି । ଶ୍ରା କଲ୍ୟାଣ ପୂର୍ବରୁ ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗରେ ନିର୍ଦ୍ଦେଶକ ପଦବୀରେ କାର୍ଯ୍ୟ ନିର୍ବାହ କରୁଥିଲେ । ଏହା ପୂର୍ବରୁ ସେ କଟକ ମହାନଗର ନିଗମ ଆୟୁକ୍ତ ଭାବେ ଦାୟିତ୍ୱ ନିର୍ବାହ କରି ଜନସାଧାରଣଙ୍କ ପ୍ରିୟଭାଜନ ହେବା ସହ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ବେଶ ସୁନାମ ଅର୍ଜନ କରିଚ୍ଥନ୍ତି । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଦର୍ଶନ ସାରି ଜିଲ୍ଲା କାର୍ଯ୍ୟାଳୟରେ ପହଂଚିବା ପରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶୁଭେନ୍ଦ୍ର କୁମାର ସାମଲ, ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ନବକ୍ରିଷ୍ଣ ଜେନା, ଅତିରିକ୍ତ ଜିଲ୍ଲାପାଳ, କଳିଙ୍ଗ ନଗର ଲଙ୍କେଶର ଅମାତ, ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ଅଧିକାରୀ କୁଳମଣି ନାୟକଙ୍କ ସମେତ କାର୍ଯ୍ୟାଳୟର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ନୂତନ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ସ୍ୱାଗତ ଜଣାଇଥିଲେ ।

ନିର୍ବାଚନ ଅଧିକାରୀ ଓ ଜିଲ୍ଲାପାଳଙ୍କ ସହ ରାଜନୈତିକ ଦଳମାନଙ୍କ ବୈଠକ ଅନୁଷ୍ଠିତ l

Image
ଯାଜପୁର ୨୪/୦୪ (ବ୍ୟୁରୋ ରିପୋର୍ଟ ): - ଗତକାଲି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ନିଖିଲ ପବନ କଲ୍ୟାଣଙ୍କ ଅଧ୍ୟକ୍ଷତାରେ ରାଜନୈତିକ ଦଳ ମାନଙ୍କ ସହ ଚଳିତ ଲୋକସଭା ଓ ବିଧାନସଭା ନିର୍ବାଚନ ସମ୍ୱନ୍ଧୀୟ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଚ୍ଥି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବୈଠକରେ ଯୋଗ ଦେଇଥିବା ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ନିର୍ବାଚନର ପ୍ରାକ୍ ପ୍ରସ୍ତୁତି କାର୍ଯ୍ୟକ୍ରମ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଅବଗତ କରାଇଥିଲେ । ଜିଲ୍ଲାରେ ଆଗାମୀ ଜୁନ୍ ୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ ।ଯାଜପୁର-୮ ଲୋକସଭା ଆସନ, ୪୮-ବିଂଝାରପୁର ବିଧାନସଭା ଆସନ, ୪୯-ବରୀ, ୫୦-ବଡଚଣା,୫୧-ଧର୍ମଶାଳା, ୫୨-ଯାଜପୁର, ୫୩-କୋରାଇ ଏବଂ ୫୪-ସୁକିନ୍ଦା ବିଧାନସଭା ଆସନ ନିମନ୍ତେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ଜିଲ୍ଲାରେ ମୋଟ ୧୬୩୫ ଗୋଟି ବୁଥ୍ ଏବଂ ତନ୍ମଧ୍ୟରୁ ୨ ଗୋଟି ବୁଥ୍‌ର ଶାଖା ବୁଥ୍‌କୁ ନେଇ ସର୍ବମୋଟ ୧୬୩୭ ଗୋଟି ବୁଥ୍‌ରେ ମତଦାନ ଅନୁଷ୍ଠିତ ହେବ । ୮୮ ଗୋଟି ବୁଥ୍‌ର ସ୍ଥାନ ପରିବର୍ତନ ହୋଇଥିବା ବେଳେ ୯୮୧ ଗୋଟି ବୁଥ୍ (ହାରାହାରି ଶତକଡା ୬୦ ଭାଗ ବୁଥ୍‌)ରେ ଆଦର୍ଶ ଆଚରଣବିଧି ଅନୁଯାୟୀ ୱେବ୍ କାଷ୍ଟିଂ କରାଯିବ । ସେହିପରି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ଯାଉଥିବା ପ୍ରାର୍ଥୀମାନେ ହେଲିପ୍ୟ