Posts

Showing posts from March 24, 2020

ଆସନ୍ତା ଏପ୍ରିଲ ମାସ ୧୪ ତାରିଖ ପର୍ଯ୍ଯନ୍ତ ଲକ୍ ଡାଉନ୍, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ.. l

Image
ଆଜି ରାତି  ୧୨ ରୁ ୩ ସପ୍ତାହ ଭାରତ ଲକ୍‌ ଡାଉନ୍‌: ମୋଦି.. ବ୍ୟୁରୋ ରିପୋର୍ଟ - ଆଜି ରାତି  ୧୨ରୁ ଆଗାମୀ ୩ ସପ୍ତାହ ପର୍ଯ୍ୟନ୍ତ ପୁରା ଦେଶ ଲକ୍‌ ଡାଉନ୍‌ । ଜନତା କର୍ଫ୍ୟୁଠୁ ଆଉ ଦୁଇ ପାଦ ଆଗରେ ରହିବ ବୋଲି ଆଜି ଦେଶ ସମ୍ବୋଧନ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋରୋନାର ଅର୍ଥ ‘କୋଇ ରୋଡ ପର ନା ନିକଲେ’ ବୋଲି ଏକ ପ୍ଲା କାର୍ଡ ଦେଖାଇ ମୋଦି କହିଛନ୍ତି । ଘର ବାହାରକୁ ଗୋଟିଏ ପାଦ ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ କୋରୋନାରେ କବଳିତ କରିପାରେ ବୋଲି ମୋଦି କହିଛନ୍ତି । ୨୧ ଦିନର ଲକ୍‌ ଡାଉନ୍‌ ନମାନିଲେ ଦେଶ ୨୧ ବର୍ଷ ପଛକୁ ଚାଲିଯିବ । ଏପରିକି ବହୁ ପରିବାରକୁ ଧ୍ୱଂଶ କରିପାରେ କୋରୋନା । ବିଶେଷ କରି କୋରୋନା ମୁକାବିଲା କରିବାର ଏକ ମାତ୍ର ପଦକ୍ଷେପ ହେଉଛି ‘ସୋସିଆଲ ଡିଷ୍ଟାନ୍ସିଂ’ । କୋରୋନା ବ୍ୟାପିବାର ଲକ୍ଷଣ କିଛି ନିଆରା ରହିଛି । ପ୍ରଥମ କିଛି ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା କାବୁରେ ରହୁଥିବା ବେଳେ କିଛି ଦିନ ଭିତରେ ବେକାବୁ ହୋଇଯାଉଛି । ବହୁ ବିକଶିତ ଦେଶରେ ମେଡିକାଲ ସିଷ୍ଟମ ବହୁତ ଭଲ ଥାଇ ମଧ୍ୟ ସେମାନେ ଥକି ପଡ଼ିଛନ୍ତି । ଏହିସବୁ ଦେଶର ଏକ୍ସପର୍ଟଙ୍କ ଅନୁସାରେ ‘ସୋସିଆଲ ଡିଷ୍‌ଟାନ୍ସିଂ’ ହିଁ ଏକମାତ୍ର ପଦକ୍ଷେପ କୋରୋନା ପାଖରୁ ରକ୍ଷା ପାଇବାର ବୋଲି ମୋଦି କହିଛନ୍ତି ।