ବିସ୍ଥାପନ ବିରୋଧୀ ଜନମଞ୍ଚ ପାଳନ କଲା ୧୭ ତମ ସହିଦ୍ ଦିବସ l

(ଗୁଳିକାଣ୍ଡ ରେ ପ୍ରାଣ ହରାଇଥିବା ପରିବାରଙ୍କୁ ଆଜି ପର୍ଯ୍ୟନ୍ତ ମିଳିନାହିଁ ନ୍ୟାୟ) ଯାଜପୁର (କଳିଙ୍ଗନଗର) :- ଯାଜପୁର ଜିଲ୍ଲା କଳିଙ୍ଗନଗର ର ବହୁ ଚର୍ଚ୍ଚିତ ଗୁଳିକାଣ୍ଡ ଘଟଣା ଆଜକୁ ୧୭ ବର୍ଷ ହୋଇଯାଇଛି l ଏହି ଅବସରରେ କଳିଙ୍ଗନଗର ବୀର୍ ସହିଦ୍ ସ୍ମୃତି, ବିସ୍ଥାପନ ବିରୋଧୀ ଜନମଞ୍ଚ ପକ୍ଷରୁ ପାଳନ କରାଯାଉଛି ସହିଦ୍ ଦିବସ l ଆମେ ଏଠି ମନେପକାଇ ଦେଉଛୁ ଯେ ୨୦୦୬ ମସିହାରେ ଟାଟା ଷ୍ଟିଲ କାରଖାନା ପ୍ରତିଷ୍ଠା ପାଇଁ ସରକାର ଜମି ଅଧିଗ୍ରହଣ କାର୍ଯ୍ୟକୁ ବିରୋଧ କରି ନିଜର ଭିଟାମାଟି କୁ ଟାଟା କମ୍ପାନୀ କୁ ନ ଦେବା ପାଇଁ ସେହି ଅଞ୍ଚଳର ଆଦିବାସୀ ୨୦୦୬ ମସିହା ଜାନୁଆରୀ ୨ ତାରିଖ ଦିନ ପୋଲିସ ସହ ମୁହାଁମୁହିଁ ହୋଇଥିଲେ । ପୋଲିସ ଗୁଳିରେ ୧୩ ଜଣ ଆଦିବାସୀ ପ୍ରାଣ ହରାଇଥିବା ବେଳେ ଆଦିବାସୀଙ୍କ ତୀର ମାଡରେ ଜଣେ ପୋଲିସ ହାବିଲଦାରଙ୍କ ଜୀବନ ଯାଇଥିଲା । ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ଆଦିବାସୀଙ୍କ ସ୍ମୃତିରେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ବିସ୍ଥାପନ ବିରୋଧୀ ଜନମଞ୍ଚ ପାଳିଛି ସହୀଦ ସ୍ମୃତି ଦିବସ । ଗତବର୍ଷ କୋଭିଡ କଟକଣା ଯୋଗୁଁ ଜନମଞ୍ଚ ପକ୍ଷରୁ ସ୍ମୃତିସଭା ଓ ଆଦିବାସୀଙ୍କ ପାରମ୍ପରିକ କାର୍ଯ୍ୟକ୍ରମକୁ ବନ୍ଦ ରଖାଯାଇଥିଲା, କେବଳ ସହୀଦ ସ୍ତମ୍ଭ ଓ ମାୟାମଲିଙ୍ଗି ନିକଟରେ ପୂଜାର୍ଚ୍ଚନା କରାଯାଇ ସହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଥିଲା I ଚଳିତ ବର୍ଷ କୋଭିଡ ନିୟମ ଅନୁଯାୟୀ ଚମ...