‘ଉଦୟବଟ’ର ୨୧ତମ ବାର୍ଷିକୋତ୍ସବ ଓ ପୂର୍ବତନ ବିଧାୟକ ଅଶୋକ ଦାସଙ୍କ ୧୬ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି l
ଯାଜପୁର (ବ୍ୟାସନଗର) ,୦୧/୦୧ :- ବ୍ୟାସନଗରରୁ ପ୍ରକାଶିତ ସମ୍ବାଦ ଭିତ୍ତିକ ପତ୍ରିକା ‘ଉଦୟବଟ’ର ୨୧ତମ ବାର୍ଷିକୋତ୍ସବ ଓ କୋରାଇର ପୂର୍ବତନ ବିଧାୟକ, ଯାଜପୁରର ଭୂମିପୂତ୍ର ୰ ଅଶୋକ ଦାସଙ୍କ ୧୬ତମ ଶ୍ରାଦ୍ଧ ବାର୍ଷିକୀ ସ୍ଥାନୀୟ ‘ଦୁର୍ଲ୍ଳଭ କଳା ପରିଷଦ ମଣ୍ଡପ’ ଠାରେ ତା ୨୯/୧୨/୨୦୨୪ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଯାଜପୁର ବିଧାୟିକା ସୁଜାତା ସାହୁ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ବ୍ୟାସନଗର ପୈାର ପରିଷଦର ପ୍ରାକ୍ତନ ନଗରପାଳ ତଥା ଯାଜପୁର ଜିଲ୍ଲା କ୍ରୀଡ଼ା ସଂସଦର କାର୍ଯ୍ୟକାରୀ ସଭାପତି ରସାନନ୍ଦ ମହାନ୍ତି ମୁଖ୍ୟ ଅତିଥି ଭାବେ, ଯାଜପୁର ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ତଥା ପ୍ରାକ୍ତନ ପୈାରାଧ୍ୟକ୍ଷା ସବିତା ରାଉତ ମୁଖ୍ୟ ବକ୍ତା , ବରିଷ୍ଠ ବିଜେପି ନେତା ସତ୍ୟନାରାୟଣ ମହାନ୍ତି, ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ, ରାଜ୍ୟ ଶିଳ୍ପ ନିଗମର ଅବସରପ୍ରାପ୍ତ ବରିଷ୍ଠ ପଦାଧିକାରୀ କୈଳାସ ଚନ୍ଦ୍ର ସାସମଲ, ବରିଷ୍ଠ ସାମ୍ବାଦିକ ତଥା ‘କଳିଙ୍ଗନଗର ବୁଲେଟିନ୍’ର ସଂପାଦକ ହାରାଧନ ବାନାର୍ଜ୍ଜୀ, କାଉନସିଲର ପାର୍ଥସାରଥି ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ...