Posts

Showing posts from February 3, 2023

ଦିନ ଦ୍ବିପ୍ରହରରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଅଢ଼େଇ କୋଟିର ସୁନାଗହଣା, ନଗଦ ୬ ଲକ୍ଷ ଟଙ୍କା ଲୁଟ୍ l

Image
ଢେଙ୍କାନାଳ(ବ୍ୟୁରୋ ରିପୋର୍ଟ) : - ଅସୁରକ୍ଷିତ ବ୍ୟାଙ୍କ, ଦିନ ଦ୍ବିପ୍ରହରରେ ଦୁର୍ବୃତ୍ତମାନେ ଆତଙ୍କ ଖେଳାଇଛନ୍ତି। ମାରଣାସ୍ତ୍ର ଦେଖାଇ ବ୍ୟାଙ୍କର କର୍ମଚାରୀମାନଙ୍କୁ ଭୟଭୀତ କରାଇବା ସହିତ ଅଢ଼େଇ କୋଟି ଟଙ୍କାର ସୁନାଗହଣା ସହ ନଗଦ ୬ ଲକ୍ଷ ଟଙ୍କା ଧରି ଫେରାର ହୋଇଯାଇଛନ୍ତି। ଢେଙ୍କାନାଳ ଜିଲ୍ଲା ମହାବିରୋଡ ଥାନା ଅଂଚଞ୍ଚରେ ଥିବା ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ ମହାବିରୋଡ ଶାଖାରୁ ଆଜି ଅପରାହ୍ଣରେ ଏଭଳି ଘଟଣା ଘଟିଥିବା ଦେଖିବାକୁ ମିଳିଛି । ଖବର ଅନୁସାରେ ଡକାୟତମାନେ ବ୍ୟାଙ୍କର ମଧ୍ୟାହ୍ନ ଭୋଜନ ସମୟ ପୂର୍ବରୁ ଅର୍ଥାତ ୧ଟା ୫୫ ମିନିଟରେ ଚାରିଜଣ ସଶସ୍ତ୍ର ଡକାୟତ ପ୍ରବେଶ କରିଥିଲେ। ପ୍ରଥମେ ସେମାନେ ବନ୍ଧୁକ ଓ ଭୁଜାଲିରେ ବ୍ୟାଙ୍କ କର୍ମଚାରୀମାନଙ୍କୁ ଭୟଭୀତ କରାଇଥିଲେ। ଏଥି ସହିତ ଫାଙ୍କା ଗୁଳି ଚାଳନା ମଧ୍ୟ କରିଥିଲେ। ଦୁର୍ବୃତ୍ତମାନେ ସମସ୍ତ କର୍ମଚାରୀଙ୍କୁ ଗୋଟିଏ କୋଠରୀ ଭିତରେ ବନ୍ଦ କରି ଦେଇଥିଲେ। ଏହା ପରେ ଅଢେଇ କୋଟି ଟଙ୍କାର ସୁନା ଗହଣା ସହ ନଗଦ ୬ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଲୁଟି ନେଇ ସେଠାରୁ ଦୁଇଟି ପଲସର୍ ମୋଟରସାଇକଲ ରେ ଫେରାର ହୋଇଯାଇଥିଲେ। ଏହି ଘଟଣାରେ ପୁଲିସ ଲୁଟେରାଙ୍କ ଟେର ଏ ଯାଏ ପlଇନାହିଁ। ତେବେ ମହାବିରୋଡ ଫାଣ୍ଡି, ଥାନା ହେବାର ମାସେ ନ ପୂରୁଣୁ ଏଭଳି ଏକ ବଡ଼ଧରଣର ଲୁଟ୍‌ ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।