ରାମକୀ ପ୍ଲାଣ୍ଟ ସମ୍ମୁଖରେ ଭାଜପାର ବିକ୍ଷୋଭ l

ଧାରଣ ରେ ବିଜେପି ବିଧାୟକ ପାର୍ଥି ପ୍ରଦୀପ ବଳ ସାମନ୍ତ ଙ୍କ ସହିତ କର୍ମୀ ଯାଜପୁର(ସୁକିନ୍ଦା) :ସୁକିନ୍ଦା ଭାଜପା ପକ୍ଷରୁ ୭ଦଫା ଦାବିନେଇ ପୂର୍ବ ନିର୍ଦ୍ଧlରିତ କାର୍ଯ୍ୟକ୍ରମ ଅନୁଯାୟୀ ସୋମବାର ସୁକିନ୍ଦା ତହସିଲ ଅନ୍ତର୍ଗତ କଞ୍ଚିଚୁଆଠାରେ ଅବସ୍ଥିତ ରାମକୀ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l ଭାଜପା ନେତା ପୁଷ୍ପକ ମହାପାତ୍ର, ସରୋଜ ବାରିକ, ସନ୍ତୋଷ ମୁଦୁଲି, ରବୀନ୍ଦ୍ର ପୁହାଣ, ଜିତେନ୍ଦ୍ର ମହାନ୍ତ ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ l ଅପରାହ୍ନରେ ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା, କଳିଙ୍ଗନଗର ଅତିରିକ୍ତ ଏସପି ଜୟରାମ ଶତପଥୀ ଓ ସୁକିନ୍ଦା ଥାନା ଆଇଆଇସି ଶିବ ଚରଣ ବେହେରାଙ୍କ ଉପସ୍ଥିତିରେ ଭାଜପା ନେତା ପ୍ରଦୀପ ବଳସlମନ୍ତଙ୍କ ନେତୃତ୍ୱରେ ପୁଷ୍ପକ ମହାପାତ୍ର, ବିଶ୍ୱଜିତ ରାଜ, ସରୋଜ ବାରିକ, ବସନ୍ତ ମୁଦୁଲି, ଶୁଭକାନ୍ତ ମହାନ୍ତି ପ୍ରମୁଖ ଏକ ପ୍ରତିନିଧିଦଳ ରାମକୀ ପ୍ରକଳ୍ପ ମୁଖ୍ୟ ପ୍ରଦୀପ୍ତ କୁମାର ଧଳ ଓ ମାନବସମ୍ବଳ ବିଭାଗର ବିଭୁତି ଭୂଷଣ ସେଠୀଙ୍କ ସହ ସ୍ଥାନୀୟ ନିଯୁକ୍ତି, ପରିପାର୍ଶ୍ଵିକ ଉନ୍ନତି ଓ ଜନମଙ୍ଗଳ କାର୍ଯ୍ୟ ସମ୍ପାଦନ, କାରଖାନାର ସମସ୍ତ ଶ୍ରମିକଙ୍କୁ ସୁରକ୍ଷା ଉପକରଣ ଯୋଗାଣ, ସ୍ଥାନୀୟ ଯାନବାହାନ ଗୁଡିକୁ ପରିବହନ ସୁଯୋଗ ଦେବା, କାରଖାନା ସଂଲଗ୍ନ ସୁକିନ୍ଦା ଓ ଦୁଧୁଜୋରି ପଞ୍ଚାୟତର ଦୁଇଟି ଗ୍ରାମକୁ ପୋଷ୍ୟ ଗ୍ରାମ ଭାବେ ଗ୍ର...