Posts

Showing posts from June 25, 2023

ଗ୍ରହରାଜ ଶନି ଦେବ ମନ୍ଦିର ର ରତ୍ନମୁଦ ଉତ୍ସବ ସମାପନ l

Image
ଯାଜପୁର :- ଦାନଗଦି ବ୍ଲକ୍ ଅନ୍ତର୍ଗତ ମାନତୀରା  ପଞ୍ଚାୟତ ର ରାବଣା ଗ୍ରାମରେ ଗଢି ଉଠିଥିବା ଗ୍ରହରାଜ ଶନି ମନ୍ଦିର ର ରତ୍ନମୁଦ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି।ପ୍ରାୟ ଆଠ ବର୍ଷ ପୂର୍ବରୁ ଗଢା ଯାଉଥିବା ମନ୍ଦିର ର ରାତ୍ନମୁଦ କାର୍ଯ୍ୟ ବଡ଼ ଆଡ଼ମ୍ବରରେ ସମାପନ ହୋଇଛି। ଏହି ରତ୍ନ ମୁଦ ଉତ୍ସବରେ ପ୍ରଥମେ ସାହାଡ଼ା ଗଛ ପୂଜା, କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା, ପରେ ପରେ ସୂର୍ଯ୍ୟ ପୂଜା,ପରେ ଗୋ ପୂଜା ତାପରେ ବିଧି ଅନୁଯାୟୀ ମନ୍ଦିରର ପୂଜା କରାଯାଇଥିଲା।ପୂଜା ହେଉଥିବା ରତ୍ନମୁଦ ଉତ୍ସବରେ ଶତାଧିକ ଭକ୍ତ ମାନଙ୍କ ସମାଗମ ଦେଖିବାକୁ ମିଳିଥିଲା। ଭକ୍ତମାନେ ମନ୍ଦିର ରତ୍ନ କୁଣ୍ଡରେ ଧାନ,ଚାଉଳ,ଅଷ୍ଟଧାତୁ,ସୁନା,ରୂପା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଦ୍ରବ୍ୟ ପ୍ରଦାନ କରିଥିଲେ। ଶନି ଦେବ ମନ୍ଦିର ରତ୍ନ ମୁଦ ଉତ୍ସବରେ ରାବଣା ଗ୍ରାମର ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ।ଶେଷରେ ଭକ୍ତମାନେ ଓ ଗ୍ରାମବାସୀ ପ୍ରସାଦ ଖାଇ ଘରକୁ ମହା ଆନନ୍ଦରେ ଫେରିଥିଲେ।