Posts

Showing posts from August 29, 2021

ପୋଷାକ ପଠାଇବା ବାହାନାରେ ଚୋରା ଗଞ୍ଜେଇ ଚାଲାଣ,ଦୁଇ ଗିରଫ I

Image
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ ) :- ଗଞ୍ଜେଇ କାରବାର ର ନୂଆ ତରିକା ଆପଣେଇ ପୋଲିସ୍ ଓ ଅବକାରୀ ବିଭାଗ କୁ ଭୁଆଁ ବୁଲାଉଛନ୍ତି ମାଫିଆ l ଆଜି କମିଶନରେଟ ପୋଲିସ ର ସହିଦ ନଗର ଥାନା ପୋଲିସ ୫୦ କିଲୋ ରୁ ଉର୍ଧ୍ଵ ଗଞ୍ଜେଇ ଜବତ କରିଥିବା ବେଳେ ଦିଲ୍ଲୀ ର ଦୁଇ ଜଣ ଯୁବକଙ୍କୁ ଅଟକ ରଖିଛି।ପୋଲିସ ସୂତ୍ରରୁ ମିଳିଥିବା ସୂଚନା ରୁ ଜଣାପଡିଛି ଯେ,ଅନିରୁଦ୍ଧ ମିଶ୍ର ଓ ମନୀଷ କୁମାର ନାମକ ଦୁଇ ଜଣ ଯୁବକ VRL କୋରିଅର ମାଧ୍ୟମରେ ତିନୋଟି ପ୍ୟାକେଟ ରେ ପୋଷାକ ପଠାଇବା ବାହାନାରେ ୫୦କିଲୋ ରୁ ଉର୍ଦ୍ଧ୍ଵ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଖବର ପାଇ ସହିଦ ନଗର ପୋଲିସ ପହଞ୍ଚି ସବୁ ଗଞ୍ଜେଇ ପ୍ୟାକେଟ କୁ ଜବତ କରିଛି।ଏହି ଗଞ୍ଜେଇ କୁ ସେମାନେ ବସ ଦ୍ୱାରା ଗଜପତି ମୋହନା ରୁ ଭୁବନେଶ୍ୱର ଆଣି ତାକୁ କୋରିଅର ଦ୍ୱାରା ଦିଲ୍ଲୀ ଚାଲାଣ କରିବାକୁ ଉଦ୍ୟମ କରୁଥିଲେ।ଏ ସମ୍ପର୍କରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଦୁଇଜଣଙ୍କୁ ଗିରଫ କରିଛି l Smuggling of cannabis under the pretext of sending clothes, two arrests.  Bhubaneswar (Beuro Report): - The new way of dealing in cannabis is misleading the police and the excise department itself. According to sources, two youths, Aniruddha Mishra and Manish Kumar, were transporting more than 50 kg of cannab