କଳିଙ୍ଗନଗର ସ୍ଥିତ ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲ ପକ୍ଷରୁ ‘‘ରକ୍ତ ସଂରକ୍ଷଣ କେନ୍ଦ୍ର’ର ଶୁଭାରମ୍ଭ l

ଯାଜପୁର (କଳିଙ୍ଗନଗର) , ୨୨ ଫେବ୍ରୁଆରି, ୨୦୨୩:- ଓଡ଼ିଶାର ଯାଜପୁର ଜିଲ୍ଲା କଳିଙ୍ଗନଗର ସ୍ଥିତ ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲ୍ରେ ବୁଧବାର ଏକ “ରକ୍ତ ସଂରକ୍ଷଣ କେନ୍ଦ୍ର' ଉଦ୍ଘାଟିତ ହୋଇଯାଇଛି । ଅସ୍ତ୍ରୋପଚାର ସମୟରେ ଓ ପରବର୍ତୀ ସମୟର ଜରୁରୀକାଳୀନ ସ୍ଥିତିକୁ ମୁକାବିଲା କରିବା ଲାଗି ପ୍ରସ୍ତୁତ ରହିବା ଏବଂ ଦୁର୍ଘଟଣାଗ୍ରସ୍ତ ରୋଗୀ ଏବଂ ଅନ୍ୟାନ୍ୟ ଘାତକ ରୋଗ ପାଇଁ ସେବା ପ୍ରଦାନ କରିବାରେ ହସ୍ପିଟାଲ୍କୁ ଏହି ସୁବିଧା ସକ୍ଷମ କରିବ । ଏହି କେନ୍ଦ୍ରକୁ ଟାଟା ଷ୍ଟିଲ୍ କଳିଙ୍ଗନଗରର କର୍ପୋରେଟ୍ ସର୍ଭିସେସ୍ ବିଭାଗର ଚିଫ୍ ଦେବଦୁତ୍ ମହାନ୍ତି ଉଦ୍ଘାଟନ କରିଥିଲେ । ଏହି ଅବସରରେ ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲର ମେଡିକାଲ ସୁପରିଟେଡେଟ୍ ଡକ୍ଟର ସୁଧାଂଶୁ ଶେଖର ସୁତାର, ହସ୍ପିଟାଲ୍ର ବିଭିନ୍ନ ବିଭାଗର ବନସଲ୍ଟ୍ ଏବଂ ଟାଟା ଷ୍ଟିଲ୍ କଳିଙ୍ଗନଗରର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।ଏହି କେନ୍ଦ୍ର ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲ୍ର ରକ୍ତ ଆବଶ୍ୟକତାକୁ ପୂରଣ କରିବ ଏବଂ କଳିଙ୍ଗନଗର, ସୁକିନ୍ଦା , ଦାନଗଦି ଓ ଆଖପାଖ ଅଂଚଳରୁ ଆସୁଥିବା ରୋଗୀମାନଙ୍କୁ ଏହା ସେବା ପ୍ରଦାନ କରିବ । ଏଠାରେ ଏହା ଉଲ୍ଲେଖଯୋଗ୍ୟ ଯେ ଏହି କେନ୍ଦ୍ରର ବାର୍ଷିକ କ୍ଷମତା ହେଉଛି ସମ୍ପୂର୍ଣ ମାନବ ରକ୍ତ ଆଇପିତ ୨୦୦୦ ୟୁନିଟ୍ ସଂରକ୍ଷଣ, ଯାହାକୁ ଓଡ଼ିଶାର ଡ୍ରଗସ୍ ଆଣ୍ଡ୍ କଂଟ୍ରୋଲ ଡାଇରେକ୍ଟରେଟ୍ର ଙ୍କ ଅନୁମୋଦନ ମିଳି...