ଉଦୟବଟ’ ତରଫରୁ ୭୭ତମ ସ୍ୱାଧିନତା ଦିବସ ପାଳନ ସହ ‘ଉଦୟବଟ ଇ-ନ୍ୟୁଜ୍’ର ୪ର୍ଥ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି l
ଯାଜପୁର /ବ୍ୟାସନଗର( ବ୍ୟୁରୋ ରିପୋର୍ଟ ):- ସ୍ଥାନୀୟ ‘ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ’ ଠାରେ ‘ଉଦୟବଟ’ ପକ୍ଷରୁ ୭୭ତମ ସ୍ୱାଧିନତା ଦିବସ ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିନାୟକ ଆଚାର୍ଯ୍ୟଙ୍କ ନାତି ତଥା ଯାଜପୁରରୋଡ଼ ସ୍ଥିତ ‘ଟିପିଏନଓଡିଲ’ର ମୁଖ୍ୟ ଆକାଉଟାଂଟ ଶୀତିକଣ୍ଠ ଆଚାର୍ଯ୍ୟ, ଉଦ୍ଘାଟକ ଭାବେ, ଫେରୋକ୍ରୋମ କାରଖାନାର ଅବସରପ୍ରାପ୍ତ ଡିଜିଏମ ଅଶୋକ କୁମାର ସାହୁ ମୁଖ୍ୟ ଅତିଥି ଭାବେ, ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ତଥା ବରିଷ୍ଠ ଶ୍ରମିକ ନେତା ଚନ୍ଦ୍ରମଣି ସାମଲ ମୁଖ୍ୟବକ୍ତା ଭାବେ, ଯୁବ ଉଦ୍ୟୋଗୀ ତଥା ସମାଜସେବୀ ବିଭୂପ୍ରସାଦ ଲେଙ୍କା, ଫେରୋକ୍ରୋମ କାରଖାନାର ଏଜିଏମ ଇଂ. ରଶ୍ମିରଂଜନ ବିଶ୍ୱାଳ, କ୍ରୋମନଗର ବିଦ୍ୟାପୀଠର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସଂଜୟ କୁମାର ଦେଓ, ଶିକ୍ଷାବିତ୍ ତଥା ସୁସାହିତ୍ୟିକ ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା, ଫେରୋକ୍ରୋମ କାରଖାନାର ଅବସରପ୍ରାପ୍ତ ପଦାଧିକାରୀ ନିରାକାର ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏଠାରେ ତ୍ରିରଂଙ୍ଗାକୁ ଉତୋଳନ କରିଥିଲେ । କାର୍ଯ୍ୟନିର୍ବାହୀ ସଂପାଦିକା ବିଦ୍ୟୁତ୍ପ୍ରଭା ରାୟ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ‘ଦୁର୍ଲ୍ଲଭ କଳା ପରିଷଦ’ର କଳାକାରମାନେ ଦେଶାତ୍ମବୋଧକ ସଂଗୀତ ଗାନ କରିଥିଲେ । ଏଥିରେ ଶିକ୍...