Posts

Showing posts from December 3, 2023

ଟାଟା ଷ୍ଟିଲ୍‌ କଳିଙ୍ଗନଗର ପକ୍ଷରୁ ଭେଣ୍ଡର୍ ସହଯୋଗୀମାନଙ୍କ ଲାଗି ସୁରକ୍ଷା ସମ୍ମିଳନୀ “ ସୁମିଳନ’ ଆୟୋଜିତ l

Image
RITA VISION NEWS By Umakanta Mohapatra ଯାଜପୁର (ବ୍ୟୁରୋ ରିପୋର୍ଟ ) :- ଟାଟା ଷ୍ଟିଲ୍‌ କଳିଙ୍ଗ ନଗର (ଟିଏସ୍‌) ପକ୍ଷରୁ ଯାଜପୁର ଜିଲ୍ଲାର ଡୁବୁରି ସ୍ଥିତ କଳିଙ୍ଗନଗର କାରଖାନା ପରିସରରେ ଭେଣ୍ଡର୍ ସହଯୋଗୀମାନଙ୍କ (ଭେଣ୍ଡର ପାର୍ଟନର) ଲାଗି “ସୁମିଳନ' ନାମକ ଏକ ସୁରକ୍ଷା ଯୋଗାଯୋଗ ସମ୍ମିଳନୀ ଗୁରୁବାର ଦିନ ଆୟୋଜିତ ହୋଇଯାଇଛି l ଟାଟା ଷ୍ଟିଲ୍‌ କଳିଙ୍ଗ ନଗରର ଭିପି (ଅପରେସନ୍) ରାଜୀବ କୁମାର ଏହି ଅବସରରେ ମୁଖ୍ୟ ଅତିଥ ଭାବେ ଯୋଗ ଦେଇଥିବା ବେଳେ ଟାଟାଷ୍ଟିଲ୍‌ କଳିଙ୍ଗନଗର ଏବଂ ୟୁନିୟନର ଅଧିକାରୀ ମାନେ ଉପସ୍ଥିତ ଥିଲେ । ‘ସୁମିଳନ’ର ଏହି ନବମ ସଂସ୍କରଣ କାର୍ଯ୍ୟକ୍ରମରେ ବିଭିନ୍ନ ଭେଣ୍ଡର ସହଯୋଗୀମାନଙ୍କର ୫୦୦ରୁ ଅଧିକ କର୍ମଚାରୀ ଅଂଶଗ୍ରହଣ କରି ସୁରକ୍ଷାର ବିଭିନ୍ନ ଦିଗ ଉପରେ ବରିଷ୍ଠ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ଏହି ସମ୍ମିଳନୀର ବିଷୟବସ୍ତୁ ଥୁଲା "କିକେନ୍ ୟୋଚି ଟ୍ରେନିଂ (କେୱାଇଟି) ମାଧ୍ୟମରେ ୟୁନିଫର୍ମ ରିସ୍କ ପରସେକ୍ସନ୍’ । ସୁରକ୍ଷା ଏବଂ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବା ଦିଗରେ ବିପଦର ପୂର୍ବାନୁମାନ କରିବା ପାଇଁ କେୱାଇଟି ହେଉଛି ଏକ ସ୍ଵଚ୍ଛକାଳୀନ କାର୍ଯ୍ୟକଳାପ । ଏହି କାର୍ଯ୍ୟକ୍ରମ ଅବସରରେ ଭେଣ୍ଡର୍ ସହଯୋଗୀ ଏବଂ ସେମାନଙ୍କ କର୍ମଚାରୀମାନଙ୍କ ପକ୍ଷରୁ କାର୍ଯ୍ୟସ୍ଥଳୀ ଓ କର୍ମଚାରୀଙ୍କ ବହୁ ଶ୍ରେଷ୍ଠ ସୁରକ୍ଷା ପଦକ୍ଷେପର ପ୍ରଦର୍ଶନ କରାଯାଇଥିଲା ଏବଂ କାର୍ଯ୍ୟସ୍ଥଳୀରେ ସୁ