Posts

Showing posts from March 22, 2021

ବୁଦ୍ଧରାଜା ସରକାରୀ ବିଦ୍ୟାପୀଠ ର ସୁବର୍ଣ୍ଣ ଜୟନ୍ତୀ ପ୍ରତୀକ ଉନ୍ମୋଚନ l

Image
  ଯାଜପୁର ( ଦାନଗଦି) :- ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ର ଦାନଗଦି ବୁଦ୍ଧରାଜା ସରକାରୀ ବିଦ୍ୟାପୀଠ ଏକ ପୁରାତନ ବିଦ୍ୟାପୀଠ I ଏହି ବିଦ୍ୟାପୀଠ ଟି ଆଜକୁ ୫୦ ବର୍ଷ ତଳେ ୧୯୭୧ ମସିହାରେ  ସ୍ଥାନୀୟ ଅଞ୍ଚଳର କିଛି ବଦାନ୍ୟ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ନିର୍ମାଣ ହୋଇଥିଲା l ୫୦ ବର୍ଷ ପୂର୍ତ୍ତୀ ଅବସରରେ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ତରଫରୁ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳିତ ହେବାକୁ ଯାଉଥିବା ବେଳେ ଏହାର ପ୍ରତୀକ (Logo) ଉନ୍ମୋଚିତ ହୋଇଯାଇଛି l ଏହି ଅବସରରେ ସୁକିନ୍ଦା ବିଧାୟକ ଇଂ. ପ୍ରୀତିରଞ୍ଜନ ଘଡାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତୀକ ଉନ୍ମୋଚନ କରିଥିଲେ l ପୁରାତନ ଛାତ୍ର ତଥା ଯାଜପୁର ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ଲୋକନାଥ ଧିର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ ପୂର୍ବତନ ପ୍ରଧାନ ଶିକ୍ଷକ ତଥା ବିଦ୍ୟାଳୟ ର ନିର୍ମାତା ଶ୍ରୀଯୁକ୍ତ ବାମନ ଚରଣ ପଥାଳ, ବରିଷ୍ଠ ସାମ୍ବାଦିକ, ସାହିତ୍ୟିକ ତଥା'' ଚଲାପଥ '' ପତ୍ରିକା ର ସମ୍ପାଦକ ଶ୍ରୀଯୁକ୍ତ ହଳଧର ଧିର l ମୁଖ୍ୟ ଅତିଥି ଭାବେ ପୂର୍ବତନ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ରଘୁନାଥ ବେହେରା, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ଦାସ, ବ୍ଳକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବଳରାମ ନାୟକ, ଦାନଗଦି ବ୍ଲକ କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ଭଞ୍ଜ, ତ୍