Posts

Showing posts from March 4, 2025

ଦୈନିକ ଖବରକାଗଜ "ମନ୍ଥନ" ର ଷୋଡ଼ଶ ସ୍ଵନକ୍ଷତ୍ର ଦିବସ ପାଳନ l ମା'ବିରଜା ଙ୍କ କଥା ଗାଥା ସପ୍ତାହରେ ଏକ ଦିନ ପ୍ରକାଶ ପାଇବ :- ସରତ ରାଉତ l

Image
ଯାଜପୁର ତା ୦୩/୦୩ :- ଓଡ଼ିଶାର ରାଜଧାନୀ ଭୁବନେଶ୍ଵର ରୁ ପ୍ରତିଶତ ଓଡ଼ିଆ ଦୈନିକ ଖବରକାଗଜ "ମନ୍ଥନ" ର ଷୋଡ଼ଶ ସ୍ୱନକ୍ଷତ୍ର ଦିବସ ଯାଜପୁର ଟାଉନ ସ୍ଥିତ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ସମ୍ପାଦକ ଶରତ ରାଉତ ଏବଂ ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ୱାରା ମା' ଜଗତଜନନୀ ବିରଜା ଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହିତ ପ୍ରଦୀପ ପ୍ରଜ୍ବଳନ କରାଯାଇ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ବିରଜା ଧାମର ସଂକୃତି ଗବେଷକ ଡଃ. ଜ୍ଞାନରଞ୍ଜନ ପତି, ସାମ୍ବାଦିକ ଡଃ. ଅଭୟ କୁମାର ପତି, ପ୍ରଦ୍ୟୁମ୍ନ କୁମାର ଶତପଥୀ, ଶ୍ରୀଯୁକ୍ତ ସରୋଜ କୁମାର ସାମଲ, ବରିଷ୍ଠ ପଞ୍ଚାୟତିରାଜ ପ୍ରତିନିଧି ଶ୍ରୀଯୁକ୍ତ ଦିଗମ୍ବର କର ଉପସ୍ଥିତ ରହି ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ l ଏହାସହିତ ଯାଜପୁର ଜିଲ୍ଲା ପ୍ରତିନିଧି ଦୟାନିଧି ନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ମନ୍ଥନ ଧର୍ମଶାଳା ପ୍ରତିନିଧି ରମାକାନ୍ତ ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ, ସ୍ୱତନ୍ତ୍ର ପ୍ରତିନିଧି ଆନନ୍ଦ ଚନ୍ଦ୍ର ସାହୁ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ l ଉତ୍ସବ ର ବିଧିବ୍ୟବସ୍ଥା ଅନୁସାରେ ଜିଲ୍ଲାର ବିଭିନ୍ନ ସମ୍ବର୍ଦ୍ଧିତ ପ୍ରତିଭା ବରିଷ୍ଠ ସାହିତ୍ୟିକ ପଣ୍ଡିତ ଡଃ. ସୂର୍ଯ୍ୟମଣି ଖୁଣ୍ଟିଆ, ବରିଷ୍ଠ ପଞ୍ଚାୟତିରାଜ ପ୍ରତିନିଧି ଶ୍ରୀଯୁକ୍ତ ଦ...