Posts

Showing posts from July 24, 2023

ଦାନଗଦି ପଞ୍ଚାୟତ ସମିତି ସଭା ଗୃହଠାରେ ମିଳିତ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ |

Image
ଯାଜପୁର (କଳିଙ୍ଗନଗର) :- ଚଳିତ ମାସ ୨୪ ତାରିଖ ସୋମବାର ପୂର୍ବାହ୍ନରେ ଦାନଗଦି ବ୍ଲକ ପଞ୍ଚାଯତ ସମିତି ସଭା ଗୃହରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି | ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋର ଉକ୍ତ ଶିବିରରେ ଅଧ୍ୟକ୍ଷତା କରିବା ସହ କହିଲେ ଯେ ଅଭିଯୋଗ ଏବଂ ସମସ୍ୟାର ସମାଧାନ ପ୍ରଶାସନର ଅଂଶ ବିଶେଷ | ଏହି ଅଭିଯୋଗ ଶୁଣାଣି ପ୍ରକ୍ରିୟାର ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କ ସମସ୍ୟା କିମ୍ବା ଅଭିଯୋଗ ଗୁଡିକୁ ତ୍ବରିତ ସମାଧାନ କରି ପରିଚାଳନାରେ ସ୍ଥିରତା, ସ୍ୱଚ୍ଛତା ଏବଂ ନ୍ୟାୟକୁ ଉତ୍ସାହିତ କରିବା | ଫଳରେ ପ୍ରଶାସନ ଜନସାଧାରଣଙ୍କ ନିକଟରେ ଉତ୍ତରଦାୟୀ ହେବା ସହ ଏକ ଦକ୍ଷ ଓ ପ୍ରଭାବଶାଳୀ ଅଭିଯୋଗ ସମାଧାନ ପ୍ରଣାଳୀ ପ୍ରତିଷ୍ଠା ହୋଇ ପାରିବ | ଶିବିରରେ ଆବାସ ଯୋଜନା , ଚିକିତ୍ସା ସହାୟତା , ଭତ୍ତା ପ୍ରଦାନ , ଜଳ ଯୋଗାଣ, ଜମିଜମା ସମ୍ବନ୍ଧୀୟ ବହୁ ଅଭିଯୋଗ ପଞ୍ଜିକୃତ ହୋଇଥିଲା |ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲ,କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ଦାନଗଦି ବିଡିଓ ସାରଦା ପ୍ରସନ୍ନ ପଣ୍ଡା ,ଦାନଗଦି ର ତହସିଲଦାର ନାରାୟଣ ଦିକ୍ଷୀତ , ବ୍ଲକସ୍ତରୀୟ ଅଧିକାରୀ ଓ ଜିଲ୍ଲା ର ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

ଜିଲ୍ଲାସ୍ତରୀୟ ଶ୍ରୀଅରବିନ୍ଦ ମହିଳା ପାଠଚକ୍ର ସମ୍ମିଳନୀ ଅନୁଷ୍ଠିତ l

Image
ବ୍ୟାସନଗର ୨୩/୦୭ :- ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳ ଅନ୍ତର୍ଗତ ମୁଣ୍ଡମାଳ ଠାରେ ଥିବା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ଆଜି ୨୫ ତମ ଜିଲ୍ଲାସ୍ତରୀୟ ଶ୍ରୀଅରବିନ୍ଦ ମହିଳା ପାଠଚକ୍ର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ଏକ ଆଧ୍ୟାତ୍ମିକ ବାତାବରଣ ମଧ୍ୟରେ ପ୍ରଥମେ ମହିଳା ପାଠଚକ୍ରର ବୟୋଜ୍ୟେଷ୍ଠା ସଦସ୍ୟା ସାବିତ୍ରୀ ପ୍ରତିହାରୀ ଙ୍କ ଦ୍ଵାରା ଆଧ୍ୟାତ୍ମିକ ପାତାକା ଉତ୍ତୋଳନ କରାଯିବା ପରେ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଛାତ୍ର ଛାତ୍ରୀ ମାନେ ମାର୍ଚପାଷ୍ଟ କରିଥିଲେ। ବ୍ୟାସନଗର ଶ୍ରୀଅରବିନ୍ଦ ମହିଳା ପାଠଚକ୍ର ର ସଭ୍ୟା ରମା ବର୍ମନ ରାୟ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସମ୍ମିଳନୀ ରେ ସାଧକ ତଥା ରାଜ୍ୟ ସଂଗଠକ ଶ୍ରୀ ଅନାଦି ଚରଣ ସ୍ୱାଇଁ, ଜିଲ୍ଲା ସଂଗଠକ ଶ୍ରୀ ବନମାଳୀ ଆଚାର୍ଯ୍ୟ ଏବଂ ଶ୍ରୀ କୈଳାସ ଚନ୍ଦ୍ର କୁଅଁର, ସସ୍ମିତା ପୋଥାଳ ,ଶ୍ରୀମତୀ ଧରିତ୍ରୀ ରାଉତ ବକ୍ତା ଭାବେ ଯୋଗଦେଇ "ଆଦର୍ଶ ପରିବାର" ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଶ୍ରୀମା ଶ୍ରୀଅରବିନ୍ଦ ଆଦର୍ଶ କୁ ନେଇ ଯେଉଁ ପରିବାର ନିଜ ଘରେ ପାଠଚକ୍ର ଟିଏ ଆରମ୍ଭ କରେ ସେ ପରିବାର ଏକ ଆଦର୍ଶ ପରିବାର ହୋଇ ଉଠେ ଏବଂ ଏହି ଆଦର୍ଶ ପରିବାର ଗଢ଼ି ତୋଳିବାରେ ନାରୀ ର ଭୂମିକା ସର୍ବାଗ୍ରେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଆଜିର ଅନୁଷ୍ଠିତ ଏହି ସମ୍ମିଳନୀ ରେ ଜିଲ୍ଲାର ଶତା