ଜିଲ୍ଲାସ୍ତରୀୟ ଶ୍ରୀଅରବିନ୍ଦ ମହିଳା ପାଠଚକ୍ର ସମ୍ମିଳନୀ ଅନୁଷ୍ଠିତ l

ବ୍ୟାସନଗର ୨୩/୦୭ :- ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳ ଅନ୍ତର୍ଗତ ମୁଣ୍ଡମାଳ ଠାରେ ଥିବା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ଆଜି ୨୫ ତମ ଜିଲ୍ଲାସ୍ତରୀୟ ଶ୍ରୀଅରବିନ୍ଦ ମହିଳା ପାଠଚକ୍ର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ଏକ ଆଧ୍ୟାତ୍ମିକ ବାତାବରଣ ମଧ୍ୟରେ ପ୍ରଥମେ ମହିଳା ପାଠଚକ୍ରର ବୟୋଜ୍ୟେଷ୍ଠା ସଦସ୍ୟା ସାବିତ୍ରୀ ପ୍ରତିହାରୀ ଙ୍କ ଦ୍ଵାରା ଆଧ୍ୟାତ୍ମିକ ପାତାକା ଉତ୍ତୋଳନ କରାଯିବା ପରେ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଛାତ୍ର ଛାତ୍ରୀ ମାନେ ମାର୍ଚପାଷ୍ଟ କରିଥିଲେ। ବ୍ୟାସନଗର ଶ୍ରୀଅରବିନ୍ଦ ମହିଳା ପାଠଚକ୍ର ର ସଭ୍ୟା ରମା ବର୍ମନ ରାୟ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସମ୍ମିଳନୀ ରେ ସାଧକ ତଥା ରାଜ୍ୟ ସଂଗଠକ ଶ୍ରୀ ଅନାଦି ଚରଣ ସ୍ୱାଇଁ, ଜିଲ୍ଲା ସଂଗଠକ ଶ୍ରୀ ବନମାଳୀ ଆଚାର୍ଯ୍ୟ ଏବଂ ଶ୍ରୀ କୈଳାସ ଚନ୍ଦ୍ର କୁଅଁର, ସସ୍ମିତା ପୋଥାଳ ,ଶ୍ରୀମତୀ ଧରିତ୍ରୀ ରାଉତ ବକ୍ତା ଭାବେ ଯୋଗଦେଇ "ଆଦର୍ଶ ପରିବାର" ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଶ୍ରୀମା ଶ୍ରୀଅରବିନ୍ଦ ଆଦର୍ଶ କୁ ନେଇ ଯେଉଁ ପରିବାର ନିଜ ଘରେ ପାଠଚକ୍ର ଟିଏ ଆରମ୍ଭ କରେ ସେ ପରିବାର ଏକ ଆଦର୍ଶ ପରିବାର ହୋଇ ଉଠେ ଏବଂ ଏହି ଆଦର୍ଶ ପରିବାର ଗଢ଼ି ତୋଳିବାରେ ନାରୀ ର ଭୂମିକା ସର୍ବାଗ୍ରେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଆଜିର ଅନୁଷ୍ଠିତ ଏହି ସମ୍ମିଳନୀ ରେ ଜିଲ୍ଲାର ଶତାଧିକ ମାତୃପ୍ରେମି ମହିଳା ଯୋଗ ଦେଇଥିଲେ। ଏହି ଆଧ୍ୟାତ୍ମିକ ସମ୍ମିଳନୀକୁ ବ୍ୟାସନଗର ମହିଳା ପାଠଚକ୍ର ର ସଭ୍ୟା ଶ୍ରୀମତୀ ରଶ୍ମିତା ସାହୁ, ଗୀତାରାଣୀ ଜେନା, ସାବିତ୍ରୀ ପ୍ରତିହାରୀ, ମଣିମାଳା ସାହୁ, କଳ୍ପିତା ସାହୁ,ଅନ୍ନପୂର୍ଣ୍ଣା ନାୟକ, ଗୀତା ମଞ୍ଜରୀ ନାୟକ,ଦୀପ୍ତି ମହାନ୍ତି ଏବଂ ଅନ୍ୟମାନେ ଆଗେଇ ନେଇଥିଲେ। ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ର ସମସ୍ତ ଆପାଭାଈ ଏବଂ ପରିଚାଳନା କମିଟି ର ସଦସ୍ୟ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଆରତୀ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ସାଧକ ଶ୍ରୀ ଅନାଦି ଚରଣ ସ୍ୱାଇଁ ଙ୍କ ଦ୍ଵାରା ମାତୃ ପତାକା ଅବତରଣ କରି କାର୍ଯ୍ୟକ୍ରମ କୁ ଶେଷ କରାଯାଇଥିଲା।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !