ଦାନଗଦି ପଞ୍ଚାୟତ ସମିତି ସଭା ଗୃହଠାରେ ମିଳିତ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ |

ଯାଜପୁର (କଳିଙ୍ଗନଗର) :- ଚଳିତ ମାସ ୨୪ ତାରିଖ ସୋମବାର ପୂର୍ବାହ୍ନରେ ଦାନଗଦି ବ୍ଲକ ପଞ୍ଚାଯତ ସମିତି ସଭା ଗୃହରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି | ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋର ଉକ୍ତ ଶିବିରରେ ଅଧ୍ୟକ୍ଷତା କରିବା ସହ କହିଲେ ଯେ ଅଭିଯୋଗ ଏବଂ ସମସ୍ୟାର ସମାଧାନ ପ୍ରଶାସନର ଅଂଶ ବିଶେଷ | ଏହି ଅଭିଯୋଗ ଶୁଣାଣି ପ୍ରକ୍ରିୟାର ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କ ସମସ୍ୟା କିମ୍ବା ଅଭିଯୋଗ ଗୁଡିକୁ ତ୍ବରିତ ସମାଧାନ କରି ପରିଚାଳନାରେ ସ୍ଥିରତା, ସ୍ୱଚ୍ଛତା ଏବଂ ନ୍ୟାୟକୁ ଉତ୍ସାହିତ କରିବା | ଫଳରେ ପ୍ରଶାସନ ଜନସାଧାରଣଙ୍କ ନିକଟରେ ଉତ୍ତରଦାୟୀ ହେବା ସହ ଏକ ଦକ୍ଷ ଓ ପ୍ରଭାବଶାଳୀ ଅଭିଯୋଗ ସମାଧାନ ପ୍ରଣାଳୀ ପ୍ରତିଷ୍ଠା ହୋଇ ପାରିବ | ଶିବିରରେ ଆବାସ ଯୋଜନା , ଚିକିତ୍ସା ସହାୟତା , ଭତ୍ତା ପ୍ରଦାନ , ଜଳ ଯୋଗାଣ, ଜମିଜମା ସମ୍ବନ୍ଧୀୟ ବହୁ ଅଭିଯୋଗ ପଞ୍ଜିକୃତ ହୋଇଥିଲା |ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲ,କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ଦାନଗଦି ବିଡିଓ ସାରଦା ପ୍ରସନ୍ନ ପଣ୍ଡା ,ଦାନଗଦି ର ତହସିଲଦାର ନାରାୟଣ ଦିକ୍ଷୀତ , ବ୍ଲକସ୍ତରୀୟ ଅଧିକାରୀ ଓ ଜିଲ୍ଲା ର ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !