Posts

Showing posts from June 15, 2020

ଦୁଃଖଦ ଘଟଣାକୁ କର୍ଣ୍ଣପାତ କଲେ ବିଧାୟକ ପ୍ରୀତିରଞ୍ଜନ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ... l

Image
ଯାଜପୁର (ବ୍ୟୁରୋ ରିପୋର୍ଟ)-ସୁକିନ୍ଦା ବ୍ଲକ ର ସଙ୍ଗୀତା ମୁଣ୍ଡାଙ୍କ ପରିବାରର ଦୁଃଖଦ ଖବର ଗଣମାଧ୍ୟମରୁ ଜାଣିବା ପରେ ସୁକିନ୍ଦା ବ୍ଲକ ଦୁଧୁଯୋରୀ ପଞ୍ଚାୟତର ପୁବଳ ଗାଁଙ୍କୁ ଯାଇ ସଙ୍ଗୀତା ଓ ତାଙ୍କ ଶାଶୂଙ୍କ ଲାଗି ବିଧବା ଭତ୍ତା ମିଳିବାର ବ୍ୟବସ୍ଥା କରାଇଚଛନ୍ତି ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ l ଆବାସ, ଯୋଜନାରେ ଘର ଏବଂ ଅନ୍ତୋଦୟ ଯୋଜନାରେ ମାସିକ ୩୫କେଜି ଚାଉଳ ଦେବା ଲାଗି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି। ପ୍ରକାଶ ଥାଉ କି ସୁକିନ୍ଦା ବ୍ଲକ ଦୁଧୁଯୋରୀ ପଞ୍ଚାୟତର ପୁବଳ ଗାଁର ସଙ୍ଗୀତା ମୁଣ୍ଡା ସ୍ୱାମୀଙ୍କ ମୃତ୍ୟୁ ପରେ ୨ ଶିଶୁପୁତ୍ର ଥିବା ପରିବାରକୁ ଚଳାଇବା ଲାଗି ଅକ୍ଷମ ହେଉଥିବା ସଙ୍ଗୀତା ଏବଂ ତାଙ୍କ ଶାଶୂଙ୍କ ଲାଗି ବିଧବାଭତ୍ତା ମିଳିବାର ବ୍ୟବସ୍ଥା ହେଲା। ସଙ୍ଗୀତାଙ୍କ ପରିବାରକୁ ଆବାସ ଯୋଜନାରେ ପକ୍କା ଘର ଏବଂ ଅନ୍ତୋଦୟ ଯୋଜନାରେ ମାସିକ ୩୫କେ.ଜି ଚାଉଳ ଯୋଗାଇବା ଲାଗି ପ୍ରଶାସନିକ ଅଧିକାରୀଙ୍କୁ ବିଧାୟକ ଘଡ଼ାଇ ନିର୍ଦ୍ଦେଶ ଦେଇଛନ୍ତି। ବିଧାୟକ ଇଂ. ପ୍ରୀତିରଞ୍ଜନ ଘଡ଼ାଇଙ୍କର ଏହିପରି କାର୍ଯ୍ୟ କୁ ନେଇ ଅଞ୍ଚଳବାସୀଙ୍କ ଠାରୁ କୃତଜ୍ଞତା ଜ୍ଞାପନ କରାଯାଇଛି l