Posts

Showing posts from December 3, 2021

ବୁଲା ଷଣ୍ଢ ଆକ୍ରମଣରେ ବ୍ୟକ୍ତି ଗୁରୁତର ।

Image
ଢେଙ୍କାନାଳ :-ଚଳିତ ମାସ ଦୁଇ ତାରିଖରେ ଜିଲ୍ଲା ର ଭୁବନ ବ୍ଲକ ଅନ୍ତର୍ଗତ ଏକତାଳି ପଂଚାୟତ ସାରଙ୍ଗ ପୁର ଗ୍ରାମର ହଳଧର ସାହୁ ବୁଲା ଷଣ୍ଢ ଆକ୍ରମଣରେ ଗୁରୁତର ହୋଇପଡିଛନ୍ତି । ସୂଚନା ଥାଉ କି ଉକ୍ତ ଗ୍ରାମର ହଳଧର ସାହୁ (୬୦) ନୀତିଦିନ ରାତିରେ ଧାନ ବିଲ ଜଗିବାକୁ ଯାଆନ୍ତି । କିନ୍ତୁ ଦୁର୍ଭାଗ୍ୟ ବଶତଃ ଗତ କାଲି ମଧ୍ୟ ରାତ୍ରିରେ ତାଙ୍କୁ ଏକ ବୁଲା ଷଣ୍ଢ ଧାନ ଜଗିବା ସମୟରେ ଆକ୍ରମଣ କରିଥିଲା । ଫଳରେ ସେ ଗୁରୁତର ହୋଇପଡିଥିଲେ ।ଖବର ପାଇ ସଂଗେ ସଂଗେ ଗ୍ରାମବାସୀ ୧୦୮ ଆମ୍ବୁଲାନ୍ସ ଦ୍ୱାରା ଶ୍ରୀରାମ ଚନ୍ଦ୍ର ପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇଥିଲେ । ସେଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ପରେ ଅବସ୍ଥା ସଂକତାପର୍ଣ୍ଣ ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।

ଦାନଗଦି ବ୍ଲକ ରେ ମାଗଣା ଚକ୍ଷୁ ପରୀକ୍ଷା ଓ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଶିବିର l

Image
ଯାଜପୁର :- ଚଳିତ ମାସ ଦୁଇ ତାରିଖ ବୁଧବାର, ରଣାଗୁଣ୍ଡି ପଂଚାୟତର ବାରଖାଇ ଗ୍ରାମର ପରମେଶ୍ୱର ମହାଦେବ ମନ୍ଦିର ପରିଚାଳନା କମିଟି ଓ ଭୂମିକା ହସ୍ପିଟାଲ ଯାଜପୁର ରୋଡ ଅନୁକୁଲ୍ୟରେ ଏକ ମାଗଣା ଚକ୍ଷୁ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ସିବିରରେ କୋଳିପାଳ,ନୀଳକଣ୍ଠ ପୁର, ମଣ୍ଡପଡା ,ବାଘୁଆ ପାଳ, ରଗଡା,ରାମ୍ପିଲୋ,ଗଡ଼ିଗଠ,ଶୂଳିଆ, ନଣ୍ଡା ବର, ଏହିସବୁ ଗ୍ରାମରୁ ଅନେକ ଲୋକ ନିଜ ନିଜର ଆଖି ମାଗଣାରେ ପରୀକ୍ଷା କରାଇଥିଲେ l ହସ୍ପିଟାଲ ତରଫରୁ ରୋଗୀ ମାନଙ୍କ ପାଇଁ ରହିବା ଖାଇବା, ଯିବା ଆସିବ,ଔଷଧ ଚଷମା,ଅପରେସନ,ସମସ୍ତ ପ୍ରକାର ସୁବିଧା ମାଗଣାରେ ଯୋଗାଇ ଦିଆଯାଥିଲା l ଏହି ଶିବିରରେ ମେଡିକାଲର. ଦେବେନ୍ଦ୍ର ସେଠି CHM ଜାରକା, ଅରୁଣ ମହାରଣା CHM ଯାଜପୁର ରୋଡ. ଅଭିଲିପ୍ସା ମହାରଣା,ଲକ୍ଷ୍ମୀ ପଣ୍ଡିତ,ବସନ୍ତ କୁମାର ପାତ୍ର ଓ ବlରଖାଇ ପରମେଶ୍ୱର ମହାଦେବ କମିଟିର ଦୀନବନ୍ଧୁ ପେରେଇ,ରବୀନ୍ଦ୍ର କୁମାର ସାହୁ, କାରମଚାନ୍ଦ ଉତର କବାଟ,ଅଶୋକ ଜେନା ,ଲୋକନାଥ ମୁଦୁଲି ପ୍ରମୁଖ ଏହି ଶିବିର ରେ ସହଯୋଗ କରିଥିଲେ l