Posts

Showing posts from June 7, 2023

ଅସାବଧାନତା ନେଇଗଲା ଜୀବନ, ୱାଗନର ତଳେ ଚାପିହୋଇ ଗଲା ୬ଟି ଜୀବନ I

Image
ଯାଜପୁର (ବ୍ୟାସନଗର) : - ପୁଣି ଏକ ଟ୍ରେନ ଦୁର୍ଘଟଣା ଘଟଣା ଯାହା ପୁଣି ଦୁଃଖ ଦେଇଛି। ଯାଜପୁର ରୋଡ ରେଳ ଷ୍ଟେସନ ଚୂନଭାଟି ପ୍ଲଟ ନିକଟ ରେଳ ଧାରଣାରେ କଟି ୬ ଜଣଙ୍କର ଜୀବନ ଯାଇଛି। ଏହି ଅଘଟଣ ଯୋଗୁଁ ଅନ୍ୟ ୨ ଜଣ ଆହତ ହୋଇଥିବା ଜଣାପଡ଼ିଛି। ମୃତାହତଙ୍କ ପରିଚୟ ମିଳିପାରି ନାହିଁ।ସୂଚନା ମୁତାବକ ଆଜି ଅପରାହ୍ଣ ୫ଟା ୧୫ ସମୟରେ ଯାଜପୁରରୋଡ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହୋଇଥିଲା। ଏହି ସମୟରେ ବର୍ଷାରୁ ବର୍ତ୍ତିବା ପାଇଁ ଶ୍ରମିକମାନେ ଯାଜପୁର-କେନ୍ଦୁଝରରୋଡ ରେଳଷ୍ଟେସନର ସାଈମନ୍ଦିର ରେଳଫାଟକ ନିକଟରେ ଅଟକିଥିବା ଏକ ମାଲଗାଡ଼ି ତଳେ ଆଶ୍ରୟ ନେଇଥିଲେ।ସ୍ଵଳ୍ପ ସମୟ ପରେ ୱାଗନ ଆଗକୁ ବଢ଼ିଥିଲା। ଫଳରେ ୱାଗନ ଚକା ତଳେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ୫ ଜଣ ଆହତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଯାଜପୁରରୋଡ ଡାକ୍ତରଖାନାକୁ ନିଆଯାଇଥିଲା ସେଠାରେ ଡାକ୍ତର ୩ଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ୨ ଗୁରୁତରଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି l ରେଳ ବିଭାଗ ଡିଆରଏମ କହିଛନ୍ତି ୱାଗନର ଗୁଡିକ ଅନେକ ଦିନ ହେବ ଷ୍ଟପ୍ ଲାଇନରେ ଛିଡା ହୋଇଥିଲା। ସେହି ନିକଟରେ ରେଳ ଶ୍ରମିକ ମାନେ ପ୍ୟାନେଲ ଲୋଡିଂ କାମ କରୁଥିଲେ। ଆଜି ବର୍ଷା ପବନ ହେବା ଫଳରେ ଶ୍ରମିକମାନେ ସେହି ୱାଗନର ତଳକୁ ଚାଲିଯାଇଥିଲେ। ଆଉ କ୍