ମତଦାତାଙ୍କୁ ଭୋଟ ଦେବାକୁ ପ୍ରୋତ୍ସାହିତ କରିବା ପାଇଁ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ l
ଯାଜପୁର (ବ୍ୟୁରୋ ରିପୋର୍ଟ) :- ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶମତେ ଯାଜପୁର ଜିଲ୍ଲାରେ ଜୁନ୍ ୧ ତାରିଖରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ନିର୍ବାଚନ କମିଶନ ମତଦାନ ହାରକୁ ଯଥା ସମ୍ଭବ ବୃଦ୍ଧି କରିବା ଦିଗରେ ଯୁବ ଭୋଟର, ଦିବ୍ୟାଙ୍ଗ ଭୋଟର, କିନ୍ନର ଭୋଟର, ବରିଷ୍ଠ ନାଗରିକ ଭୋଟର ମାନଙ୍କୁ ଶତକଡା ଶତ ପ୍ରତିଶତ ସାମିଲ କରିବା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁ ରଖିଚ୍ଥନ୍ତି । ଚଳିତ ଏକକାଳୀନ ଲୋକସଭା ଓ ଓଡିଶା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆଦେଶ ଏବଂ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀ ନିଖିଲ ପୱନ ସଲ୍ୟାଣଙ୍କ ନିର୍ଦ୍ଦେଶମତେ ଭୋଟ ଦାନ, ମହତ ଦାନ, ଜାଗୃତ ହୋଇ କରନ୍ତୁ ମତଦାନ ପ୍ରତ୍ୟେକ ଭୋଟ ଅଟେ ମୂଲ୍ୟବାନ, ସକ୍ଷମ ହେଉକି ଭିନ୍ନକ୍ଷମ, ସଭିଙ୍କ ପାଇଁ ନିର୍ବାଚନ, ଆପଣଙ୍କ ମତ, ଓଡିଶାର ଭବିଷ୍ୟତ, ମୋ ଭୋଟ ମୋ ଗର୍ବ, ଭୋଟର ହୋଇ ମୁଁ ଗର୍ବିତ ଭୋଟ ଦେବାପାଇଁ ପ୍ରସ୍ତୁତ ଏବଂ ମତଦାନ ଏକ ମୈାଳିକ ଅଧିକାର ପୂର୍ବକ ଭୋଟର ଜାଗରଣ ବହୁଳ ମାତ୍ରାରେ ଜିଲ୍ଲାରେ କରିବା ଦିଗରେ ଯୁବ ଭୋଟର, ମହିଳା ଭୋଟର, ସଚେତନ ନାଗରିକ ମାନଙ୍କୁ ନେଇ ଏକ ପଦଯାତ୍ରା ରାଲି ମାଧ୍ୟମରେ ସତେଚନତା କାର୍ଯ୍ୟକ୍ରମ ଜିଲ୍ଲା କାର୍ଯ୍ୟାଳୟ ପରିସରରୁ ବାହାରି ଗାନ୍ଧି ଚ୍ଥକ, ର...