ଅକ୍ଷମତା ଉପରେ ସଚେତନତା

ଯାଜପୁର /କଳିଙ୍ଗନଗର - ଅକ୍ଷମତା ଉପରେ ସଚେତନତା ସୃଷ୍ଟି କରିବା ପାଇଁ ଟାଟା ଷ୍ଟିଲ୍ କଳିଙ୍ଗନଗର ଗ୍ରାମୀଣ ବିକାଶ ସଂସ୍ଥା ପକ୍ଷରୁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ନିଜ ମଧ୍ୟରେ ଏକ ଅନ୍ତର୍ଭୁକ୍ତକାରୀ ସ୍ରୁଷ୍ଟି କରିବା ପାଇଁ ସଚେତନତା ବିଶେଷ କରି ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ ନେଇ ଏହି କର୍ମଶାଳାର ଆୟୋଜନ କରାଯାଇଥିଲା l ନୂଆମୁଣ୍ଡି ସ୍ଥିତ ସବଳ କେନ୍ଦ୍ର ର ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଅତୁଲ ଶାହାୟ ଓ ବରିଷ୍ଠ ପ୍ରଶିକ୍ଷକ ଶ୍ରୀ ଶୁଭେନ୍ଦ୍ର ସିଂ ଏହି କର୍ମଶାଳା ପରିଚାଳନା କରିଥିଲେ l ସବଳ ହେଉଛି ଟାଟା ଷ୍ଟିଲ ଦକ୍ଷତା ବିକାଶ ସମିତି (ଟି ଏସ୍ ଏସ୍ ଡି ଏସ୍) ଓ ସ୍ଵତନ୍ତ୍ରକ୍ଷମ (ପି ଡ ବ୍ଲୁ ଡି) ଦ୍ଵାରା ଉଦ୍ଧିଷ୍ଟ ଏକ ସମର୍ଥ ଭାରତ ର ଏକ ମିଳିତ ପଦକ୍ଷେପ l ସୁକିନ୍ଦା ରୁ ୭୦ ଜଣ ଅଙ୍ଗନୱାଡ଼ି କର୍ମୀ ଏହି ଅବସରରେ ଯୋଗ ଦେଇଥିଲେ l ସେମାନଙ୍କୁ ଏହି କର୍ମଶାଳା ରେ ଅକ୍ଷମତା ଓ ଏହାକୁ ନେଇ ସରକରୀ ଅଧିକାରୀ ଙ୍କ ବ୍ୟବହାର ବିଷୟରେ ଅଧିକ ସୂଚନା ଦିଆଯାଇଥିଲା l ଏହା ପରେ ସେମାନଙ୍କୁ ଅକ୍ଷମତା ପ୍ରମାଣପତ୍ର ଓ ପି ଡ ବ୍ଲୁ ଡି ମାନଙ୍କୁ କିପରି ଭାବରେ ଯୋଗଦେଇ ହେବ ସେ ବିଷୟରେ ସୂଚନା ଦେଇଥିଲେ l ଏହି ଅବସରରେ ଶ୍ରୀ ଅତୁଲ କହିଛନ୍ତି ଯେ ପି ଡ ବ୍ଲୁ ଡି ଚିହ୍ନଟ କରି ସେମାନଙ୍କୁ ପ୍ରକୃତ କ୍ଷମତା ବ୍ୟବହାର କରି ମୁଖ୍ୟସ୍ରୋତକୁ ଆଣିବାରେ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେଉଛି l ଏହି ଅବସରରେ ଯୋଗ ଦେଇଥିବା ସମସ୍...