ଦିବ୍ୟାଙ୍ଗ ଓ ଅସହାୟ ବ୍ଯକ୍ତି ମାନଙ୍କୁ ଛତା ବଣ୍ଟନ l

ବ୍ୟୁରୋ ରିପୋର୍ଟ (Rita vision News) - ପୂଜା ଅବସରରେ, ଆଗାମୀ ଲଘୁଚାପ କୁ ଦୃଷ୍ଟି ରେ ରଖି ,ଗରିବ ଅସହାୟ ଦିବ୍ୟାଙ୍ଗ ଙ୍କୁ ଛତା ବଣ୍ଟନ କରିଛି ଚେଞ୍ଜ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ କଟକ ସହର ର ଖାନନଗର କାଳୀ ମନ୍ଦିର, ବାରବାଟୀ ଷ୍ଟାଡିଅମ, ନୂଆବଜାର, ପୋତାପୋଖରୀ ସ୍ଥାନ ବୁଲି ଗରିବ ଅସହାୟ ଦିବ୍ୟାଙ୍ଗ ଙ୍କୁ ଛତା ବାଣ୍ଟିବା ସହ ହଳଦୀ ପାଣି ରେ ତାଙ୍କ ଗୋଡ ହାତ ଧୋଇଦେଇଥିଲେ, ଓ ହଳଦୀ ପାଣି ହାତ ଧୋଇ ଦେଶୀ ପଦ୍ଧତି ରେ କିଭଳି କୋରୋନା ଠୁ ଦୁରେଇ ରହିହବ ତାହା ବୁଝେଇଥିଲେ। ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ ର ୨୦୦୬ ବ୍ୟାଚ ଛାତ୍ର ଛାତ୍ରୀ ମଧ୍ୟ ଏହି କାମ ରେ ସହଯୋଗ କରିଥିଲେ।ଏହି ମହାନ କାର୍ଯ୍ୟ ରେ ଅଭିଜିତ ଘୋଷ, ଅଜିତ ଦାସ,ପ୍ରଣୟ ପରିତୋଷ,ରାମସିସ ସାହୁ, ଶିବରାଜ ସାହୁ, ଚନ୍ଦନ ସେନାପତି,ସୁବ୍ରତ ନାୟକ, ସୁଭ୍ରା ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ।