ପ୍ରଶାସନର ଅବହେଳା ପାଇଁ ସରକାର ହରାଇଲେ କୋଟି କୋଟି ଉର୍ଦ୍ଧ୍ବ ଟଙ୍କାର ରାଜସ୍ୱ I

ଭୁବନେଶ୍ବର(ବ୍ୟୁରୋ ରିପୋର୍ଟ) : - ଓଡିଶା ଖଣି ଏବଂ ଇସ୍ପାତ ବିଭାଗର ପ୍ରଶାସନିକ ଅଧିକାରୀ ମାନଙ୍କ ଦୁର୍ନୀତି ଗ୍ରସ୍ତ ମନୋଭାବ ପାଇଁ ରାଜ୍ୟ ସରକାର ପ୍ରାୟ ୨୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ରାଜସ୍ୱ ହରାଇ ସାରିଲେଣି । ଅଭିଯୋଗକାରୀ ଖଣି ଏବଂ ଇସ୍ପାତ ବିଭାଗକୁ ବାରମ୍ବାର ଅଭିଯୋଗ କରି ନିରାଶା ହେବା ପରେ ମାନ୍ୟବର ଉଚ୍ଚ ନ୍ୟାୟାଳୟର ଶରଣାପନ୍ନ ହେଲେ। ମାନ୍ୟବର ଉଚ୍ଚ ନ୍ୟାୟାଳୟ ଘଟଣାଟିର ସତ୍ୟା ସତ୍ୟ ଅନୁଭବ କରି ରାଜ୍ୟ ସରକାରଙ୍କୁ ୩ ମାସ ମଧ୍ୟରେ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ୫ ମାସ ବିତିଗଲା କିନ୍ତୁ କାର୍ଯାନୁଷ୍ଠାନ ଶୁନ୍। ଘଟଣାରୁ ପ୍ରକାଶ ଯେ ସ୍ୱର୍ଗତ ମାନଗୋବିନ୍ଦ ମହାନ୍ତିଙ୍କୁ ୧୯୮୬ ମସିହାରେ ସୁନ୍ଦରଗଡ ଜିଲ୍ଲା, କୋଇଡା ଖଣି ମଣ୍ଡଳ ପାଟବେଡା ଗ୍ରାମରେ ୧୯. ୪୨୫ ହେକ୍ଟର ଖଣି ଅସ୍ଥାୟୀ ପଟ୍ଟା ଲିଜ୍ ସୂତ୍ରରେ ମିଳିଥିଲା। ମାନଗୋବିନ୍ଦ ମହାନ୍ତିଙ୍କ ମୃତ୍ୟୁ ପରେ ତାଙ୍କର ସାତ ଜଣ ଉତ୍ତରାଧିକାରୀ ଉକ୍ତ ଅସ୍ଥାୟୀ ଲିଜ୍ ପଟ୍ଟା ବଳରେ ଗୋଟିଏ ପାର୍ଟନରସିପ୍ ଫାର୍ମ କରି ସେହି ଖଣିରୁ ଲୁହାପଥର ଉତ୍ତୋଳନ ନିମନ୍ତେ ମାଲିକାନା ପାଇବା ସହିତ ଲୁହାପଥର ଉତ୍ତୋଳନ ଆରମ୍ଭ କରିଦେଲେ।ମାତ୍ର ୨୦୨୦ ମସିହାରେ ଦୁଇଜଣ ଅଂଶୀଦାର ବେଆଇନ ଭାବେ ପାଞ୍ଚ ଜଣିଆ ଚୁକ୍ତିନାମାରୁ ଓହରିଗଲେ। ଏହା ପରେ ମ୍ୟାନେଜିଂ ପାର୍ଟନର ରାଜୀବ ଲୋଚନ ମହାନ୍ତି ଉକ୍ତ ଫାର୍ମକୁ ଆଇନ୍ ଅନୁଯାୟୀ ପୁନର୍ଗଠନ...