ରାଜଧାନୀରେ ଚାଞ୍ଚଲ୍ୟ, ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୩ ଗିରଫ I

ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) :- ରାଜଧାନୀରେ ଲଜ୍ଜାଜନକ, ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି । ଜନ୍ମଦିନ ପାଳନ କରୁଥିବା ବେଳେ ମହିଳା ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଏହି ମାମଲାରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଞ୍ଚଳର ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଅଭିଯୋଗ ମୁତାବକ ସୋମବାର ସନ୍ଧ୍ୟାରେ ଧିରିକୁଟ ବସ୍ତି ପାତ୍ରସାହିରେ ଦୀପକ କୁମାର ସେଠୀ ଏକ ବାର୍ଥ ଡେ ପାର୍ଟିର ଆୟୋଜନ କରିଥିଲେ । ସେଠାରେ ଅଧିକ ହୋହଲ୍ଲା ହୋଇଥିଲା । ନିକଟରେ ରହୁଥିବା ମହିଳା ଏହାକୁ ବିରୋଧ କରିଥିଲେ । ଘରେ ମହିଳା ଏକୁଟିଆ ଥିଲାବେଳେ ସେହି ସମୟରେ ତାଙ୍କ ସ୍ୱାମୀ ଘରେ ନଥିଲେ । ଏହାର ସୁଯୋଗ ନେଇ ଜନ୍ମଦିନ ପାର୍ଟିରେ ଉତ୍ପାତକୁ ବିରୋଧ କରିବାରୁ ଦୁର୍ବୃତ୍ତ ତାଙ୍କ ଘରେ ପଶି ଆକ୍ରମଣ କରିବା ସହ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ । ମହିଳା ଜଣଙ୍କ ପାଟି କରି ଲୋକଙ୍କୁ ଡାକିଥିଲେ, ଚିତ୍କାର ଶୁଣି ପଡ଼ୋଶୀ ଆସି ଅଭିଯୁକ୍ତଙ୍କ କବଳରୁ ମହିଳାଙ୍କୁ ଉଦ୍ଧାର କରିଥିଲେ । ପୀଡ଼ିତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ ଅଭିଯୁକ୍ତ । ପୀଡ଼ିତା ଓ ତାଙ୍କ ସ୍ୱାମୀ ମଞ୍ଚେଶ୍ୱର ଥାନାରେ ଏତଲା ପରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୋଲିସ । ତଦନ୍ତ ବେଳେ ଦୀପକ, ମାଲିଙ୍କ ଓ ସ୍ୱାଧୀନ ତିନି ଅଭିଯୁକ୍ତ ଦୋଷ ସ୍ୱୀକାର କରିଥିଲେ । ଅନ୍ୟମାନେ ଫେରାର୍ ଥିବାରୁ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !