ଇମ୍ଫା ପକ୍ଷରୁ ପଥପ୍ରାନ୍ତ ବନୀକରଣର ଶୁଭାରମ୍ଭ l

ଯାଜପୁର (କାଳିଆପାଣି):-ଇମ୍ଫା ପରିଚାଳନାଧୀନ ସୁକିନ୍ଦା କ୍ରୋମାଇଟ ଖଣି ଓ ମହାଗିରି ଭୁତଳ କ୍ରୋମାଇଟ ଖଣି ପକ୍ଷରୁ କାଳିଆପାଣି ଚଣ୍ଡିମାତା ବିଦ୍ୟାଳୟ ସମ୍ମୁଖରେ ପଥପ୍ରାନ୍ତ ବନୀକରଣର ଶୁଭାରମ୍ଭ କରାଯାଇ ବିଭିନ୍ନ କିସମର ବୃକ୍ଷ ରୋପଣ କରାଯାଇଛି l ଇମ୍ଫାର ଉପସଭାପତି ତଥା ଖଣି ବ୍ୟବସାୟିକ ମୁଖ୍ୟ ସନ୍ଦୀପ ବାପୁରାଓଜୀ ନାରାଡେ ଏହି କାର୍ଯ୍ୟକ୍ରମକୁ ଗତ ୩ ତାରିଖରେ ଶୁଭାରମ୍ଭ କରି ଏକ କଦମ୍ବ ବୃକ୍ଷ ରୋପଣ କରି ଏହି ଯୋଜନାରେ କାଳିଆପାଣି ପଞ୍ଚାୟତରେ ୫ଶହରୁ ଉର୍ଦ୍ଧ୍ୱ ବଉଳ, କଦମ୍ବ, କୃଷ୍ଣଚୂଡ଼ା, ରାଧାଚୂଡ଼ା ଆଦି ବୃକ୍ଷ ରୋପଣର କାର୍ଯ୍ୟକ୍ରମ ରହିଥିବା ସୂଚନା ଦେଇଥିଲେ l ସୁକିନ୍ଦା ରିଜିୟନ କ୍ରୋମାଇଟ ଖାଦାନ ମଜଦୁର ସଂଘ ଯୁଗ୍ମ ସମ୍ପାଦକ ଭରତ ଚନ୍ଦ୍ର ମହାନ୍ତ, କାଳିଆପାଣି ସରପଞ୍ଚ ବିକାଶ କୁମାର ପାତ୍ର, ଇମ୍ଫlର ଯୋଗାଣ ଶୃଙ୍ଖଳ ମୁଖ୍ୟ ଜି ଭି ରାଜେଶ, ସୁକିନ୍ଦା ଖଣି ପରିଚାଳକ ଜଳନ୍ଧର ପାତ୍ର, ପ୍ରଶାସନିଜ ମୁଖ୍ୟ ଦ୍ଵିତୀରାଜ ଜଗଦାନନ୍ଦ ନାୟକ, ଇମ୍ଫା ଶାଖା ଶ୍ରମିକ ସଂଗଠନର ସଭାପତି, ସମ୍ପାଦକ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ l ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ମିଲନ ରଞ୍ଜନ କର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଉଦ୍ୟାନ ବିଭାଗ ସହ ପରିଚାଳକ ସମରେନ୍ଦ୍ର ସ୍ୱାଇଁ ସହାୟତା କରିଥିଲେ l( ଯାଜପୁର ସୁକିନ୍ଦା ରୁ ଜୟନାରାୟଣ ମହାପା...