Posts

Showing posts with the label ଦେଶବିଦେଶ ଖବର

ବଙ୍ଗଳାଦେଶ ରେ ହିନ୍ଦୁଙ୍କ ସୁରକ୍ଷା ନେଇ ଭାରତ ସରକାର ତତ୍ପର l

Image
ନୂଆଦିଲ୍ଲୀ (ବ୍ୟୁରୋ ରିପୋର୍ଟ) :- ସଂରକ୍ଷଣକୁ ବ୍ୟବସ୍ଥାକୁ ନେଇ ଆଶାନ୍ତ ହୋଇପଡିଛି ବାଂଲାଦେଶ ।ଏହା ର ଫାଇଦା ନେଇଛନ୍ତି ହିନ୍ଦୁ ବିରୋଧୀ ମାନେ l ଛାତ୍ର ଙ୍କୁ ହାତବାରିସି କରି ହିନ୍ଦୁଙ୍କ ଉପରେ ଚାଲିଛି ଅତ୍ୟାଚାର l ହିଂସା ଦିନକୁ ଦିନ ବଢିବାରେ ଲାଗିଛି ଏବଂ ଟାର୍ଗେଟରେ ରହିଛନ୍ତି ହିନ୍ଦୁ । ବାଂଲାଦେଶରେ ସଂଖ୍ୟାଲଘୁମାନଙ୍କୁ ଆକ୍ରମଣ କରାଯାଉଥିବାର ଖବର ପ୍ରକାଶ ପାଇବା ପରେ ଭାରତ ସରକାର ଏକ କମିଟି ଗଠନ କରିଛନ୍ତି । ସୂଚନା ଅନୁସାରେ ବାଂଲାଦେଶର ସ୍ଥିତି ଉପରେ ନଜର ରଖିବା ପାଇଁ ଏକ କମିଟି ଗଠନ କରାଯାଇଛି ଯାହା ଦେଶରେ ବସବାସ କରୁଥିବା ଭାରତୀୟଙ୍କ ସୁରକ୍ଷା ନିଶ୍ଚିତ କରିବ । ବାଂଲାଦେଶରେ ଆରମ୍ଭ ହୋଇଥିବା ଉତ୍ତେଜନା ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କଠାରୁ ତାଙ୍କ ଚେୟାର ଛଡ଼ାଇ ନେଇଛି। ସେବେଠାରୁ ବାଂଲାଦେଶର ସ୍ଥିତି ଖରାପ ରହିଛି ଏବଂ ଏବେ ପୁରା ବିଶ୍ୱ ନଜର ଦେଶର ସ୍ଥିତି ଉପରେ ରହିଛି । ବାଂଲାଦେଶରେ ସଂଖ୍ୟାଲଘୁ (ହିନ୍ଦୁ, ଖ୍ରୀଷ୍ଟିଆନ ଏବଂ ଅନ୍ୟମାନଙ୍କ) ବିରୋଧରେ ହିଂସା ସୃଷ୍ଟି ହୋଇଛି। ମୁସଲିମ ଧର୍ମ ସମ୍ପ୍ରଦାୟ ହେଉ କିମ୍ବା ଟେରୋରିଷ୍ଟ ମାନେ ସଂରକ୍ଷଣ ନାମରେ ଜୁଲମ୍ ଚଳାଇଛନ୍ତି l ବର୍ତ୍ତମାନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶରେ ଏହି ପ୍ରସଙ୍ଗରେ ଏକ କମିଟି ଗଠନ କରାଯାଇଛି।ଏହି କମିଟି ବାଂଲାଦେଶର ହିନ୍ଦୁ ତଥା ଅନ୍ୟାନ୍ୟ ସଂଖ୍ୟାଲଘୁଙ୍କ ଉ

ଭାରତ-ବାଂଲାଦେଶ ବର୍ଡରରେ ବିଏସଏଫକୁ ହାଇ ଆଲ ଆଲର୍ଟା ଜାରି l

Image
  ବ୍ୟୁରୋ ରିପୋର୍ଟ :- ହିଂସା ଓ ବିଦ୍ରୋହ କାରଣରୁ ମାତ୍ର କିଛି ମାସ ତଳେ ନିର୍ବାଚନ ଜିତିଥିବା ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସନା ଭୟରେ ଦେଶ ଛାଡ଼ିଛନ୍ତି । ଦେଶ ଛାଡ଼ିବା ପୂର୍ବରୁ ସେ ବାଂଲାଦେଶ ସେନାର ନିର୍ଦ୍ଦେଶରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ସେ ବାଂଲାଦେଶ ସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ନିଜ ଭଉଣୀଙ୍କୁ ଧରି ଦେଶ ଛାଡ଼ିଛନ୍ତି । ବାଂଲାଦେଶରେ ଏବେ ସାମରିକ ଶାସନ ପ୍ରତିଷ୍ଠା ହେବାକୁ ଯାଉଛି । ଆଉ ଏହାରି ଭତରେ ଆଉ ଏକ ବଡ଼ ଖବର ସମ୍ନାକୁ ଆସିଛି । ସେ ଆଜି ଅପରାହ୍ନ ସୁଦ୍ଧା ନୂଆଦିଲ୍ଲୀ ଆସିପାରନ୍ତି । ଏବେ ସେ ବାୟୁସେନାର ଏକ ବିମାନରେ ଅଛନ୍ତି । ସେ ଦିଲ୍ଲୀ ଆସି ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି ସୂତ୍ରରୁ ସୂଚନା ମିଳିଛି । ଶେଖ ହସିନାଙ୍କ ପରବର୍ତ୍ତୀ ପଦକ୍ଷେପ କ'ଣ ହେବ? ବର୍ତ୍ତମାନ ଏହା ସ୍ପଷ୍ଟ ହୋଇନାହିଁ, କିନ୍ତୁ ଚର୍ଚ୍ଚା ହେଉଛି ଯେ ସେ ଭାରତ ଦେଇ ବ୍ରିଟେନ (ଲଣ୍ଡନ), ଫିନଲ୍ୟାଣ୍ଡ କିମ୍ବା ସ୍ୱିଜରଲ୍ୟାଣ୍ଡକୁ ଯାଇପାରନ୍ତି । ଶେଖ ହସିନା ଭାରତକ ଆସିବା ଖବର ପରେ ଭାରତ ବାଂଲାଦେଶ ବର୍ଡର ରେ ବିଏସଏଫ ଯବାନଙ୍କୁ ହାଇ ଆଲର୍ଟ କରାଯାଇଛି । ବାଂଲାଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ-ବାଂଲାଦେଶ ସୀମାରେ ହାଇ ଆଲ ଆଲର୍ଟା ବିଏସଏଫର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଈଝୠ ଡିଜି ମଧ୍‌ଯ କୋଲକାତାରେ ପହଞ୍ଚିଛନ୍ତି । ସୀମାରେ

ବଦଳିଲେ ୧୦ ରାଜ୍ୟର ରାଜ୍ୟପାଳ l

Image
   ନୂଆଦିଲ୍ଲୀ (ବ୍ୟୁରୋ ରିପୋର୍ଟ) :- ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ପଞ୍ଜାବର ରାଜ୍ୟପାଳ ତଥା କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡିଗଡ଼ର ବନୱାରିଲାଲ ପୁରୋହିତଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ଏହା ସହିତ ସେ ଅନ୍ୟ ରାଜ୍ୟରେ ରାଜ୍ୟପାଳଙ୍କ ନୂତନ ନିଯୁକ୍ତି ନେଇ ମଧ୍ୟ ଘୋଷଣା କରିଛନ୍ତି । ୮୩ ବର୍ଷିୟ ବନୱାରିଲାଲ ପୁରୋହିତ ବ୍ୟକ୍ତିଗତ କାରଣ ଦର୍ଶାଇ ଭାରତ ରାଷ୍ଟ୍ରପତିଙ୍କୁ ଏକ କ୍ଷୁଦ୍ର ଚିଠିରେ ଫେବୃଆରୀରେ ଇସ୍ତଫା ଦେଇଛନ୍ତି। ଏଥିସହିତ ୩ ରାଜ୍ୟର ରାଜ୍ୟପାଳଙ୍କ ପରିବର୍ତ୍ତନ ମଧ୍ୟ କରିଛନ୍ତି । ରାଜସ୍ଥାନ, ତେଲେଙ୍ଗାନା, ଝାଡ଼ଖଣ୍ତ, ଛତିଶଗଡ଼, ମେଘାଳୟ, ମହାରଷ୍ଟ୍ର, ମଣିପୁର, କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ଏବଂ ଚଣ୍ତିଗଡ଼ରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି କରାଯାଇଛି । ହରିଭାବୀ କ୍ରିଷ୍ଣରାଓ ବାଗଡେଙ୍କୁ ରାସ୍ଥାନର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି କରାଯାଇଛି । ତେଲୁଙ୍ଗାନାର ରାଜ୍ୟପାଳ ଭାବେ ବିଷ୍ଣୁ ଦେବ ବର୍ମା, ଓମ୍ ପ୍ରକାଶ ମଥୁରଙ୍କୁ ସିକ୍କିମର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ସାନ୍ତୋଷ କୁମାର ଗଙ୍ଗାୱରଙ୍କୁ ଝାଡଖଣ୍ଡର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି।ଛତିଶଗଡର ରାଜ୍ୟପାଳ ହେବେ ଭାବେ ରାମେନ ଡେକା, ସିଏଟ୍ ବିଜୟଶଙ୍କର ମେଘାଳୟର ରାଜ୍ୟପାଳ, ବର୍ତ୍ତମାନ ଝାଡଖଣ୍ଡର ରାଜ୍ୟପାଳ ତଥା ତେଲେଙ୍ଗାନାର ଅତିରିକ୍ତ ଦାୟିତ୍ୱ ତୁଳାଉଥିବା ସିପି ରାଧାକୃଷ୍ଣନ୍ ମହାରାଷ୍ଟ୍ରର ରାଜ

ପୁଣି ତେଜିଛି ଇଣ୍ଡିଆ ବନାମ ଭାରତ ବିବାଦ ।

Image
ବ୍ୟୁରୋ ରିପୋର୍ଟ :- ଜି-୨୦ ସମ୍ମିଳନୀରେ ଯୋଗ ଦେବାକୁ ଥିବା ବିଶ୍ୱସ୍ତରୀୟ ନେତାଙ୍କ ନିମନ୍ତେ ରାଷ୍ଟ୍ରପତିଙ୍କ ଦ୍ୱାରା ଜାରି କରାଯାଇଥିବା ନିମନ୍ତ୍ରଣପତ୍ରରେ ‘ଭାରତ ରାଷ୍ଟ୍ରପତି’ ବୋଲି ଉଲ୍ଲେଖ କରାଯାଇଥିବା ବେଳେ ତାହାକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ଏବେ ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ନେମପ୍ଲେଟ୍‌ ଏହି ନିଆଁରେ ଘିଅ ଢାଳିଛି। କାରଣ ମୋଦିଙ୍କ ନେମପ୍ଲେଟରେ ଇଣ୍ଡିଆ ପରିବର୍ତ୍ତେ ଲେଖାଯାଇଛି ଭାରତ । ଅର୍ଥାତ ବିଶ୍ୱ ସମୁଦାୟ ସମ୍ମୁଖରେ ମୋଦି ନିଜକୁ ଭାରତର ପ୍ରଧାନମନ୍ତ୍ରୀ ରୂପେ ପରିଚିତ କରାଇଛନ୍ତି। ବିରୋଧୀଙ୍କ ମେଣ୍ଟର ନାଁ ‘ଇଣ୍ଡିଆ’ ହୋଇଥିବାରୁ କେନ୍ଦ୍ର ସରକାର ତାହା ବଦଳରେ ‘ଭାରତ’ ଶବ୍ଦର ପ୍ରୟୋଗକୁ ବଢ଼ାଇ ଦେଇଛନ୍ତି। ଚଳିତ ମାସ ଶେଷ ଆଡ଼କୁ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି। ‘ଭାରତ’ ନାମର ପ୍ରୟୋଗକୁ ଔପଚାରିକ ଭାବେ ବିଧିବଦ୍ଧ କରିବା ଉକ୍ତ ଅଧିବେଶନର ମୂଳ ଲକ୍ଷ୍ୟ ବୋଲି ଆଲୋଚନା ହେଉଛି। ମାତ୍ର ଏହାକୁ ଏକ ନାଟକ କହିଛନ୍ତି ବିରୋଧୀ ଗୋଷ୍ଠୀ।କେନ୍ଦ୍ର ସରକାର ‘ଇଣ୍ଡିଆ’ ନାଁକୁ ପୂରା ହଟାଇ ଦେଇ କେବଳ ‘ଭାରତ’ ରଖିବାକୁ ଚକ୍ରାନ୍ତ କରୁଥିବା ବିରୋଧୀ ଅଭିଯୋଗ କରିଛନ୍ତି।  ମାତ୍ର ଭାରତ’ ଶବ୍ଦ ପୂର୍ବରୁ ସମ୍ବିଧାନରେ ସାମିଲ ଥିବା ବେଳେ ଦେଶବାସୀଙ୍କ ଧ୍ୟାନ ହଟାଇବାକୁ କେନ୍ଦ୍ର ସରକାର ଏପରି ଖେଳ ଖେଳି ଚାଲିଥିବା ଅଭିଯୋଗ ହୋଇଛି।  ବିଦେଶ ପ୍ରତିନିଧୀଙ୍କ ପାଇଁ ପ୍

କୁଏତ ରେ ପ୍ରବାସୀ ଭାରତୀୟ ସଂଘ ପକ୍ଷରୁ ସଂଗୀତ ସମାରୋହ କାର୍ଯ୍ୟକ୍ରମ - ବିପିପି,

Image
.    ପ୍ରବାସୀ ଭାରତୀୟ ଙ୍କ ଦ୍ଵାରା ସଙ୍ଗୀତ         ସମାରୋହ  କୁଏତ(ବ୍ୟୁରୋ ରିପୋର୍ଟ) :- ଗତକାଲି କୁଏତ ରେ ସଂଗୀତ ସମାରୋହ କାର୍ଯ୍ୟକ୍ରମ ଭାରତୀୟ ପ୍ରବାସୀ ପରିଷଦ ସଙ୍ଗ ଦ୍ୱାରା ପରିଚାଳିତ ହୋଇଯାଇଛି | ପ୍ରବାସୀ ଭାରତୀୟର ବିଭିନ୍ନ ବର୍ଗର ଗାୟକମାନେ ଦର୍ଶକଙ୍କୁ ମନମୁଗ୍ଧ କରିଥିଲା | ମାଷ୍ଟର ରୋହିତ ଶ୍ୟାମଙ୍କ ସମେତ ୨୦ ଜଣ ଗାୟକ ବଲିଉଡ ସଂଗୀତ ଗାଥାର ଭିନ୍ନ ଭିନ୍ନ ଗୀତ ଗାଇଥିଲେ।  ଅନ୍ୟ ଗାୟକମାନଙ୍କ ମଧ୍ୟରେ ବିନୋଦ ପାଣ୍ଡିର, ବିନୋୟ ସେବାଷ୍ଟିଆନ, ଅକ୍ଷୟ ପଟେଲ, ଅସ୍ୱାତୀ ଶ୍ରୀନାଥ, ଉପସାନା ସିହ୍ନା, ମିତାଲି ଜାନା, ସନ୍ତୋଷ ରାଣା, ଯୋଗେଶ ପାଣ୍ଡ୍ୟା, ହେମାଗିନି ପାଣ୍ଡ୍ୟା, କ୍ଲିଫୋର୍ଡ ମିରାଣ୍ଡା, ସଙ୍ଗୀତାବେନ ବ୍ୟାସ, ସାଗର ବିସୱା, ମୃଣାଲ ସରମା, ତିର୍ଥ ପାଣ୍ଡ୍ୟା, ବିମଳ ବର୍ମନ, ମୁକେଶ ସେଠୀ ଏବଂ ସଞ୍ଜୟ ରାମି। ଗାୟକମାନେ ଦେଶଭକ୍ତି ଗୀତ ଗାଇ 'ଦେଶଭକ୍ତି' କବିତା ପାଠ କରୁଥିବାବେଳେ, ଦେଶଭକ୍ତି ଭାବନାରେ ଆନନ୍ଦ ରେ ଉତ୍ସାହିତ ସହିତ ଚମତ୍କାର ନୃତ୍ୟ ଉପଭୋଗ କରିଥିଲେ | ଏହି କାର୍ଯ୍ୟକ୍ରମ ରେ, ରାମାୟା ଧନେଶଙ୍କୁ ବିଦାୟ ସମର୍ଦ୍ଧନା ଜ୍ଞାପନ କରାଯାଇଥିଲା, ବିପିପିର ସଭାପତି ବିନୋଇ ସେବାଷ୍ଟିଆନ୍ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ବିପିପି ର ସାଧାରଣ ସମ୍ପାଦକ ସୁଧୀର ଭି ମେନନ୍ ସମେତ ସମସ୍ତ କେନ୍ଦ୍ରୀୟ କାର୍ଯ୍ୟ କମିଟି ର ସଭ୍ୟ