ଇମ୍ଫା ପକ୍ଷରୁ ୨ ଟି ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା ଯାନ ଲୋକାର୍ପିତ l

ଯାଜପୁର (କାଳିଆପାଣି) : - ସୁକିନ୍ଦା ଉପତ୍ୟକାରେ ଥିବା ଇମ୍ଫା କମ୍ପାନୀର ଖଣି ପରିସରରେ ଆଜି ୨ ଗୋଟି ଅତ୍ୟାଧୁନିକ ଜୀବନରକ୍ଷାକାରୀ ଆମ୍ବୁଲାନ୍ସ ସେବା ଯାନ କୁ ମାନ୍ୟବର ସୁକିନ୍ଦା ବିଧାୟକ ଶ୍ରୀ ପ୍ରୀତି ରଞ୍ଜନ ଘଡ଼ାଇ ଉଦଘାଟନ କରିଛନ୍ତି I ଇମ୍ଫାର ବରିଷ୍ଠ ଉପସଭାପତି ଶ୍ରୀ ସଂଜୀବ ଦାସ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ସୁକିନ୍ଦା ଖଣିର ଉପସଭାପତି ଶ୍ରୀ ସୁଧାଂଶୁ ପଟନି ଉପସ୍ଥିତ ଥିଲେ I ମୁଖ୍ୟ ଅତିଥି ଶ୍ରୀ ଘଡ଼ାଇ ନିଜ ବକ୍ତବ୍ୟରେ ଇମ୍ଫା କର୍ତ୍ତୃପକ୍ଷଙ୍କ ଏତାଦୃଶ ପଦକ୍ଷେପ ନିମନ୍ତେ ସାଧୁବାଦ ଦେବା ସହ ଏଭଳି ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ ଆମ୍ବୁଲାନ୍ସ ଯାନ ସେବା ସମସ୍ତ କର୍ମଚାରୀଙ୍କ ଆକସ୍ମିକ ବିପଦ ଆପଦରେ ସହାୟକ ହୋଇପାରିବ ବୋଲି ପ୍ରକାଶ କରିଥିଲେ I ପ୍ରକାଶ ଥାଉକି, ଉକ୍ତ ଦୁଇ ଗୋଟି ଆମ୍ବୁଲାନ୍ସ ରେ ଭେଣ୍ଟିଲେଟର ,ସିରିଜ ପମ୍ପ , ଡ଼ିଫେବ୍ରିଲେଟର,ପେସେଣ୍ଟ ମନିଟର ,ଫୋଲଡିଂ ଷ୍ଟ୍ରେଚର ଆଦି ଅତ୍ୟାଧୁନିକ ଡାକ୍ତରୀ ଯନ୍ତ୍ରପାତି ବ୍ୟବସ୍ଥା ମାନ ରହିଛି I ଉକ୍ତ ଉତ୍ସବରେ ସ୍ଥାନୀୟ ଲୋକ ପ୍ରତିନିଧି ,ଶ୍ରମିକ ନେତା ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ I (ଜୟ ନାରାୟଣ ମହାପାତ୍ର ଙ୍କ ରିପୋର୍ଟ)