କଳିଙ୍ଗନଗର ର ନୂତନ ପ୍ରକଳ୍ପ କୁ ସ୍ଥାନୀୟ ଲୋକଙ୍କ ବିରୋଧ l

(ଆଦିବାସୀଙ୍କ ଜମିକୁ ଜୋରଜବରଦସ୍ତ ଛଡାଇ ନେଉଛି ସରକାର-ଅଭିଯୋଗ! ) ଯାଜପୁର (କଳିଙ୍ଗନଗର) :- ଜିଲ୍ଲା ର ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ଦାନଗଦୀ ବ୍ଳକ ଚାନ୍ଦିଆ ପଞ୍ଚାୟତର ଟାଙ୍ଗରସାହି ଗ୍ରାମରେ ଦୀର୍ଘ ବର୍ଷ ଧରି ବସବାସ କରୁଥିବା ଆଦିବାସୀ ପରିବାର ଙ୍କୁ ଏକ ନୂତନ କାରଖାନା ସ୍ଥାପନ କରିବା ପାଇଁ ବିସ୍ଥାପିତ କରିଛି l ଏହି ଜାଗା ଚିହ୍ନଟ ପ୍ରକ୍ରିୟା ଆଜି ସକାଳ ବେଳା ପ୍ରଶାସନ ପକ୍ଷରୁ ବ୍ଯାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ଆରମ୍ଭ ହୋଇଥିଲା l କିନ୍ତୁ ସ୍ଥାନୀୟ ଆଦିବାସୀ ବାସିନ୍ଦା ଏହାକୁ ଘୋର ବିରୋଧ କରିଥିଲେ l ସକାଳ ପ୍ରାୟ ୧୦ ଟା ସମୟରେ ପ୍ରଶାସନ ର ଏହି ଜମି ଅଧିଗ୍ରହଣ କାର୍ଯ୍ୟକୁ ଟାଙ୍ଗର ସାହି ର ବାସିନ୍ଦା ବିରୋଧ କରିବା ସହିତ ବୁଲଡୋଜର ସାମ୍ନାରେ ଠିଆ ହୋଇ ପ୍ରତିବାଦ କରିଥିଲେ l କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ ନୂତନ କରି ପ୍ରକଳ୍ପ ନିର୍ମାଣ ନିମନ୍ତେ" ଏମ୍ ଏସ୍ ଏମ୍ ଇ ପାର୍କ" ନାମକ କମ୍ପାନୀ କୁ ଇଡକୋ ପକ୍ଷରୁ ଜମି ଯୋଗାଇ ଦେବାକୁ ବ୍ୟବସ୍ଥା ଥିଲା l ଏହି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ପ୍ରଶାସନ କୁ ଦାୟିତ୍ଵ ଦିଆଯାଇଛି l ତେଣୁ ପ୍ରଶାସନ ପକ୍ଷରୁ ବ୍ଯାପକ ପୋଲିସ୍ ଫୋର୍ସ ସହିତ ଇଡ଼କୋ ମୁଖ୍ୟ ଅଧିକାରୀ ଏମ୍ ଭି ଏସ୍ ଗିରି,ମୁଖ୍ୟ ଜମି ଅଧିକାରୀ ଜିତେନ୍ଦ୍ର ଦାସ, କାର୍ଯ୍ୟନିର୍ବାହୀ ଅଧିକାରୀ ଏସ୍...