ପୋଲିସ୍ ଏତଲା ନ ରଖିବାରୁ ଏସ୍ ପି ଙ୍କ ଦ୍ଵାରସ୍ଥ ହୋଇଛନ୍ତି ବୃଦ୍ଧ ବାପା,'' ମୋ ଝିଅ କୁ ମାରି ଦେଇଛନ୍ତି ''

କଳାହାଣ୍ଡି (ବ୍ୟୁରୋ ରିପୋର୍ଟ) :- ଜିଲ୍ଲାର ନର୍ଲା ଥାନା ଅଞ୍ଚଳରେ ଏକ ଯୌତୁକଜନିତ ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି l ଜିଲ୍ଲାର ମ. ରାମପୁର ଥାନା ଅନ୍ତର୍ଗତ ବ୍ରାହ୍ମଣୀ ମୁଣ୍ଡା ଗ୍ରାମର ନୃପରାଜ ରଣା ଙ୍କ ଅଭିଯୋଗ କ୍ରମେ ତାଙ୍କ ଝିଅ ସ୍ଵର୍ଗତ ବାସନ୍ତୀ ରଣା (୪୬) କୁ ସେ ସାମାଜିକ ରୀତିନୀତି ଅନୁସାରେ ୨୮ ବର୍ଷ ତଳେ ନର୍ଲା ଥାନା ଅନ୍ତର୍ଗତ ରତନପୁର ଗ୍ରାମର ପାର୍ଥବ ରଣା ଙ୍କ ପୁଅ ଗୁମାନ ରଣା କୁ ବିବାହ ଦେଇଥିଲେ l ବିବାହ ର କିଛି ଦିନ ପରେ ବାସନ୍ତୀ ଙ୍କ ଉପରେ ସ୍ଵାମୀ ସହ ପରିବାର ମିଶି ଯୌତୁକ ନିର୍ଯାତନା ଆରମ୍ଭ କଲେ l ଏ ବିଷୟରେ ଝିଅର ବାପା ନୃପରାଜ ରଣା ୨୦୧୫ ମସିହା ଅପ୍ରେଲ ୧୦ ତାରିଖ ରେ ନର୍ଲା ଥାନା ରେ ଅଭିଯୋଗ କରିଥିଲେ l ପରେ ସ୍ଵାମୀ ଗୁମାନ ରଣା ପୋଲିସ୍ ଥାନାରେ ରାଜିନାମା ଲେଖି କେସ୍ କୁ ସମାଧାନ କରିଥିଲେ l ଏହାର କିଛି ଦିନ ପରେ ପୁଣି ଅତ୍ୟାଚାର ଚାଲିଲା l ସ୍ୱାମୀ ଓ ପରିବାର ଲୋକ ସର୍ବଦା ବାପଘରୁ ଟଙ୍କା ଆଣିବାକୁ ବାସନ୍ତୀ ଉପରେ ଚାପ ପକାଉଥିବା ଅଭିଯୋଗ ହୋଇଛି l ମୃତ୍ୟୁର ୧୫ ଦିନ ପୂର୍ବରୁ ବାସନ୍ତୀ ଓ ତାର ପୁଅ ବାପଘରୁ ଏକ ଲକ୍ଷ ଟଙ୍କା ଆଣିବାକୁ ପଠାଇଥିଲେ ସ୍ୱାମୀ ଗୁମାନ କିନ୍ତୁ ବାପଘର ଟଙ୍କା ଦେବାକୁ ସକ୍ଷମ ନ ଥିବା ରୁ ମନା କରିଦେଲେ l ଏହାପରେ ଗତ ୧୦/୮/୨୦୨୧ ତାରିଖ ଦିନ ରାତି ୧୦ ସମୟରେ ବାସନ୍ତୀ ର ପୁଅ ପ୍ରକାଶ ମା ' ଆତ୍ମହତ୍ଯା କଥା ଅଜା ଙ୍କୁ ଜଣାଇଲା I ପାର...