Posts

Showing posts with the label ମୁଖ୍ଯ ଖବର

ଧର୍ମଶାଳା ବ୍ଳକ ରେ କାନ୍ଦୁଛି ଚାଷୀ ହସୁଛି ମିଲର l

Image
ଯାଜପୁର :- ଧର୍ମଶାଳା ବ୍ଲକ ରେଖିଦେଇପୁର ସେବା ସମବାୟ ସମିତି ଏହା ପାଞ୍ଚଗୋଟି ପଂଚାୟତକୁ ନେଇ ଗଠନ କରାଯାଇଛି l ଏଠାରେ ବିଳମ୍ବରେ ଧାନମଣ୍ଡୀ ଯାଇଥିଲେ ମଧ୍ୟ ଅଦ୍ୟାବଧି ଚାଷୀମାନେ ଧାନ ସଠିକ ସମୟରେ ମଣ୍ଡିରେ ଧାନ ବିକ୍ରି କରିପାରୁ ନାହାଁନ୍ତି l ମିଲର ଠିକ ସମୟରେ ନେଉ ନାହିଁ, ଯାହା ସମୁଦ୍ରକୁ ଶଙ୍ଖେ ସଦୃଶ l ହଜାର ହଜାର ଧାନ ବସ୍ତା ଖୋଲା ଆକାଶ ତଳେ ପଡି ରହିଛି l ଏଠାରେ ସରକାରଙ୍କ କୌଣସି ନିୟମ କାନୁନ ପାଳନ କରାଯାଉନାହିଁ l ଏଠାରେ ତାଲିବାନ ଶାସନ ଚାଲିଛି, ଅସାଧୁ ଲୋକ ମାନଙ୍କ ଦ୍ଵାରା ଧାନମଣ୍ଡି କାର୍ଯ୍ୟକାରୀ କରାଯାଉଛି l ରେଖିଦେଇପୁର ସେବା ସମବାୟ ସମିତି ସମ୍ପାଦକଙ୍କର ଦାଇତ୍ୱ କିଛି ନଥିବା ପରି ମନେ ହେଉଛି l ଏଠାରେ ଜଣେ ସ୍ଥାନୀୟ ଡାଇରେକ୍ଟର ତାଙ୍କ ଇଚ୍ଛାରେ ଓ କିଛି ଦଲାଲ୍ ଙ୍କ ଇଚ୍ଛାରେ ମଣ୍ଡି ଚାଲୁଛି l ଚାଷୀ ମାନଙ୍କ ଠାରୁ କୁଇଂଟାଲ ପିଛା ୩୦ ଟଙ୍କା, ମିଲର କୁଇଂଟାଲ ପିଛା ତିନି କେଜି କାଟି ଜୁଲମ କରି ଚାଷିଙ୍କୁ ଲୁଟୁଥିବା ଅଭିଯୋଗ ହୋଇଛି l ଯାହାଦ୍ଵାରା ଚାଷୀ ମାନେ ଦୁଃଖ ପ୍ରକାଶ କରୁଛନ୍ତି, ଏହାକୁ ତୁରନ୍ତ ଜିଲ୍ଲାପାଳ ଓ ଯୋଗାଣ ଅଧିକାରୀ ଦୁଷ୍ଟି ଦେବାକୁ ଦାବି ହେଉଛି l