ବାଞ୍ଜିତଳିଏନ କ୍ରିକେଟ କପ- ବଲାଙ୍ଗୀର ଚମ୍ପିୟାନ ।

ବଲାଙ୍ଗୀର(ବ୍ୟୁରୋ ରିପୋର୍ଟ) : - ପାଟଣାଗଡ଼ ବ୍ଲକ ବାଲିପଟା ଗ୍ରା:ପ:ଅନ୍ତର୍ଗତ ଖଳିଆ କ୍ରିକେଟ ଖେଳ ପଡ଼ିଆ ଠାରେ ଅନୁଷ୍ଠିତ ହେଇଥିବା ବାଞ୍ଜିତଳିଏନ କ୍ରିକେଟ ଏସୋସିଏସନ ତରଫରୁ ବାଞ୍ଜିତଳିଏନ କ୍ରିକେଟ କପ ର ଫାଇନାଲ ଉତ୍ସବ । ଫାଇନାଲ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପାଟଣାଗଡ଼ ବିଧାୟକ ଶ୍ରୀ ସରୋଜ କୁମାର ମେହେର,ବିଧାୟକ ପ୍ରତିନିଧି ହିମାଞ୍ଚଳ ପଧାନ, ସମାଜ ସେବୀ ଗିରିରାଜ ଭୋଇ ଯୋଗଦେଇ ଫାଇନାଲ ଖେଳକୁ ପ୍ରବେଶ କରିଥିବା ଉଭୟ ଖଳିଆ ଦଳ ଓ ବଲାଙ୍ଗୀର ଦଳକୁ ଉତ୍ସାହିତ କରିଥିଲେ । ପ୍ରଥମରୁ ଉଭୟ ଦଳ ସଂଘର୍ଷପୂର୍ଣ ଖେଳ ଖେଳି ଫାଇନାଲ କୁ ପ୍ରବେଶ କରିଥିବାରୁ ଶୁଭେଚ୍ଛା ଜଣାଇଥିଲେ । ଆଜିର ଫାଇନାଲ ଖେଳରେ ବଲାଙ୍ଗୀର ଦଳ ଟସ ଜିଣି ପ୍ରଥମେ ବେଟିଂ ନିଷ୍ପତ୍ତି ନେଇ ୭ଓଭର ରେ ସମସ୍ତ ଉଇକେଟ ବିନିମୟରେ ୫୮ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲେ ପ୍ରତିଜବାଜରେ ଖଳିଆ ଦଳ ୫ଉଇକେଟ ରେ ୪୯ ରନ ସଂଗ୍ରହ କରି ବଲାଙ୍ଗୀର ଦଳ ଠାରୁ ପରାଜିତ ହୋଇଥିଲେ । ମ୍ୟାନ ଅପ ଦ ମ୍ୟାଚ ବଲାଙ୍ଗୀର ଦଳର ଆଶିଷ କୁ ମୋବାଇଲ ଦିଆଯାଇଥିବା ବେଳେ ମ୍ୟାନ ଅପ ଦ ସିରିଜ ଖଳିଆ ଦଳର ବିପିନ ବନଛୋର କୁ ସାଇକେଲ ପ୍ରଦାନ କରାଯାଇଥିଲା । ବେଷ୍ଟ ଫିଲ୍ଡର ବଲାଙ୍ଗୀର ଦଳର ସୁବାସ କୁ ପୁରସ୍କୃତ କରାଯାଇଥିଲା ଓ ବେଷ୍ଟ ବୋଲର ଭାବରେ ଥବୀର ମାଝୀ କୁ , ବେଷ୍ଟ ଉଇକେଟ କିପର ଅରୁଣ ନାଏକ , ବେଷ୍ଟ ସିକ୍ସର ଅନୀଲ ବନଛୋର ,ବେଷ୍ଟ ଅମ୍ପାୟାର ନୀ...