ଜୁନିୟର କଲେଜରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବାର୍ଷିକ କ୍ରୀଡ଼ା ଉଦଯାପିତ l
ଯାଜପୁର, ତା୧୩.୧୨ :- ଦନଗଦୀ ବ୍ଲକ୍ ଅନ୍ତର୍ଗତ ଟୋଲକାନୀସ୍ଥିତ ଝାଡେଶ୍ୱର ଜୁନିୟର କଲେଜରେ ୨ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଡ. ଅକ୍ଷୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଡିଗ୍ରୀ କଲେଜର ଭାରାପ୍ରାପ୍ତ ଅଧ୍ୟକ୍ଷ ଅଜୟ କୁମାର ସାହୁ, ରାଜ୍ୟପାଳ ପୁରସ୍କୃତ ଅବସପ୍ରାପ୍ତ ଶିକ୍ଷକ ଗୋକୁଳ ବିହାରୀ ପୃଷ୍ଟି ଅତିଥି ଭାବେ ଯୋଗଦେଇ ଶୃଙ୍ଖଳା ଓ ସହନଶୀଳତା ହେଉଛି ଆଦର୍ଶ କ୍ରୀଡାବିତ୍ ର ଲକ୍ଷଣ, ତେଣୁ ବିଜୟର ଉଲ୍ଲାସ ଓ ପରାଜୟର ଗ୍ଲାନି ଉଭୟଙ୍କୁ ଧୈର୍ଯ୍ୟ ଓ ସହନଶୀଳତା ବଳରେ ସମାନ ଭବରେ ଆପଣେଇ ନେବା ପ୍ରତ୍ୟେକ କ୍ରୀଡାବିତ୍ ମାନଙ୍କର କର୍ତ୍ତବ୍ୟ ହେବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ। ଅଧ୍ୟକ୍ଷ ଡ଼.ପଣ୍ଡା ତାଙ୍କ ଅଭିଭାଷଣରେ କ୍ରୀଡା ମାଧ୍ୟମରେ କିପରି ପରସ୍ପର ସ୍ନେହ, ଶ୍ରଦ୍ଧା, ସମ୍ପର୍କ ପ୍ରତିଷ୍ଠା, ଶୃଙ୍ଖଳା, ସହଯୋଗ, ଏକତା , ସମୟାନୁବର୍ତ୍ତିତା ଓ ପାରସ୍ପରିକ ବୁଝାମଣା ପ୍ରତିଷ୍ଠା ହୁଏ ତାହା ବର୍ଣ୍ଣନା କରିଥିଲେ। ପୁରୁଷ ବିଭାଗରେ +୨ ପ୍ରଥମ ବର୍ଷ କଳାର ଛାତ୍ର ସତାରୀ ପୁର୍ତ୍ତି ଓ ମହିଳା ବିଭାଗର +୨ ଦ୍ବିତୀୟ ବର୍ଷ କଳାର ଛାତ୍ରୀ ଜସ୍ମିନି ହାଁସଦା ଉଭୟ ଚମ୍ପିୟାନ ହୋଇଛନ୍ତି। ଏହି କ୍ରୀଡ଼ା ଉତ୍ସବରେ ଅଧ୍ୟାପକ ଡ. କ୍ଷିରୋଦ ଚନ୍ଦ୍ର ବେହେରା, ଅଧ୍ୟାପିକା ମୀରାମ୍ବିକା ସାହୁ, ...