ସୁକିନ୍ଦା ଅଞ୍ଚଳର ବରିଷ୍ଠ ସାମ୍ବାଦିକ ତଥା ଦୈନିକ ଖବର କାଗଜ ମନ୍ଥନ ର କଳିଙ୍ଗନଗର ପ୍ରତିନିଧି ସମ୍ବର୍ଦ୍ଧିତ I

ଯାଜପୁର (ବ୍ୟୁରୋ): ସୁକିନ୍ଦାର ବର୍ଷିୟlନ ବରିଷ୍ଠ ସାମ୍ବାଦିକ ତଥା ଦୈନିକ ସମ୍ବାଦପତ୍ର "ମନ୍ଥନ"ର କଳିଙ୍ଗନଗର ପ୍ରତିନିଧି ଜୟ ନାରାୟଣ ମହାପାତ୍ରଙ୍କୁ ସାମ୍ବାଦିକତା କ୍ଷେତ୍ରରେ ଦୀର୍ଘ ୪୧ବର୍ଷର ଉତ୍ସର୍ଗୀକୃତ କାର୍ଯ୍ୟ ନିମନ୍ତେ ଆଦର୍ଶ ସାମ୍ବାଦିକଭାବେ ସମ୍ବର୍ଦ୍ଧିତ କରାଯାଇଛି l ଗ୍ଲୋରିଆସ ଇଂଲିଶ ମିଡ଼ିଅମ ସ୍କୁଲ, ଦଳା, ଯାଜପୁରରୋଡ ପରିସରରେ ୧୦ତାରିଖରେ ଆୟୋଜିତ ବ୍ୟାସନଗର ପ୍ରେସ୍ ଫୋରମ ର ଦ୍ୱାଦଶ ବାର୍ଷିକ ଉତ୍ସବରେ ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସ ନାୟକ, ରାଜ୍ୟ ସୂଚନା ଆୟୋଗ ଦିଲୀପ ବିଷୋୟୀ, ରାଜ୍ୟ ଯୁବ କଲ୍ୟାଣ ବୋର୍ଡ କାର୍ଯ୍ୟକାରୀ ଅଧ୍ୟକ୍ଷ ବିଜୟ କୁମାର ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶ୍ରୀ ମହାପାତ୍ରଙ୍କୁ ଉତ୍ତରୀ, ଫଳକ ଓ ପୁଷ୍ପତୋଡ଼ା ପ୍ରଦାନକରି ସମ୍ବର୍ଦ୍ଧିତ କରିଥିଲେ l ଫୋରମର ସଭାପତି ଅଭୟ ପତି, ସମ୍ପାଦକ ଉଦୟନାଥ ଖଣ୍ଡାଇ ଏଥିରେ ଉପସ୍ଥିତ ଥିଲେ l ଶ୍ରୀ ମହାପାତ୍ର ୧୯୮୦ ମସିହାରେ ତତ୍କାଳୀନ ବହୁଳ ପ୍ରସାରିତ ସମ୍ବାଦପତ୍ର ପ୍ରଜାତନ୍ତ୍ରରୁ ସାମ୍ବାଦିକତା ବୃତ୍ତି ଆରମ୍ଭ କରି ମାତୃଭୂମି, ସଂଚାର, ପ୍ରତିଦିନ, ନ୍ୟାୟବତୀ ଓ ଇଂରାଜୀ ସମ୍ବାଦପତ୍ର ଇଷ୍ଟର୍ଣ ଟାଇମସରେ ସାମ୍ବାଦିକ ଭାବେ କାର୍ଯ୍ୟ କରିବାପରେ ସମ୍ପ୍ରତି ମନ୍ଥନର କଳିଙ୍ଗନଗର ପ୍ରତିନିଧିଭାବେ କାର୍ଯ୍ୟରତ ଅଛନ୍ତି l ସେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ...