Posts

Showing posts from March 1, 2024

ଦାଦନ ଗଡରେ ବଢି ଚାଲିଛି ଦାଦନ ମୃତ୍ୟୁ ! ନିଦାବିଷ୍ଣୁ ଶ୍ରମ ବିଭାଗ।

Image
ବଲାଙ୍ଗୀର (ବ୍ୟୁରୋ ରିପୋର୍ଟ) :- ପୁଲିସ, ପ୍ରଶାସନ ଓ ଶ୍ରମ ବିଭାଗର ବାରମ୍ବାର ସଚେତନ‌ତା ସତ୍ତ୍ୱେ ଦାଦନ ସମସ୍ୟା ସମାଧାନ ହେଉନାହିଁ । ବିଶେଷ କରି ନିର୍ଯାତନାର ଶିକାର ହେଉଥ‌ିବା ଶ୍ରମିକ ବିନା ପଞ୍ଜୀକରଣରେ ଯାଉଥିବା ଜଣାପଡ଼ିଛି । ଶ୍ରମ ଅଧିକାରୀ ଓ ବିଭାଗୀୟ କର୍ମଚାରୀଙ୍କ ଅବହେଳା କାରଣରୁ ଅସାଧୁ ଦାଦନ ସର୍ଦ୍ଦାରମାନେ ଏହାର ଭରପୁର ଫାଇଦା ଉଠାଉଛନ୍ତି। ଅଣ ପଞ୍ଜିକୃତ ଶ୍ରମିକଙ୍କୁ ପ୍ରଲୋଭିତ କରି ରାଜ୍ୟ ବାହାରକୁ ପଠାଉଥିବା ଅଭିଯୋଗ ହେଉଛି । ମାଲିକ ପାଖରେ କିଛି ଦିନ କାମ କଲାପରେ ମାଲିକ ଅତ୍ୟଧିକ କାମ ଆଦାୟ ସହ ନିର୍ଯାତନା ଦେବା ଆରମ୍ଭ କରିଦେଉଛି । ଫଳରେ ଅନେକ ଶ୍ରମିକ ଜୀବନ ହରାଉଥିବା ମଧ୍ୟ ଉଦାହରଣ ରହିଛି । ଶ୍ରମିକ ସମ୍ବନ୍ଧୀୟ ତଥ୍ୟ ଜିଲ୍ଲା ଶ୍ରମ ବିଭାଗ ପାଖରୁ ସହଜରେ ଉପଲବ୍ଧ ହେଉ ନଥିବା ବେଳେ କୌଣସି ଖବର ପ୍ରକାଶିତ ହେଲେ ଜିଲା ଶ୍ରମ ଅଧୂକାରୀ ଗରଗର ହେଉଥ‌ିବା ସୂଚନା ମିଳିଛି । ଜିଲ୍ଲାରୁ ରାଜ୍ୟ ବାହାରକୁ ଯାଉଥିବା ଶ୍ରମିକଙ୍କ ପଞ୍ଜୀକରଣ ବାଧ୍ୟତାମୂଳକ କରିବାକୁ ଶ୍ରମ ବିଭାଗ ସୁନିଶ୍ଚିତ କରିବା ଆବଶ୍ୟକ କିନ୍ତୁ ଏବେ ମଧ୍ୟ ତାହା ହେଉନାହିଁ । ଗତ କିଛି ଦିନ ଆଗରୁ ବେଲପଡ଼ା ବ୍ଲକ ସୁଲେକେଲା ଗ୍ରାମର କାହ୍ନୁ ମଲ୍ଲିକ ହାଇଦ୍ରାବାଦ ସାତନଗର ଅଞ୍ଚଳକୁ ଦାଦନ ଖଟିବାକୁ ଯାଇଥିଲେ । ଅତ୍ୟଧିକ କାମ ହେବାରୁ ତାଙ୍କ ସ୍ବାସ୍ଥ୍ୟ ଖରାପ ହୋଇଥିଲା । ପରେ ଇଟାଭାଟି ମାଲିକ ତାଙ୍କ ଝିଅକୁ ବନ୍ଧକ ରଖି...