Posts

Showing posts from March 16, 2021

ଇମ୍ଫା କୁ ମିଳିଲା କଳିଙ୍ଗ ନିରାପତ୍ତା ସମ୍ମାନ - ୨୦୨୦

Image
ଯାଜପୁର : - ଖଣି ସୁରକ୍ଷା ଦିଗରେ ଉଲ୍ଲେଖନୀୟ ପଦକ୍ଷେପ ନିମନ୍ତେ ଇମ୍ଫା ପରିଚାଳିତ ସୁକିନ୍ଦା କ୍ରୋମାଇଟ ଖଣି ଓ ମହାଗିରି କ୍ରୋମାଇଟ ଖଣି ମର୍ଯ୍ୟଦାଜନକ କଳିଙ୍ଗ ନିରାପତ୍ତା ସମ୍ମାନ -୨୦୨୦ ଲାଭ କରିଛି l ଭୁବନେଶ୍ୱରଠାରେ ଓଡିଶା ରାଜ୍ୟ ସୁରକ୍ଷା ସମ୍ମିଳନୀ -୨୦୨୦ ପକ୍ଷରୁ ଆୟୋଜିତ ଏକ ଉତ୍ସବରେ ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟ ଅତିଥି ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ସଚିବ ଡ. ବିଷ୍ନୁପଦ ସେଠୀ ସମ୍ମାନିତ ଅତିଥିଭାବେ ଯୋଗଦେଇ ସୁକିନ୍ଦା ଖଣି ପରିଚାଳକ ମନୋଜ କୁମାର ସାମଲଙ୍କୁ ରୌପ୍ୟ ଫଳକ ଓ ମହାଗିରି ଖଣି ପରିଚାଳକ ଜଳନ୍ଧର ପାତ୍ରଙ୍କୁ ତାମ୍ର ଫଳକ ପ୍ରଦାନ କରି ଏହି ସମ୍ମାନରେ ସମ୍ମାନିତ କରିଥିଲେ l ଇମ୍ଫା ପରିଚାଳିତ ସୁକିନ୍ଦା ଓ ମହାଗିରି କ୍ରୋମାଇଟ ଖଣି ସର୍ବଦା ସୁରକ୍ଷାକୁ ପ୍ରଥମିକତାଦେଇ କାର୍ଯ୍ୟ କରୁଥିବାରୁ ଏହି ସମ୍ମାନ ଲାଭକରି ନିଜର ସ୍ୱତନ୍ତ୍ରତା ସୃଷ୍ଟି କରି ପାରିଛି l (ସୁକିନ୍ଦା, କାଳିଆପାଣି ରୁ ଜୟନାରାୟଣ ମହାପାତ୍ର ଙ୍କ ରିପୋର୍ଟ)  Imfa received the Kalinga Security Award - 2020.  Jajpur: - Imfa -managed Sukinda Chromite Mine and Mahagiri Chromite Mine have been awarded the prestigious Kalinga Safety Award-2020 for their outstanding steps towards mining safety.

ଏପ୍ରିଲ ୧୭ରେ ହେବ ପିପିଲି ବିଧାନସଭା ଉପ ନିର୍ବାଚନ l

Image
ବ୍ୟୁରୋ ରିପୋର୍ଟ : - କଳ୍ପନା ଜଳ୍ପନାର ଅବସାନ। ପିପିଲି ବିଧାନସଭାର ଉପ ନିର୍ବାଚନ ପାଇଁ ବାଜିଲା ନିର୍ବାଚନୀ ବିଗୁଲ। ଏପ୍ରିଲ ୧୭ରେ ହେବ ବହୁ ଚର୍ଚ୍ଚିତ ପିପିଲି ବିଧାନସଭା ଉପ ନିର୍ବାଚନ। ମେ ୨ରେ ଭୋଟ୍ ଗଣତି ସହ ପ୍ରକାଶ ପାଇବ ଫଳାଫଳ। ଏନେଇ ମଙ୍ଗଳବାର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ତାରିଖ ଘୋଷଣା ହୋଇଛି। ମାର୍ଚ୍ଚ ୨୩ରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଏହି ପରି ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ମାର୍ଚ୍ଚ ୩୦ ରହିଛି। ପ୍ରତ୍ୟାହାରର ଶେଷ ତାରିଖ ଏପ୍ରିଲ ୩ ରହିଛି। ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲି ଆସନ ଖାଲି ପଡିଥିଲା।   ପିପିଲି ବିଧାନସଭା ମଣ୍ଡଳ ବିଜେଡିର ଗଡ ଭାବେ ପରିଚିତ। ୨୦୦୦ ମସିହା ପରଠୁ ଅର୍ଥାତ ବିଜେଡି ଦଳ ଗଠନ ଦିନଠୁ ଏହି ଆସନରେ ଦଳର ଦବଦବା ରହି ଆସିଛି। ପ୍ରଦୀପ ମହାରଥୀ କ୍ରମାଗତ ପାଞ୍ଚ ଥର ପିପିଲିରୁ ବିଜୟୀ ହୋଇ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ମହାରଥୀଙ୍କ ଯୋଗୁଁ ପିପିଲି ବିରୋଧୀ ବିଜେପି ଓ କଂଗ୍ରେସ ପାଇଁ ଏ ଯାଏଁ ଅଭେଦ୍ୟ ଦୁର୍ଗ ପାଲଟିଛି। ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ବିଧାନସଭା ନିର୍ବାଚନରେ ମହାରଥୀ ବିଜୟ ହାସଲ କରିଥିଲେ। ତେବେ ପ୍ରଥମ ଥର ବିଜେଡି ମହାରଥୀଙ୍କ ବିନା ମଇଦାନକୁ ଓହ୍ଲାଇବ। ବିଜେଡିର ଅଭେଦ୍ୟ ଦୁର୍ଗ ରହିଆସିଥିବା ପିପିଲି ନିର୍ବାଚନ ମଣ୍ଡଳୀ ଅକ୍ତିଆର କରିବାକୁ ବିରୋଧୀ ଜୋରଦା

ମାକ୍ସ ଓ ପିପି କିଟ୍ ଦୁର୍ନୀତି, ଭିଜିଲାନ୍ସ ବିଭାଗ ପକ୍ଷରୁ ଲୋକାୟୁକ୍ତ ରେ ମାମଲା ରୁଜୁ l

Image
ବ୍ୟୁରୋ ରିପୋର୍ଟ ଭୁବନେଶ୍ଵର:- ରାଜ୍ୟରେ କରୋନା ମହାମାରୀ ସମୟରେ ମାସ୍କ ଏବଂ ପିପିଇ କିଟ୍‌ କିଣାରେ ବଡ଼ ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଭିଜିଲାନ୍ସ ବିଭାଗ ଲୋକାୟୁକ୍ତଙ୍କ ନିକଟରେ ରିପୋର୍ଟ ଦାଖଲ କରିଛି। ଆସନ୍ତା ୨୬ ତାରିଖରେ ଲୋକାୟୁକ୍ତଙ୍କ ୩ ଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣି କରାଯିବ। ଅଭିଯୋଗକାରୀ ସୁଶାନ୍ତ ପାଢ଼ୀ ଏବଂ ସୁଦର୍ଶନ ଦାସଙ୍କ ପକ୍ଷରୁ ଏ ନେଇ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ସୂଚନା ଅନୁସାରେ, କରୋନା ମହାମାରୀ ସମୟରେ ବାହାର ରାଜ୍ୟରୁ ରାଜ୍ୟ ସରକାର ମାସ୍କ ଏବଂ ପିପିଇ କିଟ୍‌ କିଣିଥିଲେ। ମାତ୍ର ଏଥିରେ ଦୁର୍ନୀତି ହୋଇଥିବା ଏବଂ ରାଜ୍ୟ ସରକାରଙ୍କ କିଛି ଅଧିକାରୀ ଏହି ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ସୁଶାନ୍ତ ପାଢ଼ୀ ଏବଂ ସୁଦର୍ଶନ ଦାସଙ୍କ ପକ୍ଷରୁ ଏ ନେଇ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ଏହା ପରେ ଅଭିଯୋଗର ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ଲୋକାୟୁକ୍ତ ରାଜ୍ୟ ଭିଜିଲାନ୍ସ ବିଭାଗକୁ ନିର୍ଦେଶ ଦେଇଥିଲେ। ତଦନୁଯାୟୀ ଭିଜିଲାନ୍ସ ପକ୍ଷରୁ ଲୋକାୟୁକ୍ତଙ୍କ ନିକଟରେ ପ୍ରାଥମିକ ରିପୋର୍ଟ ଦାଖଲ କରାଯାଇଛି। The lawsuit was probably funded by the Vigilance Department, a Max and PP Kit scam.  Beuro report Bhubaneswar: - There have been allegations of major corruption in the

ବନ୍ଧା ହେଲେ ହାବିଲଦାର ବାବୁ, ମାହାଙ୍ଗା ପଡିଲା ପ୍ରେମ ନିଶା l

Image
ବ୍ୟୁରୋ ରିପୋର୍ଟ ଭଦ୍ରକ :- ପୁଲିସ୍‌ ବାବୁ ଫୋନ୍‌ କରି କହୁଥିଲେ ମିଠା ମିଠା କଥା। ତା’ ପୁଣି ଅଭିଯୁକ୍ତର ସ୍ତ୍ରୀ ସହିତ। ସ୍ୱାମୀକୁ ବେଲ୍‌ରେ ବାହାର କରିଦେବାକୁ କହି ତାଙ୍କୁ ବାରମ୍ବାର ଫୋନ୍ କରି କଥା ହେଉଥିଲେ। ଏମିତିକି ତାଙ୍କୁ ଭଉଣୀ କହି ନୂଆ ସଂପର୍କ ଯୋଡ଼ି ହେଲା କହିଥିଲେ। ଆଉ ଶେଷରେ ସୁଯୋଗ ଦେଖି ତାଙ୍କ ଘରେ ହାଜର ହୋଇ ଦେଖାଇଥିଲେ ନିଜ ଅସଲି ରୂପ। ମନ୍ଦ ଉଦ୍ଦେଶ୍ୟକୁ ସାଧିତ କରିବାକୁ ଉଦ୍ୟମ କଲା ବେଳେ ଧରାପଡ଼ିଥିଲେ ଲୋକଙ୍କ ହାତରେ। ପୁଲିସ୍ ତାଙ୍କୁ ଉଠାଇ ନେଇ ଅଟକ ରଖିଛି। ଘଟଣାଟି ଭଦ୍ରକ ଜିଲ୍ଲାର। ଅଭିଯୁକ୍ତଙ୍କ ନାଁ ହରମୋହନ ନାୟକ। ସେ ଭଣ୍ଡାରିପୋଖରୀ ଥାନାରେ ହାବିଲଦାର ଭାବେ ନିଯୁକ୍ତ ହୋଇଛନ୍ତି। ଭଣ୍ଡାରିପୋଖରୀ ଥାନା ଅଞ୍ଚଳର ଜଣେ ବ୍ୟକ୍ତି ନାମରେ ୱାରେଣ୍ଟ ଆସିଥିଲା। ଏହା ପରେ ପୁଲିସ୍‌ ତାଙ୍କୁ ରବିବାର ରାତିରେ ଗିରଫ କରିଥିଲା । ପରେ ଗତକାଲି ତାଙ୍କୁ କୋର୍ଟ ଚାଲାଣ ପାଇଁ ନେଇଥିଲେ ଭଣ୍ଡାରିପୋଖରୀ ଥାନାରେ କାର୍ଯ୍ୟରତ ଏପିଆର ହାବିଲଦାର ହରମୋହନ ନାୟକ। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ପଠାଯାଇଥିଲା। ଜେଲ୍ ଯିବା ପୂର୍ବରୁ ଅଭିଯୁକ୍ତ ଜଣଙ୍କ ହାବିଲଦାର ହରମୋହନଙ୍କ ମୋବାଇଲରୁ ନିଜ ସ୍ତ୍ରୀ ସହ କଥା ହୋଇଥିଲେ। ସେ ଜେଲ୍‌ ଯିବା ପରେ ହରମୋହନ ଅଭିଯୁକ୍ତଙ୍କ ସ୍ତ୍ରୀଙ୍କୁ ବାରମ୍ବାର ଫୋନ କରିଥିଲେ। ସେ ଫୋନ୍ କରି କହିଥିଲେ- “ମୋତେ ଭାଇ ବୋଲି ଭାବେ । ଆମ ଭିତରେ ନୂଆ ସମ୍ପର୍କ ଯ