Posts

Showing posts from July 27, 2023

ଲଷ୍ମୀନଗର ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ କାୟାକଳ୍ପ ପୁରସ୍କାର ପ୍ରଦାନ l

Image
ଯାଜପୁର - ଯାଜପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ତରଫରୁ ଗୌତମ ବୁଦ୍ଧ ସଂସ୍କୃତି ଭବନ ଠାରେ କାୟାକଳ୍ପ ୨୦୨୨-୨୩ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଅଛି l ଯାଜପୁର ଜିଲ୍ଲା ପାଳ ଚକ୍ରବତୀ ସିଂ ରଠୋରଙ୍କ ଅଧ୍ୟକ୍ଷତାରେ ରେ ଅନୁଷ୍ଠିତ ଏହି ସଭାରେ ଲଷ୍ମୀନଗର ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ୱଚ୍ଛତା ପାଇଁ ପୁରସ୍କୃତ କରାଯାଇଅଛି l ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀ ଶୁଭ ଲକ୍ଷ୍ମୀ ମିଶ୍ର ଓ ଫାର୍ମାସିଷ୍ଟ ସତ୍ୟବ୍ରତ ଗୁରୁ ଜିଲ୍ଲା ପାଳ ଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ l ଜିଲ୍ଲାରୁ ମୋଟ ୧୨ଟି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର,୪୨ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ୨୩ଟି ଉପ ସ୍ୱାସ୍ଥ୍ୟକେନ୍ଦ୍ର କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା l ଏହି ସମ୍ବର୍ଦ୍ଧନା ସଭାରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଙ୍କ ସମେତ ବହୁ ଡାକ୍ତରଖାନା ର ଅଧିକାରୀ ଓ କର୍ମଚାରୀ ମଧ୍ୟ ଉପସ୍ଥିତ ରହିଥିଲେ l