ଉତ୍ତର-ପୂର୍ବାଞ୍ଚଳ ୭ଟି ରାଜ୍ୟର ଛାତ୍ର ପ୍ରତିନିଧି ରାଜ୍ୟପାଳଙ୍କୁ ସାକ୍ଷାତ କଲେ।
ଭୁବନେଶ୍ୱର, ତା ୨୭/୦୧(ବ୍ୟୁରୋ ରିପୋର୍ଟ) :- ଉତ୍ତର-ପୂର୍ବାଞ୍ଚଳ ୭ଟି ରାଜ୍ୟର ଛାତ୍ର ପ୍ରତିନିଧି ରାଜଭବନରେ ରାଜ୍ୟପାଳ ଡ.ହରି ବାବୁ କମ୍ପୋଟିଙ୍କୁ ସାକ୍ଷାତ କରିଛନ୍ତି। ଅନ୍ତଃରାଜ୍ୟ ଛାତ୍ର ଜୀବନ ଦର୍ଶନ କାର୍ଯ୍ୟକ୍ରମରେ ଆସାମ, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ମେଘାଳୟ, ମିଜୋରାମ, ମଣିପୁର ଓ ତ୍ରିପୁରାର ଛାତ୍ରଛାତ୍ରୀମାନେ ଓଡ଼ିଶା ପରିଭ୍ରମଣରେ ଆସିବା ପରିପ୍ରେକ୍ଷୀରେ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ। ଅଭିଷେକ ହଲ୍ଠାରେ ରାଜ୍ୟପାଳଙ୍କ ସହ ବାର୍ତ୍ତାଳାପ ବେଳେ ଓଡିଶା କେମିତି ଲାଗୁଛି ବୋଲି ଛାତ୍ର ପ୍ରତିନିଧିମାନଙ୍କୁ ରାଜ୍ୟପାଳ ପଚାରିଥିଲେ। ଉପରୋକ୍ତ ୭ଟି ରାଜ୍ୟର ଛାତ୍ର ପ୍ରତିନିଧିମାନେ ନିଜ ନିଜ ରାଜ୍ୟର କଳା,ସଂସ୍କୃତି, ଐତିହ୍ୟ, ପରମ୍ପରା ଓ ବୈଶିଷ୍ଟ୍ୟ ସଂପର୍କରେ ଅବତାରଣା କରିବା ସହ ଓଡିଶାର ସାଂସ୍କୃତିକ ପରମ୍ପରା , ଭାସ୍କର୍ଯ୍ୟ, ଆତିଥେୟତା, ମହିମା ମଣ୍ଡିତ ଦେବଦେବୀ ପୀଠ, ସୌନ୍ଦର୍ଯ୍ୟ ଓ ମହାନତାର ପ୍ରଶଂସା କରିଥିଲେ। ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ୍ବିଏସ୍ ରାଜପୁତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପରେ ପରେ ରାଜ୍ୟପାଳଙ୍କ ସୌଜନ୍ୟରେ ଆୟୋଜିତ ନୈଶ୍ୟ ଭୋଜିରେ ଅତିଥୁ ଛାତ୍ର ପ୍ରତିନିଧି ଯୋଗ ଦେଇଥିଲେ। ସୂଚନାଯୋଗ୍ୟ ଯେ ଜାତୀୟ ଏକତାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଉତ୍ତର-ପୂର୍ବାଞ୍ଚଳ ଛା...