ଦୀର୍ଘ ଘଣ୍ଟା ହେଲା ଫସିଛି ହାତୀ, ଉଦ୍ଧାର କାର୍ଯ୍ୟ ଆରମ୍ଭ ବେଳେ ଏକାଧିକ ଆହାତ ଜଣେ ସାମ୍ବାଦିକ ଙ୍କ ମୃତ୍ୟୁ l

କଟକ(ବ୍ୟୁରୋ ରିପୋର୍ଟ ): - ଦୀର୍ଘ ୫ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ମୁଣ୍ଡଳିରେ ଫସିଥିବା ହାତୀକୁ ଉଦ୍ଧାର ଲାଗି ଆରମ୍ଭ ହେଲା । ଚନ୍ଦକାରୁ ଆସିଥିବା ୧୦ ଜଣିଆ ବିଶେଷଜ୍ଞ ଦଳ ମୁଣ୍ଡଳୀରେ ପହଞ୍ଚିବା ପରେ ଯୁଦ୍ଧକାଳୀନ ଭିତ୍ତିରେ ହାତୀର ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଆଜି ସକାଳୁ ହାତୀ ଉଦ୍ଧାର ପାଇଁ ବନ ବିଭାଗ ପକ୍ଷରୁ ବିଭିନ୍ନ ପ୍ରୟାସ ଜାରି ରହିଥିବା ବେଳେ ତାହା ଫେଲ୍ ମାରିଛି। ତେଣୁ କ୍ରେନ୍ ସାହାଯ୍ୟରେ ହାତୀକୁ ଉଦ୍ଧାର କରିବାକୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ହାତୀଟି ଦୀର୍ଘ ୫ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲା ବନ୍ୟା ଜଳର ପ୍ରଖର ସ୍ରୋତରେ ପାଣି ମଝିରେ ଅଟକି ରହିଥିବା ବେଳେ ବାହାରି ପାରୁନି। ଅପରପକ୍ଷେ, ହାତୀକୁ ଖାଇବାକୁ କଦଳୀ ଦିଆଯାଇଥିବା ବେଳେ ତାହାକୁ ସେ ଗ୍ରହଣ କରୁନି। ତେଣୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପାଣି ଭିତରେ ରହିଲେ ହାତୀର ଜୀବନ ପ୍ରତି ବିପଦ ଦେଖାଯାଇପାରେ। ତେଣୁ ହାତୀ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ବନ ବିଭାଗର ବରିଷ୍ଠ ଅଧିକାରୀ, ଅଗ୍ନିଶମ ଅଧିକାରୀ, ଓଡ୍ରାଫ୍ ଟିମ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଏନେଇ ରେଞ୍ଜର କହିଛନ୍ତି, ହାତୀଟି ଭୟଭୀତ ହୋଇଯାଇଥିବାରୁ ପାଣି ଅତିକ୍ରମ କରିପାରୁନି। ତଥାପି ସେ ନିଜ ଚେଷ୍ଟା ଅବ୍ୟାହତ ରଖିଛି। ଓଡ୍ରାଫର ସ୍ୱତନ୍ତ୍ର ଟିମ୍ ଆସି ପହଞ୍ଚିଛନ୍ତି। ରଶି ସାହାଯ୍ୟରେ, ଟାୟାର ସାହାଯ୍ୟରେ ହାତୀକୁ ଉଦ୍ଧାର ପାଇଁ ...